କେଉଁ ରାଜ୍ୟରୁ ଆସିଥାନ୍ତି ଅଧିକ ସଂଖ୍ୟକ IAS ! ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥାର ସତ୍ୟତା କେତେ

152

ଭାରତର ସବୁଠାରୁ କଷ୍ଟ ପରୀକ୍ଷା ଭିତରେ ଆଇଏଏସ ପରୀଷାର ନାଁ ଆସେ । ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ କାଠିକର ପାଠ । ଭାରତୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜତି ହେଉଥିବା ଏହି ପରୀକ୍ଷାରେ ଟପ ରାଙ୍କ ମଧ୍ୟରେ ରଖୁଥିବା ଛାତ୍ରଛାତ୍ରୀ ଆଇଏଏସ ହୋଇଥାନ୍ତି । ଆଉ ଏହିମାନେ ହିଁ ଦେଶ ପାଇଁ ତ୍ରାଣକର୍ତ୍ତା ସାଜିଥାନ୍ତି ।

ଆଇଏଏସ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଟପ୍ କେମିତି କରନ୍ତି । ଏହି କଷ୍ଟସାଧ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ କଣ ଫର୍ମୁଲା ରହିଛି । ଏହାର ଉତ୍ତର କାହା ପାଖରେ ମଧ୍ୟ ନାହିଁ । ତେବେ ଏଭଳି କିଛି ରାଜ୍ୟ ଅଛି ଯେଉଁଠାରୁ ପ୍ରତିବର୍ଷ ଆଇଏଏସ ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିହାରରୁ ସବୁଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାନ୍ତି । ତେବେ ଏଭଳି ଚର୍ଚ୍ଚାରେ କେତେ ସତ୍ୟତା ରହିଛି । ତାହା ଜାଣିଛନ୍ତି କି? ପ୍ରକୃତ କଥା ହେଲା ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ।

ବାସ୍ତବରେ ଆଇଏଏସ ପରୀକ୍ଷାରେ ଟପ୍ ରାଙ୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ବିହାର ଦ୍ୱିତୀୟ ସ୍ଥାନରେ ରହିଛି । ଏକ ରିପୋର୍ଟ ଅନୁଯାୟୀ, ଦେଶର ମୋଟ ୪୯୨୫ ଜଣ ଆଇଏଏସ ଅଫିସରଙ୍କ ମଧ୍ୟରୁ ୪୬୨ ଜଣ ବିହାର ଅଞ୍ଚଳର । ଯାହା ପୂରା ଆଇଏଏସ ଅଫିସରଙ୍କ ୯.୩୮ ପ୍ରତିଶତ । ୨୦୦୭ରୁ ୨୦୧୬ ମଧ୍ୟରେ ଦେଶରେ ୧୬୬୪ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଯେଉଁଥିରେ ୧୨୫ ଛାତ୍ରଛାତ୍ରୀ ଥିଲେ ବିହାରର । ଯାହା ୨୦୦୭ରୁ ୨୦୧୬ ମଧ୍ୟରେ କୃତକାର୍ଯ୍ୟ ହୋଇଥିବା ମୋଟ ଆଇଏଏସଙ୍କର ୭.୫୧ ପ୍ରତିଶତ । ଏହା ଦର୍ଶାଉଛି ଯେ ବିଗତ ୧୦ ବର୍ଷ ମଧ୍ୟରେ ଯେତିକି ମାତ୍ରାରେ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାହା ପୂର୍ବପେକ୍ଷା କମ୍ । କାରଣ ପୂର୍ବରୁ ବିହାରରେ ୧୯୮୭ ମସିହାରୁ ୧୯୯୬ ମସିହା ମଧ୍ୟରେ ଦେଶରେ ମୋଟ ୯୮୨ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କଅତକାର୍ଯ୍ୟ ହୋଇଥିଲେ ଯେଉଁଥିରେ କେବଳ ବିହାରରୁ ୧୫୯ ଜଣ ସାମିଲ ଥିଲେ । ସେହି ସମୟରେ ମୋଟ ଆଇଏଏସଙ୍କ ମଧ୍ୟରେ ୧୬.୧୯ ପ୍ରତିଶତ ଆଇଏଏସ ବିହାରରୁ କୃତକାର୍ଯ୍ୟ ହୋଇଥିଲେ । ତେବେ ବିହାରକୁ ନେଇ ଏବେ ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଭାବେ ମିଛ ।

ସୂଚନା ଅନୁଯାୟୀ, ଦେଶର ସବୁଠାରୁ ଅଧିକ ଆଇଏଏସ ଉତ୍ତର ପ୍ରଦେଶରୁ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୬ ମଧ୍ୟରେ ଦେଶର ମୋଟ ଆଇଏଏସଙ୍କ ମଧ୍ୟରୁ ୭୩୧ ଜଣ ଉତ୍ତର ପ୍ରଦେଶରୁ ରହିଛନ୍ତି । ୨୦୧୧ରୁ ୨୦୧୫ ମଧ୍ୟରେ ଉତ୍ତର ପ୍ରଦେଶରୁ ୧୧୮ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ବିହାର ବହୁତ ପଛରେ ପଡିଯାଇଥିଲା । ଏହି ସମୟ ମଧ୍ୟରେ ବିହାରରୁ ମାତ୍ର ୬୮ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏହି ସମୟସୀମା ମଧ୍ୟରେ ରାଜସ୍ଥାନ ୯୭ ଜଣ ଆଇଏଏସଙ୍କ ଦ୍ୱିତୀୟ, ୯୦ ଆଇଏଏସଙ୍କ ସହ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛନ୍ତି ।ଏହାପରେ ୬୮ ଜଣ ଆଇଏଏସଙ୍କ ବିହାର ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାନ୍ତି ।