ବିଦେଶରେ ବନ୍ଦୀ ୭ ହଜାର ଭାରତୀୟ ! ୩୦ଟି ଦେଶ ସହିତ ମୋଦି ସରକାରଙ୍କ ଚାଲିଛି ଆଲୋଚନା

37

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ଭ୍ରମଣ କରି ସୁସମ୍ପର୍କ ସ୍ଥାପନ ପାଇଁ ଉଧ୍ୟମ କରୁଛନ୍ତି । ହେଲେ ବିଶ୍ୱର ୭୭ ଦେଶରେ ୭ ହଜାର ୭୭୩ ଜଣ ଭାରତୀୟ ଜେଲ ଦଣ୍ଡାଦେଶ ଭୋଗୁଛନ୍ତିି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୨୦୧୭ ବର୍ଷ ୬ ହଜାର ୪୮ଜଣ ଭାରତୀୟ ବନ୍ଦୀ ହୋଇଥିବାବେଳେ ଚଳିତ ବର୍ଷ ତାହା ୭ହଜାର ୭୩୭କୁ ବୃଦ୍ଧି ପାଇଛି । ନିକଟରେ ପାକିସ୍ତାନ ଓ ଭାରତ ସହ ସୁସମ୍ପର୍କ ପାଇଁ ଏବଂ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଲାହୋର ଜେଲ୍ରେ ବନ୍ଦୀ ଥିବା ୨୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇଥିଲା ଭାରତ। ତେବେ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଯେତେ ସଂଖ୍ୟାରେ ଭାରତୀୟ ବନ୍ଦୀ ଅଛନ୍ତି ସେଥିମଧ୍ୟରୁ ପାକିସ୍ତାନରେ ବନ୍ଦିଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ମାତ୍ର ୬ ପ୍ରତିଶତ।

jail for terroristଏହି ୭୭ ଦେଶ ମଧ୍ୟରୁ ୟୁଏଇରେ ସର୍ବାଧିକ ସଂଖ୍ୟାରେ ଭାରତୀୟ ବନ୍ଦୀ ଅଛନ୍ତି। ବର୍ତ୍ତମାନ ୟୁଏଇରେ ୧୬୯୦ ଭାରତୀୟ ବନ୍ଦୀ ଥିବାବେଳେ, ସାଉଦି ଆରବ୍ରେ ୧୫୭୫, ଯୁକ୍ତରାଷ୍ଟ୍ର-ଆମେରିକାରେ ୬୪୭, ନେପାଳରେ ୫୪୮, କୁଏତ୍ରେ ୪୮୪, ପାକିସ୍ତାନରେ ୪୭୧, ବ୍ରିଟେନ୍ରେ ୩୭୮, ମାଲେସିୟାରେ ୨୯୮, ଚୀନରେ ୨୨୬ ଏବଂ ଇଟାଲିରେ ୨୨୫ ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି। ତେବେ ୨୦୦୩ ବନ୍ଦୀଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଆକ୍ଟ ମୁତାବକ ୧୭୦ଟି ଆବେଦନ ବୈଦେଶିକ ମନ୍ତ୍ରଣାଳୟ ହସ୍ତଗତ ହୋଇଛି । ସେମାନଙ୍କୁ କିଭଳି ଭାରତକୁ ଅଣାଯାଇ ପରିବ ଏନେଇ ମଧ୍ୟ ପାଖାପଖି ୩୦ ଟି ଦେଶ ସହିତ ଚୁକ୍ତି କରିଛନ୍ତି ଭାରତ ସରକାର ବୋଲି ଜଣାପଡିଛି ।

life imprisonmentସେହିଭଳି ପ୍ରତିବର୍ଷ ଆୟୋଜିତ ହେଉଥିବା ଇଣ୍ଟର ଆମେରିକାନ୍ କନଭେନସନ ଆଲୋଚନା କରାଯାଉଛି । ତେବେ ଅନ୍ୟ ଦେଶମାନଙ୍କରେ ବନ୍ଦୀ ଥିବା ଭାରତୀୟଙ୍କୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ଗତ ୨୦୧୫ ମସିହାରୁ ୨୦୧୮ ପର୍ଯ୍ୟନ୍ତ ଭାରତ ସରକାର ୨ କୋଟି ୭୨ ଲକ୍ଷ ଖର୍ଚ୍ଚ କରିସାରିଲେଣି । ଏଥିରେ ସର୍ବାଧିକ ୟୁଏଇ ଦେଶରେ ୧ କୋଟି ୫୭ ଲକ୍ଷ ୯୩ ହଜାର, ବହରିନ୍ ୫୦ ଲକ୍ଷ ୬୯ ହଜାର, ଇରାନରେ ୧୭ ଲକ୍ଷ ୭୩ ହଜାର, ଗ୍ରୀସ୍ ରେ ୧୦ ଲକ୍ଷ ୩୧ ହଜାର ଏବଂ ସାଉଥ କୋରିଆରେ ୬ ଲକ୍ଷ ୮୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିଭଳି ବିଶ୍ୱର ବିଭିନ୍ନ ଦେଶର ନାଗରିକମାନେ ଭାରତରେ ମଧ୍ୟ ବନ୍ଦୀ ଅଛନ୍ତି । ୨୦୧୮ ଲୋକସଭାରେ ଉପସ୍ଥାପିତ ତଥ୍ୟ ମୁତାବକ ଭାରତରେ ମୋଟ୍ ୬ ହଜାର ୧୪୮ ଜଣ ବିଦେଶୀ ନାଗରିକ ବନ୍ଦୀ ଅଛନ୍ତି । ଯେଉଁଥିରେ ୨ ହଜାର ୩୫୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୩ ହଜାର ୭୯୫ ଜଣଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଉଛି । ତେବେ ଏଥିରୁ ସ୍ପଷ୍ଟ ଯେ, ମୋଟ୍ ୭୭ଟି ଦେଶରେ ପାଖାପାଖି ୭୭୩୭ ଭାରତୀୟ ବନ୍ଦୀ ଅଛନ୍ତି। ୨୦୧୭ରେ ଏହି ସଂଖ୍ୟା ୬,୦୪୮ ଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।