ହ୍ୱାଟସଆପ୍ ଓ ସ୍କାଇପରେ ଆଉ କରି ହେବ ନାହିଁ ଭିଡ଼ିଓ କଲ୍ ! ବ୍ୟାନ କରିବେ ସରକାର

66

ଭିଡ଼ିଓ କଲିଂ କରୁଥିବା ଗ୍ରାହହକଙ୍କୁ ଝଟକା । ଆଉ କିଛି ଦିନ ମଧ୍ୟରେ ବନ୍ଦ ହୋଇଯିବ ଭିନିଓ କଲିଂ ସୁବିଧା । ହ୍ୱାଟସଆପ୍, ସ୍କାଇପ୍, ଗୁଗଲ ଡୁଓ ଓ ଇମୋ ପରି ଭିଡ଼ିଓ କଲିଂ ଆପ ଗୁଡ଼ିକ ବ୍ୟବହାର ଉପରେ ରୋଗ ଲଗାଇବେ ସରକାର । ଏଥିପାଇଁ ଦୂର ସଂଚାର ବିଭାଗ ଇଂଟରନେଟ୍ ଟେଲିଫୋନ୍ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହି ଅନୁସାରେ ଭିଡ଼ିଓ କଲିଂର ଅନୁମତି କେବଳ ଟେଲିକମ କମ୍ପାନୀ ଗୁଡ଼ିକୁ ଦିଆଯିବ । ଟେଲିକମ୍ କମ୍ପାନୀକୁ ନିଜର ଭିଡ଼ିଓ କଲିଂ ଆପ୍ ଲଚଂ କରିବା ପାଇଁ ପଡ଼ିବ । ଏହାସହ କେବଳ ଲାଇସେନ୍ସ ଧାରକ କମ୍ପାନୀକୁ ଭିଡ଼ିଓ କଲିଂ ସୁବିଧା ମିଳିବ । ନିୟମରେ କରାଯାଇଥିବା ସଂଶୋଧନ ମୁତାବକ ଭିଡ଼ିଓ କଲିଂ ସେବା ପ୍ରଦାନ କରୁଥିବା କମ୍ପାନୀ ଯେପରି ହ୍ୱାଟସଆପ୍, ସ୍କାଇପ୍, ଗୁଗଲ ଡୁଓ ଓ ଇମୋରେ ଭିଡ଼ିଓ କଲିଂର ଅନୁମତି ଦିଆଯିବ ନାହିଁ । ଏହାର ଅର୍ଥ ହେଲା ଆଗାମୀ ସମୟରେ ଭିଡ଼ିଓ କଲିଂ ଆପ୍ ପରିବର୍ତ୍ତନ ହୋଇ ୱାଇଫାଇରେ ହେବ ଭିଡ଼ିଓ କଲିଂ ।

ଯଦି ଏହି ସେବା ଆରମ୍ଭ ହୁଏ ତେବେ ଗ୍ରାହକଙ୍କୁ କେବଳ ଭଏସ କଲିଂ ପାଇଁ ଶୁଳ୍କ ଦେବାପାଇଁ ପଡ଼ିବ । ଅନ୍ୟପଟେ ଭିଡ଼ିଓ କଲିଂ ପାଇଁ ଟିର୍ମିନେସନ ଚାର୍ଜ ଦିଆଯିବ । ସୂଚନାଯୋଗ୍ୟ ଯେଉଁ କମ୍ପାନୀ ଗୁଡ଼ିକ ନେଟୱର୍କରେ କଲ ଆସୁଛି ତାକୁ ଅନ୍ୟ କମ୍ପାନୀ ତରଫରୁ ଟର୍ମିନେସନ ଚାର୍ଜ ମିଳୁଛି । ଡିପାର୍ଟମେଂଟ ଅଫ୍ ଟେଲିକମ୍ୟୁନିମେସନ ଲାଇସନ୍ସ ସର୍ତ୍ତରେ ସଂଶୋଧନ କରିଛନ୍ତି । ଏଥିରେ ସେଲ୍ୟୁଲାର ମୋବାଇଲ ସେବା ଓ ଇଂଟରନେଟ୍ ଟେଲିଫୋନି ସେବା ଉଭୟ ପାଇଁ ଏକ ନମ୍ବର ଆଲର୍ଟ କରାଯିବ, ଯାହାଦ୍ୱାରା ସେଲ୍ୟୁଲାର୍ ନେଟୱର୍କରେ ୱାଇଫାଇ ସେବା ଦ୍ୱାରା ଭଏସ୍ କଲ କରିବାର ଅନୁମତି ମିଳିବ । ଏହି ସେବା ମୋବାଇଲ ଗ୍ରାହକଙ୍କୁ ପାଖ ପବ୍ଲିକ ୱାଇଫାଇ ନେଟୱର୍କ ଜରିଆରେ କଲ କନେକ୍ଟ କରିବାରେ ସାହାଯ୍ୟ କରିବ ।