ମୋଦି ରହିବେ କେଉଁଠି? ଜାତୀୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ଜୋର

29

ଭୁବନେଶ୍ୱରରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ । ପୁରା ଦିଲ୍ଲୀ ଉଠି ଆସିବ ଓଡିଶା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ନେତା, ସାଂସଦଙ୍କ ଲମ୍ବା ଲାଇନ ଲାଗିବ । ଏଥିପାଇଁ ପ୍ରସ୍ତୁତି ଜୋରଦାର । ଜନତା ମଇଦାନରେ ଦୁଇ ଦିନ ଧରି ଚାଲିବ ମାନସ ମନ୍ଥନ । ତିଆରି ହେବ ୨୦୧୯ ପାଇଁ ରଣନୀତି ।

ଜାତୀୟ କାର୍ଯ୍ୟକାରିଣୀରେ ସମସ୍ତଙ୍କ ନଜର ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ । ମୋଦି କେବେ ଆସିବେ, କେଉଁଠି ରହିବେ ଆଉ ଦଳୟ ନେତାଙ୍କୁ କଣ ମନ୍ତ୍ର ଦେବେ । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ, ଏହି ସମୟରେ ରାଜଭବନରେ ରହିବେ । ପ୍ରୋଟୋକଲ ଦୃଷ୍ଟିରୁ ରାଜଭବନରେ ମୋଦିଙ୍କ ରହିବାର ତମାମ ବ୍ୟବସ୍ଥା କରାଯାଉଛି । ମୋଦିଙ୍କ ସହ ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରାଜଭବନରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତାମାନଙ୍କ ପାଇଁ ଜନତା ମଇଦାନ ଆଖ ପାଖରେ ଥିବା ଏକାଧିକ ତାରକା ହୋଟେଲରେ ବ୍ୟବସ୍ଥା କରାଯାଇଥିବା ଦଳୀୟ ସୁତ୍ରରୁ ଜଣାପଡିଛି ।