ଟ୍ରେନ୍ ରେ ଯାତ୍ରା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଏହି ଉପାୟରେ କରନ୍ତୁ ରେଳବାଇର ଅଭିଯୋଗ

ଭାରତରେ ସବୁଠାରୁ ଅଧିକ ଲୋକ ଟ୍ରେନ୍ ରେ ଯାତ୍ରା କରନ୍ତି ।

64

ଭାରତରେ ସବୁଠାରୁ ଅଧିକ ଲୋକ ଟ୍ରେନ୍ ରେ ଯାତ୍ରା କରନ୍ତି । ଯଦି ଆପଣଙ୍କୁ ରେଳ ଯାତ୍ରା ସମୟରେ କୌଣସି ଅସୁବିଧା ହୋଇଥାଏ, ତେବେ ଆପଣ ଏଥିପାଇଁ ଅଭିଯୋଗ କରିପାରିବେ । ରେଳବାଇ ନିଜ ସେବାଗୁଡିକୁ ଉନ୍ନତ କରିବା ପାଇଁ ଅନେକ ବର୍ଷରୁ ଭିନ୍ନ ଭିନ୍ନ ପ୍ରକାରର ଦାବି କରୁଛି । ଏହା ସତ୍ୱେ ଏବେ ବି କେତେକ ଯାତ୍ରୀ ଯାତ୍ରା ସମୟରେ ଅସୁବିଧାର ସାମନା କରୁଛନ୍ତି ।

ଷ୍ଟେସନ ଓ ଟ୍ରେନ୍ ଗୁଡିକରେ ଥିବା ଅଳିଆ, ଖାଦ୍ୟର ମାନ, ଟ୍ରେନ୍ ସମୟରେ ହେଉଥିବା ବିଳମ୍ବ, ଟ୍ରେନ୍ ଓ ଷ୍ଟେସନରେ ହେଉଥିବା ଚୋରି ଇତ୍ୟାଦି । ଭାରତୀୟ ରେଳବାଇ ଲୋକଙ୍କ କୌଣସି ବି ପ୍ରକାରର ଅସୁବିଧାର ଅଭିଯୋଗର ଆଗ୍ରହ କରିଛି । ଆପଣଙ୍କ ଅସୁବିଧାରେ ସୁଧାର କରାଯାଇବପାରିବ ବୋଲି । ଆସନ୍ତୁ ଜାଣିବା ସେହି ଉପାୟ , ଯାହା ସାହାଯ୍ୟରେ ଆପଣ ରୁଜୁ କରାଇପାରିବେ ରେଳବାଇର ଅଭିଯୋଗ ।

ଏହାପାଇଁ ଆପଣଙ୍କୁ http://www.coms.indianrailways.gov.in/ ରେ ଲଗଇନ୍ କରିବାକୁ ପଡିବ । ଏହି ସାଇଟରେ ଯାଇ ଆପଣଙ୍କୁ ଅନେକ ଅଭିଯୋଗର ଅପ୍ସନ ମିଳିବ । ସେଇଠି କ୍ଲିକ୍ କରି ଆପଣ ଆପଣଙ୍କ ଅଭିଯୋଗ ରୁଜୁ କରାଇପାରିବେ । ଏହା ଉପରେ ମାମଲା ରୁଜୁ କରାଇବା ପାଇଁ ଆପଣଙ୍କୁ ଦୁଇଟି ଷ୍ଟେପ୍ସ ଫଲୋ କରିବାକୁ ପଡିବ ।

ଅନଲାଇନ୍ ଫର୍ମ ଭରି ମଧ୍ୟ ଆପଣ ରେଳବାଇର ଅଭିଯୋଗ କରିପାରିବେ । ଏସଏମଏସ୍, କଲ୍ ବା ଟ୍ୱିଟର ଜରିଆରେ ଅଭିଯୋଗ କରିପାରିବେ । ମୋବାଇଲ ଆପ୍ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ ।