ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ନିଜର ବ୍ୟକ୍ତିଗତ ଫଟୋକୁ ବି ଷ୍ଟିକର କରି ହ୍ୱାଟ୍ସଆପରେ ବ୍ୟବହାର କରିପାରିବେ ୟୁଜର୍ସ, ଜାଣନ୍ତୁ କିପରି ।

ହ୍ୱାଟ୍ସଆପ ତା' ୟୁଜର୍ସମାନଙ୍କ ପାଇଁ ଆଣିଛି ଏକ ନୂଆ ଫିଚର ।

366

ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ହ୍ୱାଟ୍ସଆପ ତା’ ୟୁଜର୍ସମାନଙ୍କ ପାଇଁ ଆଣିଛି ଏକ ନୂଆ ଫିଚର । ଯାହା ସାହାଯ୍ୟରେ ୟୁଜର୍ସ ତାଙ୍କ କୌଣସିବି ବ୍ୟକ୍ତିଗତ ଫଟୋକୁ ଷ୍ଟିକର ବନାଇ ପାରିବେ । ଏଥି ପାଇଁ ଆପଣଙ୍କୁ କିଛି ପଦକ୍ଷପକୁ ଅନୁସରଣ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପର ଏହି ନୂଆ ଫିଚର୍ସ ସମ୍ପର୍କରେ ।

ସୂଚନା ଅନୁଯାୟୀ, ହ୍ୱାଟ୍ସଆପ ତା’ ୟୁଜର୍ସମାନଙ୍କ ପାଇଁ ପର୍ସନାଲ ଷ୍ଟିକର ନାମକ ଏକ ଫିଚର୍ସ ଆଣିଛି । ଯାହା ସାହାଯ୍ୟରେ ଲୋକମାନେ ତାଙ୍କ ବ୍ୟକ୍ତିଗତ ଫଟୋକୁ ଷ୍ଟିକର ବନାଇ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ନିଜ ଫଟୋକୁ ଷ୍ଟିକରରେ ପରିଣତ କରିବା । ପ୍ରଥମେ ଆପଣ ଆପଣଙ୍କ ହ୍ୱାଟ୍ସଆପକୁ ଅପଡେଟ କରିବାକୁ ପଡିବ । ଯେଉଁ ଫଟୋକୁ ଆପଣ ଷ୍ଟିକର ବନେଇବାକୁ ଚାହୁଁଛନ୍ତି ସେହି ଫଟୋକୁ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ବ୍ୟାକଗ୍ରାଉଣ୍ଡ ଇରେଜର ନାମକ ଆପ ସାହାଯ୍ୟରେ ବ୍ୟାକଗ୍ରାଉଣ୍ଡକୁ ହଟାଇ ଫଟୋକୁ ‘ପିଏମଜି’ ଫର୍ମାଟରେ ସେଭ୍ କରିବାକୁ ପଡିବ । ଏକ କାଳିନ ୩-୪ ଫଟୋ ସେଭ୍ କରିନେବେ କାରଣ ଏହି ଫିଚର୍ସ ମାଧ୍ୟମରେ ଏକ କାଳିନ ଏକାଧିକ ଫଟୋକୁ ଷ୍ଟିକରରେ ପରିଣତ କରାଯାଇ ପାରିବ । ଏହା ପରେ ଗୁଗୁଲ ପ୍ଲେ-ଷ୍ଟୋରରୁ ପର୍ସନାଲ ଷ୍ଟିକର ଫର ହ୍ୱାଟ୍ସଆପ ନାମକ ଏକ ଆପ ଡାଉନଲୋଡ କରି ଓପନ କରିବା ମାତ୍ରେ ଏଥିରେ ଏକ ଆଡ୍ ଅପସନ ଦେଖିବାକୁ ମିଳିବ । ଏହି ଅପସନ ଉପରେ କ୍ଲିକ କରି ଫଟୋକୁ ଆଡ କରିପାରିବେ ଏବଂ ହ୍ୱାଟ୍ସଆପ ଇମୋଜି ଆଇକନକୁ ଯାଇ ସେଠାରେ ଷ୍ଟିକର ଅପସନକୁ ଚୟନ କରି ଷ୍ଟିକରକୁ ବ୍ୟବହାର କରିପାରିବେ । ସବୁଠାରୁ ବଡ କଥା ହେଲା ଗୋଟେ ଥର ନିଜ ବ୍ୟକ୍ତିଗତ ଫଟୋକୁ ଷ୍ଟିକରରେ ପରିଣତ କରିବା ପରେ ଏହାକୁ ଦ୍ୱିତୀୟଥର କରିବାକୁ ପଡିନଥାଏ । ଏହି ଷ୍ଟିକର ସବୁଦିନ ପାଇଁ ଆପଣଙ୍କ ଇମୋଜି ଅପସନ ମଦୟରେ ସେଭ୍ ହୋଇ ରହିଯାଇଥାଏ ।