ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଲେ କେଉଁ ନେତାଙ୍କୁ ମିଳିପାରେ ସ୍ଥାନ ? ଆସନ୍ତୁ ଜାଣିବା

31

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଲେ କେଉଁ ନେତାଙ୍କୁ ମିଳିପାରେ ସ୍ଥାନ ।

୧- ନିରଞ୍ଜନ ପୂଜାରୀ । ବିନିକା ଏବଂ ସୁବର୍ଣ୍ଣପୁରରୁ ଲଗାତର ବିଧାୟକ ନିର୍ବାଚିତ ହେଉଛନ୍ତି ନିରଞ୍ଜନ । ଦକ୍ଷ ବାଚସ୍ପତି ଭାବରେ ବିଧାନସଭା ପରିଚାଳନାର ଅଭିଜ୍ଞତା ରହିଛି । ଆଉ ତାଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ।

୨- ଅମର ଶତପଥୀ । ବିଜେଡିର ମୁଖପାତ୍ର ଅଛନ୍ତି ଅମର ଶତପଥୀ । ପୂର୍ବରୁ ନବୀନ ସରକାରରେ କୃଷିମନ୍ତ୍ରୀ ଥିଲେ । ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ଅମର ।

୩- ସୂର୍ଯ୍ୟ ନାରାୟଣ ପାତ୍ର । ବିଜେଡିର ମୁଖପାତ୍ର ଅଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିଲେ ସୂର୍ଯ୍ୟ । ଏହି ଅଭିଜ୍ଞ ନେତାଙ୍କୁ ନବୀନ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

୪- ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଜେଡିର ଅବିଭକ୍ତ କଟକ ଜିଲ୍ଲାର ଜଣେ ଟାଣୁଆ ସଂଗଠକ । ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିଲେ । ଆଠଗଡରୁ ବିଧାୟକ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

୫- ସୁଶାନ୍ତ ସିଂହ । ବିଜେଡି କୃଷକ ସେଲର ଆବାହାକ ଅଛନ୍ତି ସୁଶାନ୍ତ । ବରଗଡ଼ ଜିଲ୍ଲାର ଏହି ଟାଣୁଆ ଯୁବ ନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୬- ପ୍ରତାପ ଜେନା । ବିଜେଡିର ମୁଖପାତ୍ର ଅଛନ୍ତି ପ୍ରତାପ ଜେନା । ଛାତ୍ର ରାଜନୀତିରୁ ଆସିଥିବା ପ୍ରତାପ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଥିଲେ ।