ହ୍ୱାଟସଆପ୍ ଦେବ ୧.୮ କୋଟି ଟଙ୍କା ! ହେଲେ ଗୋଟିଏ ସର୍ତ୍ତରେ, ପୁରା କରିବା ପାଇଁ ପଡ଼ିବ ଗ୍ରାଣ୍ଡ ଚ୍ୟାଲେଞ୍ଜ

199

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ ବିଗତ କିଛି ବର୍ଷରେ ହ୍ୱାଟସଆପ କେବଳ ଏକ ସଫଳ ମେସେଜିଙ୍ଗ ଆପ୍ ନୁହେଁ ଆନ୍ ନୁହେଁ ରୋଜଗାର ଦିଗରେ ହେଉଁ କି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ହ୍ୱାଟସଆପ୍ ଅନେକ ପଦକ୍ଷେପ ନେଇଛି । ଏହି ପ୍ଲାଟଫର୍ମ ତଥା ହ୍ୱାଟସଆପ୍ ଗ୍ରୁପ, ଲୋକାଲ୍ ସର୍ଭିସ ନେଟୱର୍କ ଉପଲବ୍ଧ କରାଉଛି । ଏହି ପ୍ଲାଟଫର୍ମ ବଡ଼ ବ୍ୟସାୟୀଙ୍କ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଛିି । ନୂଆ ଷ୍ଟାଟଅପକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରୁଛି ହ୍ୱାଟସଆପ୍ । ଏଥିପାଇଁ ହ୍ୱାଟସଆପ୍ ନିଜର ଏକ ଭିନ୍ନ ବିଜିନେସ୍ ଆପ୍ ମଧ୍ୟ ଲଂଚ କରିଥିଲା । ଯେଉଁଠି ଅନେକ ବିଜିନେଟ୍ ଟୁଲ୍ ମଧ୍ୟ ଉପଲବ୍ଧ । ଏବେ କମ୍ପାନୀ ଏପରି କଂଣ୍ଟେଟ୍ ନେଇକି ଆସୁଛି, ଯାହା ଦ୍ୱାରା ଭାରତର ଉଦ୍ୟୋଗୀମାନେ ଲାଭବାନ ହୋଇପାରିବେ ।

ହ୍ୱାଟସଆପ୍ ଭାରତରେ ଷ୍ଟାଟଅପ୍ ଇଣ୍ଡିଆ ହ୍ୱାଟସଆପ୍ ଗ୍ରାଣ୍ଡ ଛାଲେଞ୍ଜ ଲଂଚ କରିଛି । ଭାରତରରେ ଷ୍ଟାଟଅପ ସହ ଉଦ୍ୟୋଗ କ୍ଷେତ୍ରରେ ବିକାଶକୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ ହୋଇଛି । ପ୍ରତିଯୋଗିତାରେ ୫ ବିଜେତାଙ୍କ ପାଇଁ ପୁରସ୍କାର ରାଶି ୧.୮ କୋଟି ରଖାଯାଇଛି । ଏହି ପ୍ରତିଯୋଗିତାରେ ସମସ୍ତ ଉଦ୍ୟୋଗୀ ମାନଙ୍କ ପାଇଁ ଖୋଲାଯାଇଛି । ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ, ଅର୍ଥବ୍ୟବସ୍ଥା, ଆର୍ଥିକ ଓ ଡିଜିଟାଲ ସମାବେଶ, ଶିକ୍ଷା ଓ ନାଗରିକ ସୁରକ୍ଷା ପରି ବିଭିନ୍ନ କ୍ଷେତ୍ରରେ ନିଜର ନିଆରା ଚିନ୍ତାଧାରାକୁ ନେଇ ଏହି ପ୍ରତିଯୋଗିତାରେ ଉପସ୍ଥାପନ କରିପାରିବେ ଉଦ୍ୟୋଗୀ ।

ୱାଟସଆପ୍ କହିଛି, ନୂଆ ନିଚାରଧାରା ରଖୁଥିବା ଉଦ୍ୟେଗୀ ତଥା ଭାରତୀୟ ଲୋକଙ୍କ ସମସ୍ୟାକୁ ସାମଧନ କରିବା ପାଇଁ କିଛି ନୂଆ ମଡ଼େଲ ପ୍ରସ୍ତୁତ କରିଥିବା ପ୍ରତିଯୋଗୀ ଏଠାରେ ଭାଗ ନେଇପାରିବେ । ଏଥିପାଇଁ ୧୦ ମାର୍ଚ୍ଚ ୨୦୧୯ ଠାରୁ ପଞ୍ଜିକରଣ ଆରମ୍ଭ ହେବ ।