ଜରୁରୀ ସୂଚନା: ୧୨ ନଭେମ୍ବର ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ୍ ଡିଲିଟ୍ ହୋଇଯିବ ହ୍ୱାଟସଆପର ସମସ୍ତ ଚାଟ, ଭିଡିଓ ଏବଂ ଫଟୋ

52

ବଦଳିବାକୁ ଯାଉଛି ହ୍ୱାଟସଆପର ଚାଟ ବ୍ୟାକଅପର ଫର୍ମାଟ । ପୂର୍ବରୁ ୟୁଜର୍ସଙ୍କୁ ଯେଉଁଠି ହ୍ୱାଟସଆପର ବ୍ୟାକଅପ ନେବା ପାଇଁ ଗୁଗଲ ଡ୍ରାଇଭର ସାହାର ନେବାକୁ ପଡୁଥିଲା , ସେଇଠି ଏବେ ଗୁଗଲ ଡ୍ରାଇଭର ଆଉ ଆବଶ୍ୟକତା ପଡିବ ନାହିଁ ।

ହ୍ୱାଟସଆପର ମାଲିକାନାରେ ଥିବା ଫୋସବୁକ ଏବଂ ଗୁଗଲ ମଧ୍ୟରେ ଏକ ଡିଲ ହୋଇଛି । ଯାହାକୁ ଆଧାର କରି ୟୁଜର ହ୍ୱାଟସଆପର ବ୍ୟାକଅପ ନିଜ ବ୍ୟକ୍ତିଗତ ଆକାଉଂଟରେ ରଖି ତାକୁ ମାଗଣାରେ ନେଇପାରିବେ । ତେବେ ହ୍ୱାଟସଆପ ଏବଂ ଗୁଗଲ ମଧ୍ୟରେ ହୋଇଥିବା ଏହି ଏଗ୍ରିମେଂଟ ମୁତାବକ, ୧୨ ନଭେମ୍ବରରୁ ହ୍ୱାଟସଆପର ବ୍ୟାକଅପ ଗୁଗଲ କ୍ଲାଉଡ ଷ୍ଟୋରେଜରେ  ସ୍ପେସ ନେବ ନାହିଁ । ଏହାପରେ ହ୍ୱାଟସଆପ ମିଡିଆ, ଟେକ୍ସ ଏବଂ ମେମୋ ସମେତ ସବୁ ପ୍ରକାରର ଡାଟା ଗୁଗଲ ଆକାଉଂଟରେ ଅଟୋମେଟିକ ବ୍ୟାକଅପ ନେଇଯିବ ।

ଏଠାରେ ଆମେ କହି ରଖୁଛୁ କି, ନଭେମ୍ବରରୁ ହ୍ୱାଟସଆପ ଅପଡେଟ ହେବା ସହିତ ହ୍ୱାଟସଆପର ସମସ୍ତ ପୁରୁଣା ବ୍ୟାକଅପ ଡାଟା (ଫଟୋ, ଭିଡିଓ, ଚାଟ) ଯାହାକୁ ଆପଣ ବର୍ଷ ବର୍ଷ ଧରି ଅପଡେଟ କରି ନାହାଁନ୍ତି ସେ ସବୁକୁ ଡିଲିଟ କରିଦିଆଯିବ । ତେବେ ୧୨ ନଭେମ୍ବର ପୂର୍ବରୁ ଆପଣ ଆପଣଙ୍କ ଡାଟାର ବ୍ୟାକଅପ ନେଇଯାଆନ୍ତୁ । ସେହିପରି ବ୍ୟାକଅପ ନେବା ବେଳେ ଫୋନକୁ ୱାଇଫାଇ ସହ କନେକ୍ଟ କରିବାକୁୁ କଂପାନୀ ତରଫରୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । କାହିଁକି ନା ବ୍ୟାକଅପ ଫାଇଲଗୁଡିକ ସାଇଜ ବଡ ଥିବା କାରଣରୁ ଏହାଦ୍ୱାରା ଡାଟା ଶୀଘ୍ର ସରିଯିବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡିପାରେ ।

କିପରି କରିବେ ଚାଟ ବ୍ୟାକଅପ

• ସର୍ବପ୍ରଥମେ ନିଜ ଫୋନରୁ ଗୁଗଲ ଆକାଉଂଟକୁ ଆକ୍ଟିଭେଟ କରନ୍ତୁ ଏବଂ ଏହାପରେ ଏଥିରେ ଗୁଗଲ ଡ୍ରାଇଭ ସେଟଅପ ଇନଷ୍ଟଲ କରନ୍ତୁ ।

• ଏହାପରେ ହ୍ୱାଟସଆପର ସାଇଟରେ ଦିଆଯାଇଥିବା ଡଟ୍ ବିକଳ୍ପକୁ ଯାଆନ୍ତୁ,

• ଏହାପରେ ଆପଣଙ୍କ ସାମ୍ନା ଏକ ମେନୁ ଓପନ ହୋଇଯିବ,ା

• ଏହାପରେ ସେଟିଂକୁ ଯାଆନ୍ତୁ । ଏଥିରେ ଦିଆଯାଇଥିବା ଚାଟ ଅପସନକୁ ଯାଇ ବ୍ୟାକଅପ ଚାଟକୁ ସିଲେକ୍ଟ କରନ୍ତୁ ।