ଭିତରକନିକାରେ ଆଉ ଏକ ଧଳା କୁମ୍ଭୀରର ସନ୍ଧାନ ! ଡାଙ୍ଗମାଳ ବଉଳା ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ସ୍ୱତନ୍ତ୍ର ଯତ୍ନରେ ଅଛି ଧଳା କୁମ୍ଭୀର ଛୁଆ

23

କନକ ବ୍ୟୁରୋ : ଭିତରକନିକାରେ ଗୋରୀ ପରି ଶଙ୍ଖ ମଲମଲ ଧଳା କୁମ୍ଭୀରର ସନ୍ଧାନ ମିଳିଛି । ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଏହି ଧଳା କୁମ୍ଭୀର ଛୁଆକୁ ରଖାଯାଇ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । ଚଳିତବର୍ଷ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଂଜେଇଖିଆ ଠାରେ ଏକ କୁମ୍ଭୀର ଅଣ୍ଡାବାସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା ।

ସେହି ୫୮ଟି ଅଣ୍ଡାକୁ ଗବେଷଣା କେନ୍ଦ୍ରରେ ଖରଖରି ପତ୍ର ଘୋଡାଯାଇ ରଖାଯାଇଥିଲା । ଅଗଷ୍ଟ ମାସରେ ଏଥିରୁ ୩୨ଟି ଛୁଆ ବାହାରିଥିଲେ । କୁମ୍ଭୀର ଛୁଆ ଜନ୍ମ ହେବା ବେଳେ ତାଙ୍କ ରଙ୍ଗ ସ୍ପଷ୍ଟ ବାରି ହେଉନଥିଲା । ଏବେ ସେଥିରେ ଏକ ଧଳା କୁମ୍ଭୀର ଥିବା ବନବିଭାଗ ଦେଖିବାକୁ ପାଇବା ପରେ ତାକୁ ସ୍ୱତନ୍ତ୍ର ଯତ୍ନରେ ରଖାଯାଇଛି । ୧୯୭୫ରେ ଏପ୍ରିଲ ୨୨ରେ ଡାଙ୍ଗମାଳଠା ବଉଳା କୁମ୍ଭୀର ଗବେଷଣା କେନ୍ଦ୍ରରେ ୨୫ଟି ଅଣ୍ଡାରୁ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ସେଥିରୁ ଗୋଟିଏ କୁମ୍ଭର ଛୁଆର ଧଳା ରଙ୍ଗ ଥିବାରୁ ତାର ନାଁ ଗୋରୀ ରଖାଯାଇଥିଲା ।