ଏହି ଫୋନ ବ୍ୟବହାରକାରୀ ଏଣିକି ଆଉ ଚଲାଇ ପାରିବେନାହିଁ ହ୍ୱାଟସଆପ୍ ! ଜାରି ହେଲା ଡେଡ୍ ଲାଇନ୍ ।

32
ହ୍ୱାଟସଆପ ଏବଂ ଫେସବୁକ ଭଳି ଫିଚର ଦିନକୁ ଦିନ ଅପଡେଟ ହେବାକୁ ଲାଗିଛି । ସେହିପରି କିଛିଦିନ ପୂର୍ବରୁ ହ୍ୱାଟସଆପ ନିଜର ମୋବାଇଲ ଡିଭାଇସ ସପୋର୍ଟ ପେଜକୁ ଅପଡେଟ କରୁଥିଲା । କମ୍ପାନୀ ସେହି ଡିଭାଇସ ଗୁଡିକର ଲିଷ୍ଟ ଜାରୀ କରିଥିଲା ଯେଉଁଥିରେ ଆଗାମୀ ଦିନରେ ଆସିବାକୁ ଥିବା ହ୍ୱାଟସଆପର ନୁଆ ଫିଚର କାମ କରିବ ନାହିଁ  । ଚଳିତ ବର୍ଷ ହ୍ୱାଟସଆପର ଅପଡେଟ ଭରସନ କେତେକ ସ୍ମାଟଫୋନରେ କାମ କରିବା ବନ୍ଦ କରିସାରିଛି । ଏହି କଥାକୁ ଘୋଷଣା କରି ହ୍ୱାଟସଆପ ନିଜର ୱେବସାଇଟର ସପୋର୍ଟ ଲିଷ୍ଟରେ ଲେଖିଛି , ଏହି ସ୍ମାର୍ଟ ଫୋନ ଗୁଡିକରେ ସେତିକି କ୍ଷମତା ନାହିଁ ଯାହା ହ୍ୱାଟସଆପର ଅପଡେଟ ଭର୍ସନକୁୁ ସୁଟ କରିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ମାଟଫୋନ ଗୁଡିକରେ ହ୍ୱାଟସଆପ କାମ କରିବା ବନ୍ଦ କରିଦେବ ।
୩୧ ଡିସେମ୍ବର ୨୦୧୮ ସୁଦ୍ଧା  ଆଣ୍ଡ୍ରଏଡ ୨.୧ (ଇକଲାୟର) , ଆଣ୍ଡ୍ରଏଡ ୨.୨ , ନୋକିଆ ଏସ-୪୦, ଆସା ସିରିଜ, ନୋକିଆ ସିମ୍ବିଆନ ଏସ-୬୦ ଭଳି ସ୍ମାର୍ଟ ଫୋନ ଗୁଡିକରେ ଏଣିକି ହ୍ୱାଟସଆପ ଅପଡେଟ ହୋଇପାରିବ ନାହିଁ କିମ୍ବା ପୂର୍ବରୁଥିବା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଏହି ସ୍ମାର୍ଟଫୋନ ଗୁଡିକରେ ହ୍ୱାଟସଆପ ଚାଲିପାରିବ ନାହିଁ । ଏହାତ ଥିଲା ଛୋଟମୋଟ ସ୍ମାର୍ଟଫୋନ ବିଷୟରେ ଏବେ ଆସନ୍ତୁ ଜାଣିବା ଆଇଫୋନ ଏବଂ ବ୍ଲାକବେରି ବିଷୟରେ ।
ଆଇଫୋନ ସ୍ମାର୍ଟଫୋନ ମଧ୍ୟରେ, ଆଇଫୋନ ୩ଜିଏସ ଏବଂ ଆଇଏସଓ ୬ ଭଳି ସ୍ମାଟଫୋନ ଗୁଡିକରେ ହ୍ୱାଟସଆପ କାମ କରିବା ବନ୍ଦ କରିସାରିଛି । ଯେଉଁମାନେ ବ୍ଲାକବେରି ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ବ୍ଲାକବେରି ଓଏସ, ବ୍ଲାକବେରି ୧୦ ଭଳି ସ୍ମାର୍ଟଫୋନ ଗୁଡିକରେ ଯଦିଓ ହ୍ୱାଟସଆପ ଏଯାଏଁ ବନ୍ଦ ହୋଇନାହିଁ କିନ୍ତୁ ଆଗାମୀ ଦିନରେ ଏହି ଫୋନ ଗୁଡିକରେ ହ୍ୱାଟସଆପ ବନ୍ଦ ହେବାର ବିଶେଷ ସମ୍ଭାବନା ରହିଛି । ଏଥିସହିତ ସ୍ମାଟଫୋନ ୱିଣ୍ଡୋଜ ୮.୦ ଏବଂ ୱିଣ୍ଡୋଜ ୭ ରେ ମଧ୍ୟ ଏହି ବର୍ଷ ହ୍ୱାଟସଆପକୁ ବନ୍ଦ କରିଦିଆଯିବ । ଏହି ସ୍ମାର୍ଟଫୋନ ଗୁଡିକରେ ହ୍ୱାଟସଆପ ବ୍ୟବହାର କରୁଥିବା ଲୋକମାନେ ନିଜର ଚାଟକୁ ଟ୍ରାନ୍ସଫର କରିପାରିବେ ନାହିଁ । ଟ୍ରାନ୍ସଫର କରିବାକୁ ହେଲେ ଇମେଲ ଜରିଆରେ କରିପାରିବେ ।