ଓଡିଶା ହେବ କି ରାମରାଜ୍ୟ ? ଦଶହରାରେ ରାଜନେତାଙ୍କ ‘ରାମାୟଣ ରାଜନୀତି’

571

କନକ ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ ଉଠିଛି ରାମରାଜ୍ୟର କଥା । ରାବଣକୁ ବଦ୍ଧ କରି ରାଜା ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସାରା ଅଯୋଧ୍ୟାବାସୀ ରାମରାଜ୍ୟର ପରିକଳ୍ପନାରେ ଉତ୍ସାହିତ ହୋଇପଡିଥିଲେ । ତେବେ ବର୍ତ୍ତମାନ କଣ ରାମରାଜ୍ୟ ସମ୍ଭବ? ଆଉ ଯଦି ସମ୍ଭବ, ତେବେ କେବେ ଆସିବ ଓଡିଶାରେ ରାମରାଜ୍ୟ? ପୁରାଣରେ ଅଯୋଧ୍ୟା ଭଳି ଓଡିଶାରେ କେବେ ହେବ ରାମରାଜ୍ୟ ପ୍ରତିଷ୍ଠା ।

ରାମରାଜ୍ୟ କଥା ଉଠିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଜେପି କହିଛି, ଯଦି ଭୋଟର ଠିକ୍ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବାଛିବେନି, ତେବେ ରାମରାଜ୍ୟ ଆସିପାରିବନି । ସେହିପରି କଂଗ୍ରେସ କହିଛି, ସାମାଜିକ ନିରାପତା ଏବଂ ଲୋକଙ୍କୁ ମୌଳିକ ଅଧିକାର ମିଳିପାରିଲେ ରାମରାଜ୍ୟ ସମ୍ଭବ । ଆଉ ବିଜେଡି କହିଛି, ରାମରାଜ୍ୟ ପାଇଁ ପ୍ରଥମେ ନିଜ ଭିତରେ ଥିବା ରାବଣର ବଦ୍ଧ ଜରୁରୀ ।

ରାମାୟଣର ଶ୍ରୀରାମଙ୍କ ଉଦାହରଣ ନିଆଯାଇ ବର୍ତ୍ତମାନ ସମୟରେ ରାମରାଜ୍ୟର ପରିକଳ୍ପନା ଅସମ୍ଭବ ନୁହେଁ । ତେବେ ରାମରାଜ୍ୟ ଗଢିବାକୁ ହେଲେ, ପ୍ରଥମେ ନିଜ ଭିତରେ ଥିବା ରାକ୍ଷସ ପ୍ରବୃତିକୁ ଦୂର କରିବାକୁ ପଡିବ ଏବଂ ନିଜ ଭିତରେ ଥିବା ରାବଣକୁ ମାରିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି ।

ତେବେ ସେବା ଏବଂ ପରୋପକାର ହେଉଛି ରାମରାଜ୍ୟର ମୂଳମନ୍ତ୍ର । ଲୋକଙ୍କୁ ନିଜ ଅଧିକାର ମିଳିପାରିଲେ ଏବଂ ରାଜ୍ୟରେ ସୁଶାସନ ଚାଲିଲେ, ରାମରାଜ୍ୟର ପ୍ରତିଷ୍ଠା ଅସମ୍ଭବ ନୁହେଁ ।