ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କ୍ଷୀର କେତେ ଆବଶ୍ୟକ ? ଗୋଟିଏ କ୍ଲିକରେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ।

33

‘ସୁପରଫୁଡ୍’ ଭାବେ ସୁପରିଚିତ କାଲସିୟମରେ ଭରପୂର ଦୁଗ୍ଧ ପାନ କଲେ ସ୍ୱାସ୍ଥ୍ୟର ସାମଗ୍ରିକ ବିକାଶ ହୋଇଥାଏ। କିନ୍ତୁ, ଗତ କେତେ ବର୍ଷ ହେବ ବିଭିନ୍ନ ଅଧ୍ୟୟନ ଦୁଗ୍ଧପାନର ଅପକାର ଉପରେ ଆଲୋକପାତ କରିଆସୁଛି । ମାତ୍ରାଧିକ ଦୁଗ୍ଧ ପାନ କଲେ ହାଡ଼ ଦୁର୍ବଳ ହେବା ସହ ପ୍ରୋଷ୍ଟେଟ୍ ଓ ଓଭାରିଆନ୍ କ୍ୟାନସର୍ ହେବାର ସମ୍ଭାବନା ରହିଛି ବୋଲି ସେମାନେ ଦାବି କରୁଛନ୍ତି। ଗୋଦୁଗ୍ଧ ବଦଳରେ ସୋୟା କିଂବା ଆଲମଣ୍ଡ୍ ଦୁଗ୍ଧ ପିଇବାକୁ ଅନେକ ପ୍ରଚାର କରୁଛନ୍ତି।

ଦୁଗ୍ଧ ଯେ ପୁଷ୍ଟିସାର ଏବଂ ଅତ୍ୟାବଶ୍ୟକ ଆମିନୋ ଏସିଡ୍ର ଉତ୍ସ, ଏଥିରେ ସନ୍ଦେହ ନାହିଁ। ଏଥିରେ କାଲସିୟମ୍, ପଟାସିୟମ୍, ଭିଟାମିନ୍ ବି ୧୨, କୋଲିନ୍ ଏବଂ ଭିଟାମିନ୍ ଡି ଥାଏ। ଏହା ଦାନ୍ତ ଓ ହାଡ଼ର ଟାଣପଣ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। ରକ୍ତଚାପ ନିୟନ୍ତ୍ରଣ କରେ, ଜଳଶୁଷ୍କତା ପ୍ରତିରୋଧ କରେ, ହାଡ଼ପୋରିହା ବନ୍ଦ କରେ, ମାଂସପେଶୀର ଚଳାଚଳ ବଢ଼ାଏ, ଶିକ୍ଷା ଏବଂ ସ୍ମୃତିଶକ୍ତି ତେଜିୟାନ୍ କରେ।

ଭିଟାମିନ୍ ବି୬ ଓ ବି୧୨ ଥିବାରୁ କେଶ ଓ ଚର୍ମ ପାଇଁ ମଧ୍ୟ ଦୁଗ୍ଧ ହିତକାରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ ଭଳି କାମଦିଏ। ଓଜନ ହ୍ରାସ ପାଇଁ ସ୍କିମଡ୍ ମିଲ୍କ ଭଲ କାମ ଦିଏ। କିନ୍ତୁ, ତା’ ବୋଲି ଜଣେ ଯେତେ ଇଚ୍ଛା ସେତେ ଦୁଗ୍ଧ ପିଇବେ! ସେ କଥା ଚଳିବ ନାହିଁ। ସବୁ ଥିରେ ଅତି ମନ୍ଦ ଭଳି ଦରକାର ଠାରୁ ଅଧିକ ଦୁଗ୍ଧ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଅହିତ।
ତେଣୁ, ଜଣେ ବ୍ୟକ୍ତି ଦୈନିକ କେତେ ପରିମାଣର ଦୁଗ୍ଧ ପିଇବା ଉଚିତ ତାହା ଜାଣିବା କଥା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜଣେ ଦୈନିକ ୧ କପ୍ ଦୁଗ୍ଧ ସହ ୨ କପ୍ ଦୁଗ୍ଧଜାତ ଜିନିଷ ଖାଇ ପାରିବେ। ତା’ ଠାରୁ ଅଧିକ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖରାପ। ଦୁଗ୍ଧରେ ମୁଖ୍ୟତଃ ୩ଟି ଜିନିଷ ଥାଏ ଯଥା:-କାଲସିୟମ୍, ପଟାସିୟମ୍ ଏବଂ ଭିଟାମିନ୍ ଡି। ଏସବୁ ଅଧିକ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ଭଲ ନୁହେଁ। ପୁଣି ଅଧିକମାତ୍ରାରେ ଲାକଟୋଜ୍ ଏବଂ ଗାଲାକ୍ଟୋଜ୍ ଥିବା ଦୁଗ୍ଧ ପିଇଲେ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ବଢ଼ି ହୃଦରୋଗ, କର୍କଟ ରୋଗ, ହାଡ଼ ଏବଂ ମାଂସପେଶୀ କ୍ଷୟ ଆଦି ରୋଗର କାରଣ ହୋଇଥାଏ।
ଯେଉଁମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଦୁଗ୍ଧ ଅନୁକୂଳ ନୁହେଁ ବିକଳ୍ପ ଭାବେ ସେମାନେ ନଡ଼ିଆ, ସୋୟା କିଂବା ଆଲମଣ୍ଡ୍ ଦୁଗ୍ଧ ପିଇ ପାରିବେ।