ନନ୍ଦନକାନନରେ ଆଖି ବୁଜିଲା ବିରଳ ମହାବଳ ବାଘ । ରକ୍ତଜନିତ ସଂକ୍ରମଣରେ ଦୀର୍ଘଦିନରୁ ଅସୁସ୍ଥ ଥିଲା ‘ଶୁଭ୍ରାଂଶୁ’

ନନ୍ଦନକାନନରେ ମହାବଳ ବାଘ ସଂଖ୍ୟା ୮କୁ ଖସି ଆସିଲା

352

କନକ ବ୍ୟୁରୋ: ନନ୍ଦନକାନରରେ ବିରଳ ପ୍ରଜାତିର ମହାବଳ ବାଘ ଆଖି ବୁଜିଛି । ଚିକିତ୍ସାଧିନ ଅବସ୍ଥାରେ ଆଜି ମହାବଳ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେଲା ସେ ରକ୍ତଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲା । ମହାବଳ ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ମହାବଳ ବାଘ ସଂଖ୍ୟା ୮କୁ ଖସି ଆସିଛି । ଏବେ ନନ୍ଦକାନନରେ ମୋଟ ୧୨ଟି ବାଘ ଓ ୧୩ଟି ବାଘୁଣୀ ରହିଛନ୍ତି । ପୂର୍ବରୁ ସଂକ୍ରମଣରେ ଆକ୍ରାନ୍ତ ହୋଇ ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଏବେ ମହାବଳ ବାଘ ଆଖି ବୁଜିବା ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତ କିଛିଦିନ ହେବ ଶୁଭ୍ରାଂଶୁ ରୁଗଣ ହେବା ସହ ଦୁର୍ବଳ ହୋଇଆସୁଥିଲା। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା ସହ କୌଣସି ଖାଦ୍ୟ ଗ୍ରହଣ କରି ନ ଥିଲା। ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ଫଳରେ ଚିକିତ୍ସକମାନେ ଆସି ଶୁଭ୍ରାଂଶୁକୁ ବାଘସଫାରୀର ଫିଡିଂଚାମ୍ବରରେ ରଖି ଚିକିସ୍‌ା କରାଯାଉଥିଲା। ସେପ୍ଟେମ୍ବର୨୨ରେ ପ୍ରଥମେ ସେ ଅସୁସ୍ଥ ହେବାସହ ଲିଭରଜନିତ ସମସ୍ୟା ଯୋଗୁ ତରଳ ଝାଡାରେ ଆକ୍ରାନ୍ତ ହୋଇଥିଲା। ଏହାପରଠାରୁ ତା’ର ଚିକିତ୍ସା ଜାରି ରହିଥିଲେ ମଧ୍ୟ ଶନିବାର ହଠାତ ଦୁର୍ବଳ ହୋଇଯାଇଥିଲା। ୨୦୧୪ ଜୁଲାଇ୨୫ରେ ସାଧାରଣ ବାଘ ମନୀଷ ଓ ଧଳାବାଘୁଣୀ ସ୍ନେହା ଔରସରୁ ଶୁଭ୍ରାଂଶୁ ଜନ୍ମଗ୍ରହଣ କରିଥିଲା। ଏବେ ନନ୍ଦକାନନରେ ମୋଟ ୧୨ଟି ବାଘ ଓ ୧୩ଟି ବାଘୁଣୀ ରହିଛନ୍ତି ।