ଆମ ସହ ଆହୁରୀ ବର୍ଷେରୁ ଦୁଇ ବର୍ଷ ରହିପାରେ କରୋନା । ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଲେ, କରୋନା ସହ ବଂଚି ଶିଖିବା ଦରକାର । ମାସ୍କ କେତେବେଳେ ପିନ୍ଧିବେ ଏବଂ କିଏ ପିନ୍ଧିବେ? ସରଳ ଭାଷାରେ ବୁଝାଲେ ଅଶୋକ ମହାପାତ୍ର…

2,890

କନକ ବ୍ୟୁରୋ: ଲକଡାଉନ କଟକଣା କୋହଳ ହେବା ପରେ ଏହାର ପ୍ରଭାବକୁ ନେଇ କନକ ନ୍ୟୁଜରେ ମନ୍ତବ୍ୟ ରଖିଛନ୍ତି ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର । କହିଛନ୍ତି, ଏବେ ସଂକ୍ରମଣ ବଢୁଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଛୁ । କରୋନା ଆମ ସହ ଆହୁରୀ ବର୍ଷେ କିମ୍ବା ଦୁଇ ବର୍ଷ ରହିବାର ସମ୍ଭାବନା ରହିଛି । ତେଣୁ କରୋନା ସହ ବଂଚି ଶିଖିବା ଦରକାର ।

ପ୍ରଥମ ଲକଡାଉନ ଘୋଷଣା ବେଳେ କରୋନା ପ୍ରଥମ ଷ୍ଟେଜରେ ଥିଲା । ଏବଂ ତାହାର ସଂକ୍ରମଣର ବେଗ କମାଇବାକୁ ପାଇଁ ଲକଡାଉନକୁ କଡ଼ାକଡ଼ି ପାଳନ କରାଗଲା । ସବୁଠାରୁ ବଡ଼କଥା ହେଲା କି, ଲକଡାଉନ୍ ଦ୍ୱାରା ଲୋକାମାନଙ୍କୁ ମାନସିକସ୍ତରରେ ଏବଂ କରୋନା ଯୋଦ୍ଧାଙ୍କୁ ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ତାଲିମ୍ ଦିଆଯାଇପାରିଲା । ଯାହାଫଳରେ ଅନ୍ୟଦେଶ ତୂଳନାରେ ଆମ ଦେଶ ଓ ରାଜ୍ୟମାନଙ୍କରେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ହାରରେ ଅଙ୍କୁଶ ଲାଗିପାରିଛି ।

ଅନ୍ୟପଟେ ଆପଣ କେତେ ସମୟ ମାସ୍କ ପିନ୍ଧିବେ ସେ ନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ମହାପାତ୍ର । ମାସ୍କ ଉପରେ ମଧ୍ୟ ରିସର୍ଚ୍ଚ ଚାଲିଛି, ଯଦି ଦୁଇ ବର୍ଷ ପିଲାଙ୍କୁ ମାସ୍କ ଦିଆଯାଏ ତେବେ ତାଙ୍କଠାରେ ଅକ୍ସିଜେନ୍ ସମସ୍ୟା ଦେଖାଯାଇପାରେ । କରୋନା ରୋଗୀମାନେ କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସବୁଠାରୁ ବଡ଼କଥା ହେଲା, ୨୪ ଘଣ୍ଟା ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ କାରଣ ଯଦି ଆପଣ ଘରେ ରହି ସାମାଜିକ ଦୂରତା ପାଳନ କରୁଛନ୍ତି ତେବେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ । ଯଦି ଆପଣ ଏକ ଗୋଷ୍ଠୀ ମଧ୍ୟରେ ରହୁଛନ୍ତି ଏବଂ ସଂକ୍ରମଣର ସନ୍ଦେହ ଆସୁଛି ତେବେ ଆପଣ ମାସ୍କ ବ୍ୟବହାର କରିପାରିବେ । ଯଦି ଆପଣ ଏକା ରହୁଛନ୍ତି ତେବେ ଆପଣଙ୍କୁ ମାସ୍କର ଆଦୌ ଆବଶ୍ୟକତା ନାର୍ହି । ଜଣକଠାରୁ ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନରେ ପିନ୍ଧନ୍ତୁ ।