୭ବର୍ଷ ବୟସରୁ ପ୍ରେମରେ ପଡିଥିଲେ ଭାଇଜାନ୍ ! ଅଭିନେତ୍ରୀଙ୍କୁ ସାଇକେଲରେ କରୁଥିଲେ ପିଛା

30

ଭାଇଜାନ୍ ସଲମାନ ଖାନଙ୍କ ପ୍ରେମିକା ମାନଙ୍କ ତାଲିକା ବହୁତ ଲମ୍ବା । ଆଉ ଏହି ତାଲିକାରେ ଥିବା ନାୟିକା ମାନଙ୍କୁ ସମସ୍ତେ ଜାଣନ୍ତି ମଧ୍ୟ । କିନ୍ତୁ ଏବେ ଏହି ତାଲିକାରେ ଥିବା ଆଉ ଜଣଙ୍କ ନାଁ ସାମ୍ନାକୁ ଆସିଛି । ଯାହାକୁ ଦର୍ଶକ ଜାଣି ନାହାଁନ୍ତି । ସେ ହେଉଛନ୍ତି ୭୦ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖା । ତେବେ ଆଜି ପର୍ଯ୍ୟନ୍ତ ସଲମାନଙ୍କ ଜୀବନରେ ଯେତେଜଣ ପ୍ରେମିକା ଆସିଛନ୍ତି ସେ ସମସ୍ତଙ୍କ ପୂର୍ବରୁ ଭାଇଜାନ ରେଖାଙ୍କ ପାଇଁ ଦିୱାନା ଥିଲେ ।
ସଲମାନଙ୍କୁ ଯେତେବେଳେ ୭/୮ ବର୍ଷ ହୋଇଥିଲା ସେବେ ସେ ସାଇକେଲରେ ତାଙ୍କ ପିଛା କରୁଥିଲେ । ପାର୍କରେ ରେଖା ଆଗେ ଆଗେ ଯାଉଥିବାବେଳେ ସଲମାନ୍ ତାଙ୍କ ପଛେ ପଛେ ଯାଉଥିଲେ । ଏପରିକି ସଲମାନ ଘରକୁ ଆସି କହିଥିଲେ ବଡ ହେଲେ ସେ ରେଖାଙ୍କୁ ହିଁ ବିବାହ କରିବେ ବୋଲି । ତେବେ ଏସବୁ କଥା ସଲମାନଙ୍କ ଉପସ୍ଥିତିରେ ରେଖା ନିଜେ କହିଛନ୍ତି ।