ଯୋଗୀଙ୍କ ପାଦ ଛୁଇଁଲେ ରମଣ : ନିଜଠାରୁ ୨୦ ବର୍ଷ ସାନ ଆଦିତ୍ୟନାଥଙ୍କ ପାଦ ଛୁଇଁଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

37

କନକ ବ୍ୟୁରୋ : ଯୋଗୀଙ୍କ ପାଦ ଛୁଇଁଲେ ରମଣସିଂ । ୬୬ ବର୍ଷିୟ ରମଣ ନିଜଠାରୁ ବୟସରେ ୨୦ବର୍ଷ ସାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି । ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଏପରିି ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ରମଣ ସିଂ ନୁହେଁ ତାଙ୍କ ସ୍ତ୍ରୀ ଓ ପୁଅ ଅଭିଷେକ ମଧ୍ୟ ଯୋଗୀଙ୍କ ପାଦ ଛୁଇଁଥିଲେ । ଏହା ବ୍ୟତୀତ ଯୋଗୀଙ୍କ ପାଖାଲୋକମାନେ ଯୋଗୀଙ୍କୁ ମାଳ ପିନ୍ଧାଇ ତାଙ୍କର ଆରତୀ କରିଥିଲେ । ତେବେ ରମଣ ସିଂ ପୂର୍ବରୁ ମଧ୍ୟ ଅନେକ କ୍ଷେତ୍ରରେ ଯୋଗୀଙ୍କଠାରୁ ବହୁ ବରିଷ୍ଠ ନେତାମାନେ ତାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିବା ନଜିର ରହିଛି ।

ରମଣ ସିଂ ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ଯୋଗୀଙ୍କୁ ଭାରତୀୟ ଜନତା ପାର୍ଟି ପ୍ରଦେଶରେ ହେଉଥିବା ନିର୍ବାଚନ ପ୍ରଚାରର ତାରକା ପ୍ରଚ।।ରକ କରାଯାଇଛି । ଯୋଗୀ ସେଠାରେ ପଦଳର କାର୍ଯ୍ୟକର୍ତ୍ତା ସହ ଆଲୋଚନା କଲେ ।