ଯେବେ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରାପଡିଥିଲେ ଧର୍ମେନ୍ଦ୍ର ଓ ହେମା! ଜାଣନ୍ତୁ ତାପରେ କଣ ହେଲା . . . .

49

ବଲିଉଡ୍ ହି ମ୍ୟାନ୍ ଧର୍ମେନ୍ଦ୍ର ଏବଂ ଡ୍ରିମଗର୍ଲ ହେମାମାଳିନୀଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଜଣା । ଅନେକ ସ୍ଥାନରେ ଉଭୟଙ୍କ ପ୍ରେମର ଉଦାହରଣ ମଧ୍ୟ ଦିଆଯାଏ । ତେବେ ଏହି ପ୍ରେମକାହାଣୀ ମଧ୍ୟରେ ଏମିତି ଏକ ବିବାଦୀୟ ଅଧ୍ୟାୟ ରହିଛି ଯାହା ଖୁବ୍ କମ୍ ଲୋକ ଜାଣିଥିବେ । ଏହି ଘଟଣା ପରେ ଉଭୟ ବଦନାମ୍ ମଧ୍ୟ ହୋଇଯାଇଥିଲେ । ଆଉ ସେମାନଙ୍କ ପ୍ରେମ ଲୁଚି ରହିପାରିନଥିଲା ।

ଘଟଣାଟି ହେଉଛି ସୁପରହିଟ୍ ସିନେମା ‘ସୋଲେ’ର ସୁଟିଂ ସମୟର । ସୁଟିଂ ସେଟରୁ ସମୟ ପାଇ ଉଭୟ ପରସ୍ପର ସହ କାଟୁଥିଲେ । ଏପରିକି ହୋଟେଲରେ ରହୁଥିଲେ । ହେଲେ କାହା ଆଗରେ ନିଜ ପ୍ରେମକୁ ସ୍ୱୀକାର କରୁନଥିଲେ । କିନ୍ତୁ ଲୁଚି ଲୁଚି ପ୍ରେମ କରିହୁଏ ହେଲେ ପ୍ରେମକୁ ଲୁଚାଇହୁଏନି । ଆଉ ତାହା ହିଁ ଘଟିଥିଲା । ଉଭୟଙ୍କୁ ଜଣେ ନିର୍ଦେଶକ ଚେନ୍ନାଇର ହୋଟେଲରୁ ଧରିଥିଲେ । ଆଉ ସେହି ସମୟରେ ଉଭୟ ହେମା ଓ ଧର୍ମେନ୍ଦ୍ର ଗୋଟିଏ ଚଦର ଘୋଡାଇ ହୋଇଥିଲେ । ଏହି ଫଟୋଟି ସାମ୍ନାକୁ ଆସିବା ପରେ ଉଭୟଙ୍କର ଖୁବ୍ ବଦନାମ ହୋଇଥିଲା । ଏବଂ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିଲା ।