ହୋମୱାର୍କ ନକରିବାରୁ ଶିକ୍ଷୟିତ୍ରୀଙ୍କ ଅମାନବିକ କାଣ୍ଡ : ସ୍କଟ ଉତାରି ସ୍କୁଲ ସାରା ବୁଲାଇଲେ ଛାତ୍ରୀଙ୍କୁ

41

ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଅନପରା ବିଦ୍ୟୁତ ପରିଷଦ ଜୁନିୟର ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା । ସୂଚନା ଅନୁସାରେ ଏଠାରେ ଅଷ୍ଟମ ଶ୍ରେଣୀର କିଛି ଛାତ୍ରୀ ହୋମୱାର୍କ ନକରି ସ୍କୁଲ ଆସିଥିଲେ । ଏଥିନେଇ ପ୍ରଥମେ ଛାତ୍ରୀମାନଙ୍କୁ ଦଣ୍ଡ ଦେଇଥିଲେ ଶିକ୍ଷୟିତ୍ରୀ । ଦଣ୍ଡଦୋବ ପରେ ମଧ୍ୟ ଯେତେବେଳେ ଦ୍ୱିତୀୟ ଦିନ ସେମାନେ ହୋମୱାର୍କ ନକରି ସ୍କୁଲ ଆସିଲେ ଶିକ୍ଷୟିତ୍ରୀ ଜଣକ ଅତ୍ୟନ୍ତ ରାଗି ଯାଇଥିଲେ । ଦଣ୍ଡସ୍ୱରୂପ ଛାତ୍ରୀଙ୍କ ସ୍କଟ ଖୋଲି ପୁରା ଶ୍ରେଣୀରେ ବୁଲାଇଥିଲେ ଶିକ୍ଷୟିତ୍ରୀ । ଏତିକିରେ ଶିକ୍ଷୟିତ୍ରୀଙ୍କ ରାଗ କମି ନଥିଲା, ଏପରି ଅବସ୍ଥାରେ ଛାତ୍ରୀଙ୍କର ଫଟୋ ମଧ୍ୟ ଉଠାଇଥଲେ ଶିକ୍ଷୟିତ୍ରୀ ।

ତ’ପରେମ ମଧ୍ୟ ଏପରି ଅବସ୍ଥାରେ ସେମାନଙ୍କୁ ସ୍କୁଲ କ୍ୟାମ୍ପସରେ ବୁଲାଇଥିଲ । ଏହାସହ ଅନ୍ୟ ଛାତ୍ରୀଙ୍କୁ ଧମକ ଦେଇଥିଲେ ଯଦି ସେମାନେ ହୋମୱର୍କ ନକରନ୍ତି ସେମାନେ ମଧ୍ୟ ଏହିପରି ଦଣ୍ଡ ଭୋଗିବେ । ଏହି ଘଟଣା ଘଟିଥିଲା ୪ ଫେବୃଆରୀରେ । ଘଟଣା ଘଟିିବାର ଦୁଇଦିନ ପରେ ଉକ୍ତ ଛାତ୍ରୀଙ୍କ ଅଭିଭାବକମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମାମଲା ଆସିଥିଲା ସାମ୍ନାକୁ । ଘଟଣାର ଖୁଲାସା ପରେ ପ୍ରଶାସନ ଅଭିଯୁକ୍ତ ଶିକ୍ଷୟିତ୍ରୀ ମୀନା ସିଂଙ୍କୁ ନିଲମ୍ବିତ କରିଛି ।