ହ୍ୱାଟ୍ସସଆପର ଦାବି ଫେଲ ମାରିଲା ! ଲିକ୍ ହୋଇପାରିବ ମେସେଜର ସମସ୍ତ ବିବରଣୀ

30

ଦୁନିଆ ସାରା ହ୍ୱାଟ୍ସସଆପର ଗ୍ରାହକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଆପଣ ବ୍ୟବହାର କରୁଥିବା ହ୍ୱାଟ୍ସସଆପର ଡାଟା ସୁରକ୍ଷିତ ନା ନୁହଁ । ନିକଟରରେ ଏକ ରିପୋର୍ଟ ପ୍ରକାଶ କରାଯାଇଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରପୋର୍ଟରୁ ଜଣାପଡ଼ିଛି କି ଏଣ୍ଡ ଟୁ ଏଣ୍ଡ ଇନକ୍ରିପ୍ସନର ଦାବି କରୁଥିବା ହ୍ୱାର୍ଟସଆପର ସମସ୍ତ ଡାଟା ଚାହିଁଲେ ସରକାର ବ୍ୟବହାର କରିପାରିବେ । ଏହାର ଅର୍ଥ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ହ୍ୱାଟ୍ସସଆପର କରିଥିବା ପଲିସି ବହୁତ ଦୁର୍ବଳ ।

ଦ ଟେଲିିଗ୍ରାଫରେ ପ୍ରକାଶିତ ଖବର ଅନୁସାରେ ଡିଜିଟାଲ ଇଲୋକ୍ଟ୍ରାନିକ୍ସ ଫ୍ରଣ୍ଟିୟର ଫାଉଣ୍ଡସେନ(ଇଏଫଏଫ)ର ବାର୍ଷିକ ରିପୋର୍ଟ ଅନୁସାରେ ଏହି ଦିଗ ଉପରେ ଆଲୋଚନା ହୋଇଛିଛି । ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ରହିବା ସତ୍ୱେ ହ୍ୱାଟ୍ସସଆପକୁ ୨ ତାରକା ରେଟିଂ ମଳିଛି । ଏହି ସପ୍ତାହରେ ଜାରି ରିପୋର୍ଟରେ କୁହାଯାଇଛି ହ୍ୱାଟ୍ସସଆପର ଏଯାଏଁ ସ୍ପଷ୍ଟ କରିନି କି ଗ୍ରାହକଙ୍କ ଡାଟା ପର୍ଯ୍ୟନ୍ତ କୌଣସି ଥାର୍ଡ଼ ପାର୍ଟି ପହଞ୍ଚି ପାରିବ ନା ନାହିଁ ।

ରିପୋର୍ଟ ଅନୁସାରେ ଇଣ୍ଟରନେଟ ପ୍ରାଇଭେସି କ୍ୟାମ୍ପେନରର ଦାବି ରହିଛି କି ହ୍ୱାଟ୍ସସଆପ ଗ୍ରାହକଙ୍କ ଡାଟାକୁ ସରକାରଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇନାହିଁ । ଏହାସହ ଏହି ଆପ ଅପରାଧିକ ମାମଲାରେ ପଠାଯାଇଥିବା ମେସେଜକୁ ମଧ୍ୟ ନିୟନ୍ତ୍ରଣ କରିବାରେ ଅସଫଳ ରହିଛି । ଇପିଏଫର ବାର୍ଷିକ ରିପୋର୍ଟ ଏହି ଆଲୋଚନା ଉପରେ ଆଧାରିତ, କି କେମିତି କମ୍ପାନୀ ନିଜର ଗ୍ରାହକଙ୍କ ଡାଟାକୁ ସରକାରୀ ନିୟମ ସହ ଡିଲ କରେ ।

ଏହି ରିପୋର୍ଟରୁ ଆଉ ଏକ ପ୍ରଶ୍ନ ସୃଷ୍ଟି ହେଉଛି ଯଦି ସରକାର ହ୍ୱାଟ୍ସସଆପର ମେସେଜ ପଢ଼ିବା ପାଇଁ ସକ୍ଷମ, ତେବେ ସେ ଦେଶର ସମସ୍ତ ନାଗରିକଙ୍କ ଉପରେ ନଜର ରଖିପାରିବେ । କାରଣ ଆମ ସବୁ ସୂଚନା ପ୍ରାୟ ଅନଲାଇନରେ ହିଁ ଉପଲବ୍ଧ । ଯେମିତି ଆମେ କାହା ସହ କ’ଣ କଥାବାର୍ତ୍ତା କରୁଛନ୍ତି, କିଏ କେଉଁଠି ଅଛି କିଏ କେଉଁଠାକୁ ଯାଉଛି, କାହାକୁ ସାକ୍ଷାତ କରୁଛିି ଇତ୍ୟାଦି । ଏପରି ସ୍ଥଳେ ହ୍ୱାଟ୍ସସଆପର ପ୍ରାଇଭେସି ଏବେ ଏକ ଗମ୍ଭୀର ବିଷୟ ପାଲଟିଛି ।
                                          ସୌଜନ୍ୟ-ଆଜତକ୍.କମ୍