ଆଉ କିଛି ଦିନ ପରେ ଏହି ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ ! ଆପଣଙ୍କ ଫୋନ୍ ମଧ୍ୟ ଏହି ତାଲିକାରେ ନାହିଁ ତ ? 

48

ହ୍ୱାଟ୍ସଆପର ଲୋକପ୍ରିୟତା ସମସ୍ତଙ୍କୁ ଜଣା । ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ତେବେ ଏହା ଭିତରେ ଏହି ଲୋକପ୍ରିୟ ଆପକୁ ନେଇ ଆସିଛି ଏକ ଚାଂଚଲ୍ୟକର ଖବର । କାରଣ କିଛି ସ୍ମାର୍ଟଫୋନରେ ଏହି ଆପ୍ ଆଉ କାମ କରିବ ନାହିଁ । ହ୍ୱାଟ୍ସଆପର ଅଫିସିଆଲ୍ ବ୍ଲଗରେ ଏନେଇ ସୂଚନା ଦିଆଯାଇଛି । କୁହାଯାଇଛି, ଏହି ସବୁ ସ୍ମାର୍ଟଫୋନ୍ ହ୍ୱାଟ୍ସଆପର ଆଗାମୀ ଫିଚର୍ ଗୁଡିକୁ ସପୋର୍ଟ କରିପାରୁନାହିଁ । ହ୍ୱାଟ୍ସଆପ୍ ସପୋର୍ଟ କରୁନଥିବା ମୋବାଇଲ୍ ଫୋନର ଏକ ଲିଷ୍ଟକୁ ଏବେ ବାହାର କରିଛି । ଏହି ଲିଷ୍ଟରେ ସେହି ସ୍ମାର୍ଟଫୋନର ନାଁ ରହିଛି ଯେଉଁଥିରେ ୩୧ ଡିସେମ୍ବର ୨୦୧୮ ପରେ ହ୍ୱାଟ୍ସଆପ୍ ସପୋର୍ଟ କରିବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ମାର୍ଟଫୋନ୍ ଏହି ଲିଷ୍ଟରେ ଆସୁଛନ୍ତି ।

ନୋକିଆ ଏସ୍ ୪୦ : ହ୍ୱାଟ୍ସଆପ୍ ୩୧ ଡିସେମ୍ବର ୨୦୧୮ ପରେ ନୋକିଆ ଏସ୍ ୪୦ ଫୋନରେ କାମ କରିବ ନାହିଁ । ଏହାଛଡା ନୋକିଆ ଆଶା ଫୋନରେ ମଧ୍ୟ ହ୍ୱାଟ୍ସଆପ୍ ଚଳିବ ନାହିଁ ।

ଆଣ୍ଡ୍ରୋଏଡ୍ ଭର୍ଜନ ୨.୩.୩ ର ନିମ୍ନ : ଆଣ୍ଡ୍ରୋଏଡ୍ ଭର୍ଜନ ୨.୩.୩ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । କମ୍ପାନୀ ଏଥିପାଇଁ ଫୋନରେ ଅପଡେଟ୍ କରିବା ବନ୍ଦ କରିଦେଇଛି । ଆପଣଙ୍କୁ କହିରଖୁଛୁ ଯେ ଆଣ୍ଡ୍ରୋଏଡ୍ ୨.୧ ର ନାଁ ଏକ୍ଲେୟର ଏବଂ ୨.୨ ନାଁ ଫ୍ରାୟୋ ଥିଲା ।

ଆଇଫୋନ୍ ୩ ଜିଏସ୍ / ଆଇଓଏସ୍ ୬ : ଆପଲର ଆଇଓଏସ୍ ୬ ଆଇଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଆପଣଙ୍କୁ ଏଠାରେ କହି ରଖୁଛୁ କି କମ୍ପାନୀ ନିକଟରେ ଆଇଓଏସ୍ ୧୨ ଲଞ୍ଚ୍ କରିଛି ।

ବ୍ଲାକବେରି : ବ୍ଲାକବେରିର ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ ବ୍ଲାକବେରି ୧୦ ସ୍ମାର୍ଟଫୋନରେ ଏହି ବର୍ଷ ପରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ ।

ୱିଣ୍ଡୋଜ୍ : ହ୍ୱାଟ୍ସଆପ୍ ୱିଣ୍ଡୋଜ୍ ୮ ଏବଂ ଏହା ଠାରୁ କମ୍ ଭର୍ଜନ ଦେଉଥିବା ସ୍ମାର୍ଟଫୋନ୍ ଚଳିତ ବର୍ଷ ୧ ଜାନୁଆରୀ ଠାରୁ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେଇଛି ।

ଆଇଓଏସ୍ ୭ : ଆଇଓଏସ୍ ୭ ଆଇଫୋନ୍ ୟୁଜର୍ସଙ୍କୁ ୨୦୨୦ ପର୍ଯ୍ୟନ୍ତ ସମୟ ମିଳିଛି । ଏହି ଫୋନରେ ୧ ଜାନୁଆରୀ ୨୦୨୦ ଠାରୁ ହ୍ୱାଟ୍ସଆପ୍ କାମ କରିବା ବନ୍ଦ ହୋଇଯିବ ।