ବଡ଼ନଗରରେ ଯେଉଁ ଦୋକାନରେ ଚା’ ବିକ୍ରିି କରୁଥିଲେ ପ୍ରଧାନମନ୍ତ୍ରୀ ମୋଦି, ଏବେ ତାହା ପର୍ଯ୍ୟଟନ ସ୍ଥଳରେ ପରିଣତ ହେବ

33

ଗୁଜୁରାଟର ବଡ଼ନଗରରେ ଯେଉଁ ଚା’ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପିଲାବେଳେ ଚା’ ବିକ୍ରି କରୁଥିଲେ, ତାକୁ କେନ୍ଦ୍ର ସରକାର ଏକ ନୂଆ ରୂପ ଦେବା ପାଇଁ ନିଷ୍ପତି ନେଇଛନ୍ତି । ବଡ଼ନଗର ରେଳଷ୍ଟେସନର ଏକ ପ୍ଲାଟଫର୍ମରେ ଅଛି, ଯେଉଁଠି ସେହି ଚା’ ଦୋକନ ଅଛି । ଗୁଜୁରାଟର ମେହସାଣା ଜିଲ୍ଲା ସ୍ଥିତ ମୋଦିଙ୍କ ଜନ୍ମ ସ୍ଥାନ ବଡ଼ନଗରକୁ ଦୁନିଆର ନଜରକୁ ଆଣିବା ପାଇଁ ବ୍ୟାପକ ଯୋଜନା ଅନୁସାରେ ଏହି ଦୋକାନକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଯୋଜନା କରାଯାଉଛି ।

ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରାଳୟ ଓ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅଧିକାରୀମାନେ ଏହି ସହରକୁ ବୁଲି ଦେଖିଥିଲେ । ଅଧକାରୀଙ୍କ ଏହି ଦଳର ନେତୃତ୍ୱ ନେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ପରେ ସେ ଘୋଷଣା କରିଥିଲେ କି ଏହାକୁ ଆଧୁନିକ ସ୍ୱରୂପ ଦେଇ ଏହାର ମୂଲ୍ୟ ଓ ସୌନ୍ଦର୍ୟ୍ୟର ସଂରକ୍ଷଣ କରାଯିବ ।

ଶର୍ମା ଗାନ୍ଧୀନଗରର ସମ୍ବାଦଦାତାଙ୍କୁ କହିଛନ୍ତି ଆମ ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥଳୀ ବଡ଼ନଗର ଏକ ମହତ୍ୱପୂର୍ଣ ଐତିହାସିକ କେନ୍ଦ୍ର, ଯେଉଁଠି ପ୍ରସିଦ୍ଧ ଶର୍ମିଷ୍ଠା ହ୍ରଦ ରହିଛିି । ଏଏସଆଇକୁ ନିକଟରେ ଖନନ କରିବା ସମୟରେ ସେଠାରେ ଏକ ବୌ÷ଦ୍ଧ ମଠର ଅବଶେଷ ମିଳିଥିଲା । ଖନନ କାର୍ଯ୍ୟ ଏବେ ବି ଜାରି ରହିଛି । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ରାଲିରେ ସବୁବେଳେ କହୁଥିଲେ କି ସେ ତାଙ୍କ ପିଲାଦିନେ ରେଳଷ୍ଟେସନରେ ନିଜ ପିତାଙ୍କ ସହ ଚା’ ବିକ୍ରି କରୁଥିଲେ ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି, ବଡ଼ନଗର ରେଳଷ୍ଟେସନରେ ଏକ ଚୋଟ ଚା’ ଦୋକନା ଅଛି, ଯେଉଁଠି ପ୍ରଧାନମନ୍ତ୍ରୀ ନିଜର ଜୀବନ ଯାତ୍ରା ଆରମ୍ଭ କରିଥିଲେ । ଆମେ ସେଇ ଚା’ ଦୋକାନକୁ ପର୍ଯ୍ୟଟନ ସ୍ଥଳରେ ବିକଶିତ କରିବା ପାଇଁ ଚାହୁଁଛୁ । ଏହି ଚା’ ଦୋକାନକୁ ଆଧୁନିକ ସ୍ୱରୂପ ଦେବା ସହ ଏହାର ମୂଳ ସୌନ୍ଦର୍ଯ୍ୟକୁ ମଧ୍ୟ ସଂରକ୍ଷିତ ରଖାଯାଇ ଏହାକୁ ବିକଶିତ କରାଯିବ । ଏହାସହ ସେ କହିଛନ୍ତି ଆମର ଉଦେଶ୍ୟ ହେଲା ବଡ଼ନଗର ପର୍ଯ୍ୟଟନ ମାନଚିତ୍ରରେ ଆସୁ ।