ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ବାସ୍ତବରେ ପୋସ୍ତ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଲାଭବାନ ହୋଇଥାଏ । ଆଜିକାଲି ଲୋକମାନେ ଏଭଳି ଖାଦ୍ୟ ଖାଉଛନ୍ତି ଯାହା ଦ୍ୱାରା ସେମାନେ ବିରାଟ ରୋଗର ସମ୍ମୁଖୀନ ହେଉଛନ୍ତି । ସେସବୁରୁ ରକ୍ଷା ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଇଥାନ୍ତିି । କିନ୍ତୁ ଏ ସବୁ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଦୁଇ ଚାମଚ ପୋସ୍ତ ଖାଇବା ନିହାତି ଦରକାର । ଯାହା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ କେବେ ଖରାପ ହୋଇନଥାଏ । ଆସନ୍ତୁ ଜାଣିବା ପୋସ୍ତ ଖାଇବା ଦ୍ୱାରା କେଉଁଭଳି ରୋଗରୁ ମୁକ୍ତି ମିଳିଥାଏ ।

କୋଷ୍ଠ କାଠିନ୍ୟ-ଅନେକ ଲୋକଙ୍କର ହଜମ ପ୍ରକ୍ରିୟା ଠିକ ହୋଇ ନଥିବାରୁ ସେମାନେ କୋଷ୍ଠକାଠିନ୍ୟ ରୋଗରେ ପଡ଼ିଥାନ୍ତିି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୋସ୍ତ ଖାଇବା ଦରକାର । ଏଥିରେ ବହୁ ପରିମାଣରେ ଫାଇବର ରହିଥାଏ, ଯାହା ଏଭଳି ସମସ୍ୟାରୁ ରକ୍ଷା କରିଥାଏ ।

ବ୍ଲଡପ୍ରେସର- ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ପୋସ୍ତ ଖୁବ ଲାଭଦାୟକ ହୋଇଥାଏ ଯାହା ସେମାନଙ୍କ ପାଇଁ ଆୟୁର୍ବେଦିକ ଔଷଧ ଭାବେ କାମ କରିଥାଏ । ପୋସ୍ତ ପ୍ରତିଦିନ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଅନିଦ୍ରା- ଅନେକ ଲୋକଙ୍କ ନିକଟରେ ନିଦ ନ ଆସିବା ଭଳି ସମସ୍ୟା ବହୁ ମାତ୍ରାରେ ଦେଖାଯାଇଥାଏ । ଯଦି ସେମାନେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ପୋସ୍ତକୁ ମିଶାଇ ପିଇବେ ତେବେ ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

କିଡନୀ ଷ୍ଟୋନ- ପୋସ୍ତରେ ଓକ୍ସଲେଟ ବହୁ ପରିମାଣରେ ରହିଥାଏ, ଏହା ଶରୀରରୁ ଅତିରିକ୍ତ କ୍ୟାଲସିୟମକୁ ଅବଶୋଷଣ କରି କିଡନୀରେ ପଥର ତିଆରି ହେବାରୁ ରକ୍ଷା କରିଥାଏ । ଏହି ରୋଗରେ ପିଡ଼ିତ ବ୍ୟକ୍ତିମାନେ ପୋସ୍ତ ଖାଇବା ନିହାତି ଦରକାର ।