ପରଦାରେ ଶାସକ ଓ ବିରୋଧୀ ମୁଖପାତ୍ରଙ୍କ ଲଢ଼େଇ ! ପ୍ରତିଦ୍ୱନ୍ଦିତାରେ କିଏ ଏବେ ରହିବ ଆଗରେ ?

135

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ଯେତେ ନିକଟତର ହେବାକୁ ଲାଗୁଛି ସେତେ ଆକ୍ଟିଭ୍ ମୁଡରେ ଦେଖାଦେଉଛନ୍ତି ଶାସକ ଓ ବିରୋଧୀ । ଏହାର ଉଦାହରଣ ହେଉଛି ଗତ ଏକ ମାସ ମଧ୍ୟରେ ଶାସକ ବିଜେଡି଼ ଓ ବିରେଧୀ କଂଗ୍ରେସ ଦଳର ମିଡ଼ିଆ ଟିମ୍ ବା ମୁଖପାତ୍ରଙ୍କ ପୁର୍ନଗଠନ କରିବା । ଏଥିରୁ ସ୍ପଷ୍ଟ ହୋଇଛି ଯେ ନେତା ମୈଦାନରେ ଲଢ଼ିବେ ଆଉ ଏମାନେ ଟିଭି ପରଦାରେ ଦଳର ଆମିମୂଖ୍ୟ ରଖିବା ସହ ଜନତାଙ୍କ ହୃଦଙ୍ଗମ କରେଇବେ କି କିଏ ସତ କହୁଛି ଆଉ କିଏ କହୁଛି ମିଛ ।

bijepurଯେହେତୁ ନିର୍ବାଚନ ଋତୁ ପାଇଁ ବିଗୁଲ୍ ବାଜି ସାରିଛି ତେଣୁ ଶାସକ ନା ବିରୋଧୀଙ୍କ ମିଡ଼ିଆ ଟିମ୍ କାହାର ପଲଡ଼ା ଭାରି ରହିବ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଶାସକ ବିଜେଡ଼ି ସରକାରଙ୍କୁ ଘେରିବା ପାଇଁ ବିଗତ କିଛି ବର୍ଷରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ତେଣୁ ବିଜେପି ମିଡ଼ିଆ ଟିମରେ ପୁରୁଖା ନେତା ଏବଂ ଅଭିଜ୍ଞନେତା ମାନେ ବିଭିନ୍ନ ସମୟରେ ବିତର୍କରେ ଭାଗ ନେଉଛନ୍ତି । ଏବଂ ସରକାରଙ୍କ ଦୁର୍ନୀତି, ସତ ମିଛର ପର୍ଦ୍ଦାଫାଶ କରୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ସେପେଟ ଗତକାଲି କଂଗ୍ରେସ ମଧ୍ୟ ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପିକୁ କାଉଣ୍ଟର କରିବା ପାଇଁ ୪୮ ଜଣିଆ ମିଡ଼ିଆ ଟିମକୁ ପ୍ରସ୍ତୁତ କରିଛି । ଯେଉଁଥିରେ ରାଜ୍ୟର କୋଣ ଅନୁକୋଣର ପୁରୁଖା ନେତାମାନେ ସାମିଲ ଥିବା ସହ କିଛି ଉଦୀୟମାନ ନେତାଙ୍କୁ ବିତର୍କ ଦ୍ୱାରା ଶାସକ ଓ ବିଜେପି ଦଳକୁ କାଉଣ୍ଟର କରିବା ପାଇଁ ପିିସିସି ସଭାପତି ନିଜର ନୂଆ ମିଡ଼ିଆ ଟିମ୍ କୁ ପ୍ରସ୍ତୁତ କରିଛନ୍ତି ବୋଲି ଦଳର ମୁଖପାତ୍ର ସସ୍ମିତା ବେହେରା କହିଛନ୍ତି । ଏବଂ ଏହି ନବ ଗଠିତ ମିଡ଼ିଆ ଟିମ୍ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦୁର୍ନୀତିର ମୁଖାକୁ ଖୋଲିଦେବାକୁ ସକ୍ଷମ ରହିଛି ବୋଲି ସସ୍ମିତା କହିଛନ୍ତି ।

ଅନ୍ୟପଟେ ଉଭୟ ବିରୋଧୀଙ୍କ ସମସ୍ତ ଆରୋପର ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପନ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବିଜେଡ଼ି ବୋଲି କହିଛି ବିଜେଡ଼ି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଓ ସୁଲୋଚନା ଦାସଙ୍କ କହିବା ମୁତାବକ ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଦଳର ମିଡ଼ିଆ ଟିମରେ ଅନେକ ଦକ୍ଷ ନେତାଙ୍କୁ ସ୍ଥାନ ଦିଆଯାଇଛି । ଯେଉଁମାନେ ରାଜନୀତିରେ ଦୀର୍ଘ ଦିନର ଅଭିଜ୍ଞତା ଏବଂ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ବ୍ୟକ୍ତି ବିଶେଷ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ ବିରୋଧୀଙ୍କ ଅପ ପ୍ରଚାରକୁ ସଠିକ୍ ଭାବେ ଓଡିଶାବାସୀଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ଲୋକାଭିମୂଖୀ ଯୋଜନାର ସଠିକ୍ ରୂପାୟନ ହେଉଛିକି ନାହିଁ ସେ ସବୁକୁ ଲୋକଙ୍କ ନିକଟର ପହଁଚାଇବା ବିଜେଡ଼ି ମିଡ଼ିଆ ଟିମର ଦାୟିତ୍ୱ ବୋଲି କହିଛି ବିଜେଡ଼ି ।