କିଏ ପାଇବ ବିଶ୍ୱକପର ସେମିଫାଇନାଲ ଟିକେଟ? ପ୍ରଥମ ଦଳ ଭାବେ ଏଣ୍ଟ୍ରି କରିଛି ଅଷ୍ଟ୍ରେଲିଆ, ରେସରେ ୭ ଟିମ୍ ।

521

କନକ ବ୍ୟୁରୋ : ବିଶ୍ୱକପରେ ଅଧାରୁ ଅଧିକ ମ୍ୟାଚ୍ ଶେଷ ହୋଇ ସାରିଛି । ପ୍ରତ୍ୟେକ ଟିମ୍ ଅଧାରୁ ଅଧିକ ମ୍ୟାଚ୍ ଖେଳି ସାରିଲେଣି । କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ ସେମିଫାଇନାଲରେ ଖେଳିବ କିଏ । ଚଳିତ ବିଶ୍ୱକପର ସେମିଫାଇନାଲ ରେସରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଏକ ପ୍ରକାର ବିଦାୟ ନେଇ ସାରିଛନ୍ତି । ଆଉ ଏସବୁ ଭିତରେ ବାକି ୮ଟି ଟିମ୍ ମଧ୍ୟରେ ସେମିଫାଇନାଲ ସ୍ଥାନ ପକ୍କା କରିବା ପାଇଁ ଲଢେଇ ଜୋରଦାର ଦେଖିବାକୁ ମିଳୁଛି । ସେମିଫାଇନାଲ ଟିକେଟ ପାଇବାକୁ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନକୁ ନିଜର ବିଜୟ ସହ ଅନ୍ୟ ଟିମର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ । କିନ୍ତୁ ବାକି ୬ଟି ଟିମ ମଧ୍ୟରୁ କେବଳ ଅଷ୍ଟ୍ରେଲିଆ ସେମିଫାଇନାଲରେ ଏଣ୍ଟ୍ରି କରିସାରିଥିବା ବେଳେ ଅନ୍ୟ ଟିମ ନିଜର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ସେମିଫାଇନାଲ କିଏ ଖେଳିବ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ଆଉ ଏସବୁ ଭିତରେ ନଜର ପକାନ୍ତୁ ସେମିଫାଇନାଲ ଯିବାକୁ କେଉଁ ଟିମ୍ ପାଇଁ କଣ ରହିଛି ସମୀକରଣ ।

ସେମିରେ ଅଷ୍ଟ୍ରେଲିଆ
– ଇଂଲଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଅଷ୍ଟ୍ରେଲିଆ
– ଶେଷ ୨ ମ୍ୟାଚରେ ପରାସ୍ତ ହେଲେ ମଧ୍ୟ ଅଷ୍ଟ୍ରେଲିଆ ଉପରେ ପ୍ରଭାବ ପଡିବନି

– ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ ବାକି ରହିଛି
– ଇଲଣ୍ଡ ଓ ଶ୍ରୀଲଙ୍କା ସେମାନଙ୍କର ସମସ୍ତ ମ୍ୟାଚ ଜିତିଲେ ପଏଂଟ ହେବ ୧୨
– ଅଷ୍ଟ୍ରେଲିଆ ସର୍ବାଧିକ ମ୍ୟାଚ ଜିତିଥିବାରୁ ପ୍ରଭାବିତ ହେବନାହିଁ
ଶ୍ରୀଲଙ୍କା ଲିଗ ସରିବା ଭିତରେ ସର୍ବାଧିକ ୫ଟି ମ୍ୟାଚ ଜିତିଥିବା, ୨ଟି ମ୍ୟାଚ ବର୍ଷାଯୋଗୁ ବାଧାପ୍ରାପ୍ତ ହୋଇଥିଲା

ନ୍ୟୁଜିଲାଣ୍ଡ
– ପାକିସ୍ତାନ ସହ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଚାଲିଛି, ଜିତିଲେ ସେମିରେ
ଅଷ୍ଟ୍ରେଲିଆ, ଇଂଲଣ୍ଡ ସହ ମ୍ୟାଚ ବାକି ରହିଛି
– ଟୁର୍ଣ୍ଣାମେଂଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି କିୱି ଟିମ୍
ଗୋଟିଏ ମ୍ୟାଚ ଜିତିଲେ ଦଳ ସେମିରେ ପ୍ରବେଶ କରିବ ଦଳ
– ଯଦି ବାକି ଥିବା ସବୁ ମ୍ୟାଚ ହାରେ, ତଥାପି ମଧ୍ୟ ଦଳ ପାଖେ ସୁଯୋଗ
– ଇଂଲଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଗୋଟିଏ ମ୍ୟାଚ ହାରିବା ଦରକାର
ଏହି ୪ଟି ଦଳରୁ ୩ଟି ଦଳ ଗୋଟିଏ ମ୍ୟାଚ ହାରିଲେ ଦଳ ପାଖେ ସୁଯୋଗ

ଭାରତ
– ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା ସହ ମ୍ୟାଚ ବାକି
ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା
– ନ୍ୟୁଜିଲାଣ୍ଡ ଭଳି ଭାରତର ସେମିଫାଇନାଲରେ ପ୍ରବେଶ ମଧ୍ୟ ଅନୁକୁଳ ରହିଛି
– ଏପର୍ଯ୍ୟନ୍ତ ବିରାଟ ବାହିନୀ ଗୋଟିଏ ବି ମ୍ୟାଚ ହାରିନାହିଁ
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଥିଲା
– ୪ଟି ମ୍ୟାଚରୁ ୨ଟି ବିଜୟ ଭାରତକୁ ସେମିଫାଇନାଲରେ ସ୍ଥାନ ଦେବ
ଏପରିକି ଭାରତ ପଏଂଟ ଟେବୁଲର ଶୀର୍ଷକୁ ଯିବାର ମଧ୍ୟ ସୁଯୋଗ
– ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ଭାରତ ସବୁଠାରୁ କମ ମ୍ୟାଚ୍ ଖେଳିଛି

ଇଂଲଣ୍ଡ
– ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ମ୍ୟାଚ ବାକି ରହିଛି
ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ବିପଦରେ
– ସେମିକୁ ଯିବାକୁ ହେଲେ ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇବାକୁ ପଡିବ
ଏହି ଦୁଇ ଟିମ ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ପରାସ୍ତ ହୋଇନାହାନ୍ତି
– ଯଦି ଇଂଲଣ୍ଡ ଆଉ ଗୋଟିଏ ମ୍ୟାଚ ହାରିଯାଏ, ତେବେ ବିପଦକୁ ଆସିଯିବ
ଏଭଳି ସ୍ଥିତିରେ କେବଳ ଅନ୍ୟ ଟିମର ପରାଜୟ ଇଂଲଣ୍ଡକୁ ବଂଚାଇ ପାରିବ
– ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ ହାରିଲେ ସୁଯୋଗ
– ଇଂଲଣ୍ଡ ବାକି ଥିବା ୨ଟି ମ୍ୟାଚ ହାରିଲେ ମଧ୍ୟ ତା’ନିକଟରେ ସୁକ୍ଷ୍ମ ସୁଯୋଗ
– ବାଂଲାଦେଶ ଗୋଟିଏ ବି ମ୍ୟାଚ ଜିତିବନି, ଶ୍ରୀଲଙ୍କା ୩ଟିରୁ ୨ଟିରେ ହାରିଲେ ଯିବ
– ପାକିସ୍ତାନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଠାରୁ ଓ ୱେଷ୍ଟଇଣ୍ଡିଜ ସବୁ ମ୍ୟାଚ ହାରିଲେ

ବାଂଲାଦେଶ
– ଭାରତ ଓ ପାକିସ୍ତାନ ବିପକ୍ଷରେ ଖେଳିବା ବାକି ରହିଛି
– ସେମିକୁ ଯିବାକୁ ହେଲେ ଉଭୟ ମ୍ୟାଚକୁ ଜିତିବାକୁ ପଡିବ
– ଭାରତ ଏଯାଏଁ କୈାଣସି ମ୍ୟାଚ ହାରିନାହିଁ
– ସେହିଭଳି ଇଂଲଣ୍ଡ ବାକି ଥିବା ୨ଟି ମ୍ୟାଚରୁ ଗୋଟିଏ ହାରିଲେ ସୁଯୋଗ

ଶ୍ରୀଲଙ୍କା
– ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଭାରତ ବିପକ୍ଷରେ ମ୍ୟାଚ ବାକି ରହିଛି
– ସମସ୍ତ ମ୍ୟାଚ ଜିତିବା ସହ ଇଂଲଣ୍ଡ ଗୋଟିଏ ମ୍ୟାଚ ହାରିଲେ ସୁଯୋଗ
– ଯଦି ଶ୍ରୀଲଙ୍କା ଗୋଟିଏ ମ୍ୟାଚ ହାରେ, ତଥାପି ସେମିକୁ ଯାଇପାରିବ
– ଇଂଲଣ୍ଡ ସମସ୍ତ ଓ ପାକିସ୍ତାନ, ବାଂଲାଦେଶ ଗୋଟିଏ ଲେଖା ମ୍ୟାଚ ହାରିଲେ ଯିବ
ପାକିସ୍ତାନ
– ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ମ୍ୟାଚ ରହିଛି
ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଚାଲିଛି
– ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପରେ ପାକିସ୍ତାନ ପାଖରେ ସୁକ୍ଷ୍ମ ସୁଯୋଗ
– ସେମିକୁ ଯିବାକୁ ହେଲେ ୩ଟି ଯାକ ମ୍ୟାଚ ଜିତିବାକୁ ପଡିବ
– ଖାଲି ଏତିକି ନୁହେଁ, ଶ୍ରୀଲଙ୍କା ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ହାରିବାକୁ ପଡିବ

ୱେଷ୍ଟଇଣ୍ଡିଜ
– କୌଣସି ଚମକ୍ରାର ହେଲେ ହିଁ ୱେଷ୍ଟଇଣ୍ଡିଜ ସେମିକୁ ଯାଇପାରିବ
– ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ସହ ବାକି ଥିବା ମ୍ୟାଚ ଜିତିବାକୁ ପଡିବ
– ଖାଲି ଜିତିଲେ ନୁହେଁ, ଅନ୍ୟ ଟିମର ହାରିବା ଉପରେ ମଧ୍ୟ ବହୁତ କିଛି ନିର୍ଭର କରେ
– ଇଂଲଣ୍ଡ ଓ ବାଂଲାଦେଶ ଗୋଟିଏ ବି ମ୍ୟାଚ ଜିତିବେ ନାହିଁ
– ପାକିସ୍ତାନ ବାକି ଥିବା ୩ଟି ମ୍ୟାଚରୁ ଗୋଟିଏରେ ହାରିବ
– ଭାରତ କିମ୍ବା ଦକ୍ଷିଣ ଆଫ୍ରିକା ଠାରୁ ଶ୍ରୀଲଙ୍କା ହାରିଲେ ହିଁ ସୁଯୋଗ ରହିଛି