ଜଳୁଛି ପଶ୍ଚିମ ଓଡିଶା ! ଆଜି କାଳବୈଶାଖୀ ସମ୍ଭାବନା

26

କନକ ବ୍ୟୁରୋ : ଜଳୁଛି ପଶ୍ଚିମ ଓଡିଶା । ବଲାଙ୍ଗୀରରେ ପାରଦ ୪୨ଡିଗ୍ରୀ ଛୁଇଁଛି । ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀକୁ ଟପିଛି । ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ ବହିବା ଆରମ୍ଭ କରିଛି । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଲୋକେ ଘରୁ ବାହାରିବାକୁ ଡରୁଛନ୍ତି ।

ଅପରାହ୍ନ ୨ଟାରୁ ୪ଟା ଯାଏ ଡହ ଡହ ଖରା ହେଉଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ୨୭ରୁ ୨୯ ଯାଏ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –