ବିଜେଡିର ଗହମ ରାଜନୀତିକୁ ବିଜେପି ଦେଲା ଝଟକା

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ଗହମ ରାଜନୀତିକୁ ଚକମା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ବଂଟନ ବ୍ୟବସ୍ଥାରେ ଚାଉଳ ବଦଳରେ ଅଧିକ ପରିମାଣରେ ଗହମ ମିଳୁଛି । ଏହାକୁ ବିରୋଧ କରି ସାରା ରାଜ୍ୟରେ  ବିଜେଡି ଆନ୍ଦୋଳନ ଘୋଷଣା କରିଥିବା ବେଳେ ଆଜି କେନ୍ଦ୍ର ଖାଦ୍ୟ ବଂଟନ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟି ବିଜେଡିର ପୁରା ପ୍ଲାନକୁ ଅକାମି କରିଦେଇଛନ୍ତି ଧର୍ମେନ୍ଦ୍ର । ବୈଠକ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡିଶାର ଦାବି ଅନୁସାରେ ଚାଉଳ ଦିଆଯିବ । ଜୁନ ମାସରୁ ୮୫ ପ୍ରତିଶତ ଚାଉଳ ଓ ୧୫ ପ୍ରତିଶତ ଗହମ ମିଳିବ ।