ଏଣିକି ହ୍ୱାଟସଆପରେ ହୋଇପାରିବ ଟଙ୍କା ଟ୍ରାନ୍ସଫର ! ଆଜିଠୁ ଭାରତରେ ଆରମ୍ଭ ହେଲା ନୂଆ ଫିଚର

168

ଏଣିକି ହ୍ୱାଟସ ଆପରେ ହୋଇପାରିବ ଟଙ୍କା ଟ୍ରାନ୍ସଫର । ଆଜିଠୁ ଭାରତରେ ଆରମ୍ଭ ହେଲା ନୂଆ ଫିଚର । ଅଡିଓ, ଭିଡିଓ ପରେ ଏବେ ଟଙ୍କା ବି ହ୍ୱାଟସଆପରେ ଆଦାନ ପ୍ରଦାନ ହୋଇପାରିବ । ଆଣ୍ଡ୍ରଏଡ ବ୍ୟବହାର କରି ନିଜ ହ୍ୱାଟସଆପ ଅପଡେଟ କରି ଏହି ଫିଚର ବ୍ୟବହାର କରିପାରିବେ । ଏହି ଫିଚର କେବଳ ଭାରତୀୟ ମାନଙ୍କ ପାଇଁ ଉପଲବ୍ଧ ।

 

ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବନାହିଁ । ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ ଏହି କାମ ଅତି ସହଜରେ କରିପାରିବେ । ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ନିକଟରେ ପେମେଂଟ ଅପସନ୍ ଅପଡେଟ୍ କରିଛି । ଯେଉଁଥିରେ ଆପଣ ଟଙ୍କା ପଠାଇବା ପାଇଁ କୌଣସି ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ । ତେବେ ପେଟିଏମକୁ ଟକ୍କର ଦେବା ଉଦ୍ଦେଶ୍ୟରେ ହ୍ୱାଟସଆପ ଏହି ନୂଆ ଫିଚରଟିକୁ ଲଂଚ କରିଛି ।  ଯଦିଓ ବର୍ତ୍ତମାନ ଏହି ଫିଚରଟିକୁ ହ୍ୱାଟସଆପ ବଛା ବଛା କିଛି ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ କରିଛି ତେବେ ଖୁବ୍ ଶୀଘ୍ର ହିଁ ଏହି ଫିଚରଟିକୁ ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ ଲାଇଭ କରିଦିଆଯିବ ବୋଲି କଂପାନୀ ତରଫରୁ ସୂଚନା ମିଳିଛି । ଏଠାରେ ଆମ କହି ରଖୁଛୁ କି, ଭାରତରେ ହ୍ୱାଟସଆପର ପାଖାପାଖି କୋଟିଏରୁ ଅଧିକ ସଂଖ୍ୟକ ୟୁଜର୍ସ ରହିଛନ୍ତି । ଯାହାକି ପେଟିଏମ ପାଇଁ କୌଣସି ଟକ୍କରରୁ କମ ନୁହେଁ ।

ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟସଆପରେ ଆସିଯାଇଛି ପେମେଣ୍ଟ ସିଷ୍ଟମ୍ । ଅନେକ ଦିନ ପୂର୍ବରୁ ଏହାର ପରୀକ୍ଷା ନୀରିକ୍ଷା ଚାଲିଥିଲା । ଆଉ ଏବେ ଏହା ଏକ ଫିଚର ପରି ହ୍ୱାଟସଆପରେ ଯୋଡ଼ି ହୋଇଯାଇଛି । ତେବେ ବର୍ତ୍ତମାନ ଆଣ୍ଡ୍ରଏଡ଼୍ ୟୁଜର ନିଜର ହ୍ୱାଟଅସଆପ୍ ଅପଡ଼େଟ୍ କରିବା ପରେ ଏହି ଫିଚରର ଲାଭ ଉଠାଇପାରିବେ । କିନ୍ତୁ ଆଇଏସଓ ଗ୍ରାହକଙ୍କୁ ଏଥିପାଇଁ ଟିକିଏ ଅପେକ୍ଷା କରିବା ପାଇଁ ପଡ଼ିବ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ଫିଚର କେବଳ ଭାରତୀୟ ଗ୍ରାହକଙ୍କ ପାଇଁ ଆସିଛି । ଏଥିପାଇଁ ହ୍ୱାଟସଆପ୍ ଅନେକ ବ୍ୟାଙ୍କକୁ ନିଜ ପ୍ଲାଟଫର୍ମକୁ ଆଣିବା ପାଇଁ ତାଙ୍କ ସହ ଭାଗିଦାରୀ କରିଥିଲା । ଅପଡ଼େଟ୍ ପରେ ହ୍ୱାଟସଆପରେ ଏକ ଖାସ୍ ପେମେଣ୍ଟ ସିଷ୍ଟମ ଯୋଡ଼ା ଯାଇଛି । ହ୍ୱାଟସଆପର ସେଟିଂରେ ଆପଣଙ୍କୁ ଏକ ଅପ୍ସନ ଦେଖାଯିବ । ଏଠାରେ ପେଟିଏମ ପରି ପେମଣ୍ଟେ ଅପ୍ସନ ଉପଲବ୍ଧ ହେବ ।

ଜାଣନ୍ତୁ କିପରି କାମ କରିବ ହ୍ୱାଟସଆପର ପେମେଣ୍ଟ ଫିଚର୍ ?

– ହ୍ୱାଟସଆପ ଜରିଆରେ ଆପଣ ଟଙ୍କା ପଠାଉଥିଲେ, ଯାହା ପାଖୁ ଟଙ୍କା ପଠାଉଛନ୍ତି ତାଙ୍କ ପାଖରେ ମଧ୍ୟ ଅପଡ଼େଟ୍ ହ୍ୱାଟସଆପ୍ ଭର୍ସନ ରହିବା ଜରୁରୀ ।

– ଯିଏ ଟଙ୍କା ପଠାଉଛି ଏବଂ ଯାହାକୁ ପଠାଯାଉଛି ଉଭୟଙ୍କ ପାଖରେ ପେମେଣ୍ଟ ଫିଚର ରହିବା ଜରୁରୀ ।

– ଆଉ ଏକ କଥା ଉପରେ ଧ୍ୟାନ ଦିଅନ୍ତୁ ପଠାଉଥିବା ଓ ଗ୍ରହଣ କରୁଥିବା ହ୍ୱାଟସଆପ ନମ୍ବର ୟୁପିଆଇ ଆପରେ ରେଜିଷ୍ଟର ହେବା ଦରକାର, ଯେଉଁଠି ବ୍ୟାଙ୍କ ଆକାଉଂଟ ଲିଙ୍କ୍ ଥିବ ।

ଜାଣନ୍ତୁ ହ୍ୱାଟସଆପରେ କିପରି ପଠାଇବେ ଟଙ୍କା ?

– ସର୍ବପ୍ରଥମେ ଆପକୁ ଅପଗ୍ରେଡ଼୍ କରନ୍ତୁ । ଆଣ୍ଡ୍ରଏଡ଼୍ ପାଇଁ ଦିଆଯାଇଥିିବା ହ୍ୱାଟସଆପ ଭର୍ସନ ୨.୧୮.୪୬ରେ ଏହି ଫିଚର ଦିଆଯାଇଛି ।

– ଅପଡ଼େଟ୍ କରିବା ପରେ ସେଟିଂରେ ଯାଇ ପେମେଣ୍ଟ ଉପରେ ଟାପ କରିବା ପାଇଁ ପଡ଼ିବ । ସେଠାରେ ମିଳିବ ଅପ୍ସନ ।

– ପେମେଣ୍ଟ ଅପ୍ସନରେ କ୍ଲିକ କରିବା ପରେ ଆପଣଙ୍କୁ ୱେଲକମ୍ ମେସେଜ ମିଳିବ । ଯେଉଁଠି ଲେଖାଯାଇଛି ୟୁପିଆଇ ଜରିଆରେ ସୁରକ୍ଷିତ ଉପାୟରେ ଟଙ୍କା ପଠାନ୍ତୁ ଓ ପାଆନ୍ତୁ ।

– ଏଠାରେ ଆପଣଙ୍କୁ ଟର୍ମ ଆଣ୍ଡ କଣ୍ଡିସନରେ ଆକସେପ୍ଟ କରିବା ପାଇଁ ପଡ଼ିବ । ଆକସେପ୍ଟ କରିବା ପରେ ହିଁ ଆପଣଙ୍କୁ ୟୁପିଆଇର ଅପ୍ସନ ଦେଖାଯିବ ।

– ୟୁଜର ଚାହିଁଲେ ଚାଟବକ୍ସରେ ସିଧା ଆଟାଚମେଂଟ ଉପରେ କ୍ଲିକ କରି ପେମେଣ୍ଟ ଅପ୍ସନ ବାଛିପାରିବେ ।

– ବ୍ୟାଙ୍କ ଚୟନ କରିବା ପୂର୍ବରୁ ନିଜର ନମ୍ବର ଭେରିଫାୟ କରବା ପାଇଁ ପଡ଼ିବ । ଏଥିପାଇଁଏକ ମସେଜ ପଠାଇବା ପାଇଁ ପଡ଼ିବ ।

– ବ୍ୟାଙ୍କ ସହ ସିଙ୍କ୍ କରିବା ପରେ ବ୍ୟାଙ୍କକୁ ଚୟନ କରିପାରିବେ । ଯଦି ପୂର୍ବରୁ ୟୁପିଆଇ ଆକିଟିଭେଟ୍ କରାଯାଇଛି, ତେବେ ଏହା ସହଜ ହେବ ।

– ବ୍ୟାଙ୍କ ଚୟନ କରି, ଆମାଉଂଟ ଏଣ୍ଟର କରିବା ପାଇଁ ପଡ଼ିବ । ୟୁପିଆଇ ପିନ୍ କରି ଉପରେ କ୍ଲିକ କରିବା ପାଇଁ ପଡ଼ିବ ।