ହ୍ୱାଇଟ ହାଉସରେ ରାଷ୍ଟ୍ରପତିଙ୍କ ସହ ସାମ୍ବାଦିକଙ୍କ ଯୁକ୍ତିତର୍କ : ସିଏନଏନ ରିପୋର୍ଟରଙ୍କୁ ହ୍ୱାଇଟ ପ୍ରବେଶ ଉପରେ ଲାଗିଲା କଟକଣା

ପ୍ରଶ୍ନ ପଚାରିବା ବେଳେ ମାଇକ ଛଡାଇନେଲେ ହ୍ୱାଇଟ ହାଉସର ମହିଳା କର୍ମଚାରୀ

156

କନକ ବ୍ୟୁରୋ : ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କ ସହ ସିଏନଏନ ସାମ୍ବାଦିକଙ୍କ ଯୁକ୍ତିତର୍କ । ଯୁକ୍ତିତର୍କରେ ରାଗିଗଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହ ଯୁକ୍ତିତର୍କ କରିଛନ୍ତି ସିଏନଏନର ପ୍ରତିନିଧି ଜିମ ଆକୋଷ୍ଟା । ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପଙ୍କ ସହ ଜିମ ଆକୋଷ୍ଟାଙ୍କର ଗୋଟିଏ ପ୍ରସଙ୍ଗରେ ଯୁକ୍ତି ହୋଇଥିଲା । ଦକ୍ଷିଣ ଆମେରିକାରେ ଲାଟିନ ଆମେରିକାର ଶରଣାର୍ଥୀମାନଙ୍କ ପ୍ରବେଶ ପ୍ରସଙ୍ଗରେ ଏକ ପ୍ରଶ୍ନ ପଚାରିଥିଲେ ଆକୋଷ୍ଟା । ଆଉ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଡୋନାଲ୍ଡ ଟ୍ରମ୍ଫ । ଯୁକ୍ତିତର୍କ ବି ହୋଇଥିଲା ।

President Trump
source : www.nbcnews.com

ସାମ୍ବାଦିକଙ୍କ ଦ୍ୱିତୀୟ ପ୍ରଶ୍ନରେ ଟ୍ରମ୍ଫ କହିଥିଲେ ବହୁତ ହୋଇଗଲା । ଏହି ସମୟରେ ହ୍ୱାଇଟ ହାଉସରେ ଉପସ୍ଥିତ ଥିବା ଜଣେ ମହିଳା କର୍ମଚାରୀ ଆସି ସାମ୍ବାଦିକଙ୍କ ଠାରୁ ମାଇକ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ସିଏନଏନର ଏହି ସାମ୍ବାଦିକଙ୍କ ହ୍ୱାଇଟ ହାଉସରେ ପ୍ରବେଶ ଉପରେ କଟକଣା ଲାଗିଯାଇଥିଲା । ଏ ସମ୍ପର୍କିତ ଏକ ନୋଟିସ ହ୍ୱାଇଟହାଉସ ତରଫରୁ ଜାରି କରାଯାଇଥିଲା । ଏହି ଘଟଣା ଏବେ ବିଶ୍ୱସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲିଟିଛି ।