ଭାରତର ହମଲାରେ ବାଉଳା ହେଲା ପାକିସ୍ତାନ ! ନିଜ ଦେଶର ଆହତ ପାଇଲଟକୁ ଭାରତର ଭାବି, ଗିରଫ କରିନେଲା ପାକ୍ ସେନା

891

ବାଲାକୋଟରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ପରେ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି ପାକିସ୍ତାନ । ଭାରତୀୟ ବାୟୁସୀମାକୁ ପଶି ଆସିଥିବା ପାକିସ୍ତାନ ଯୁଦ୍ଧ ବିମାନକୁ ଘଉଡାଇ ଦେଇଥିଲା ଭାରତ । ହେଲେ ଏହି ଅପରେସନରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବିମାନ ନଷ୍ଟ ହୋଇ ପାକିସ୍ତାନ ଅଧିକୃତ କଶ୍ମୀରରେ ପଡିଯାଇଥିଲା । ଆଉ ପାକିସ୍ତାନ କବଜାରେ ପଡ଼ି ଯାଇଛନ୍ତି ଜଣେ ଭାରତୀୟ ପାଇଲଟ୍ ।

ତେବେ ମଜାଦାର କଥା ହେଲା କି, ଲଗାତର ଭାବରେ ପାକିସ୍ତାନ ଯେଉଁ ଦାବି କରୁଥିଲା କି ସେ ଭାରତର ଦୁଇ ଜଣ ପାଇଲଟକୁ ନିଜ କଷ୍ଟଡିରେ ରଖିଛି, ବାସ୍ତବରେ ସେମାନଙ୍କ ଭିତରେ ଜଣେ ଆହତ ପାଇଲଟ ତାଙ୍କର ହିଁ ଥିଲା । ଯାହାକୁ ସେମାନେ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ଦାବି କରୁଥିଲେ । ହେଲେ ଏହା ଜାଣିବା ପରେ ପରବର୍ତ୍ତୀ ସମୟରେ ନିଜେ ଦେଇଥିବା ବୟାନରେ ପଲଟି ଯାଇଥିଲା ପାକିସ୍ତାନ । ଆଉ ସଫେଇଦେଇ କହିଥିଲା କି , ଭାରତର କେବଳ ଜଣେ ହିଁ କମାଣ୍ଡର ତାଙ୍କ କବଜାରେ ରହିଛନ୍ତି ବୋଲି ।

ଉଲ୍ଲେଖ ଥାଉ କି, ଗତକାଲି ଭାରତୀୟ ସୀମାକୁ ପଶି ଆସିିବାର ଦୁଃସାହାସ କରିଥିଲା ପାକିସ୍ତାନ ଯୁଦ୍ଧ ବିମାନ । ଯାହାକୁ ତୁରନ୍ତ ଉଡାଇ ଦେଇଥିଲେ ଭାରତୀୟ ବାୟୁସେନା । ପାକିସ୍ତାନ ଯୁଦ୍ଧ ବିମାନକୁ ସୀମା ସେପଟକୁ ଘଉଡାଇ ନେଇ ଆକ୍ରମଣ କରି ଖସାଇ ଦେଇଥିଲା ବାୟୁସେନା । ତେବେ ଫେରିଯାଉଥିବା ବେଳେ ଭାରତୀୟ ବାୟୁ ସେନାର ହମଲାରେ ପାକ ଯୁଦ୍ଧ ବିମାନ ଏଫ-୧୯ କ୍ଷତିିଗ୍ରସ୍ତ ହୋଇ ଖସିପଡିଥିଲା । କିନ୍ତୁ ପାକିସ୍ତାନ ଦାବି କରିଥିଲା କି ଭାରତୀୟ ସେନା ଯେଉଁ ବିମାନଟିକୁ ମାରି ଖସାଇ ଦେଇଛି ତାହା ଏହି ଅପରେସନର ସାମିଲ ହିଁ ନଥିଲା । ଅନ୍ୟପଟରେ ପାକିସ୍ତାନ ସେନା ପ୍ରମୁଖ ସମେତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିକ୍ରିୟା ଦେଇଥିଲେ କି, ପାକିସ୍ତାନର ବାୟୁସେନାର ଭାରତର ଦୁଇଟି ବିମାନକୁ ମାରି ଖସାଇ ଦିଆଯାଇଛି ଏବଂ ଦୁଇ ଜଣ ଭାରତୀୟ ପାଇଲଟଙ୍କୁ ସେମାନେ ଗିରଫ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଏହି ବୟାନକୁ ସେମାନରେ ବଦଳାଇ ଦେଇଥିଲେ ।