ହ୍ୱାଟ୍ସଆପ ଜରିଆରେ ଏବେ ପଠାଇ ହେବ ଆପ୍ ! ଜାଣନ୍ତୁ କିପରି

57

ସବୁଠାରୁ ଅଧିକ ବ୍ୟବହୃତ ମେସେଜିଙ୍ଗ୍ ଆପ ହ୍ୱାଟ୍ସଆପରେ ଏବେ ଏକ ନୂଆ ଫିଚର ଅପଡ଼େଟ୍ ହୋଇଛି । ଯାହାଦ୍ୱାରା ଏହି ନୂଆ ଅପଡ଼େଟ ପରେ ଆପଣ ଯାହାକୁ ଚାହିଁବେ ଆପ୍ ପଠାଇ ପାରିବେ । କିଛି ଦିନ ପୂର୍ବରୁ ହ୍ୱାଟ୍ସଆପରେ କୌଣସି ବି ଫାଇଲ ପଠାଇବାର ଫିଚର ଆସିଥିଲା ।

ଏହା ପୂର୍ବରୁ ହ୍ୱାଟ୍ସଆପରେ ପିଡ଼ିଏପ ଫାଇଲ ପଠାଇବା ପାଇଁ ଫିିଚର ଦିଆଯାଇଥିଲା । କିନ୍ତୁ ଏଥିରେ କେବଳ ୧୦୦ ଏମବି ପର୍ଯ୍ୟନ୍ତ ହିଁ ଫାଇଲ ପଠାଯାଇପାରିବ । ଆରମ୍ଭରୁ ହ୍ୱାଟ୍ସଆପରେ କୌଣସି ପ୍ରକାର ଫାଇଲ ପଠାଇବାର ଅପ୍ସନ ନଥିଲା । କିନ୍ତୁ ଧୀରେ ଧୀରେ କମ୍ପାନୀ ଫଟୋ, ଅଡ଼ିଓ, ଓ ପିଡ଼ିଏଫ ଫାଇଲ ଶେୟାରିଙ୍ଗ ଆରମ୍ଭ କରିଦେଇଥିଲା ।

ପିଡ଼ିଏଫ ପରେ ସିଏବି, ଡକ, ପିପିଟି, ପିପିଟିଏକ୍ସ, ଆରଟିଏଫ୍, ଟିଏମ୍ସି ଓ ଏସଏଲଏସ୍ ପରି ଫାଇଲ ପଠାଇବାର ଅପ୍ସନ ଦିଆଗଲା । ଯାହାଦ୍ୱାରା ପାଖାପାଖି ସମସ୍ତ ଫାଇଲକୁ ହ୍ୱାଟ୍ସଆପ ଜରିଆରେ ପଠାଯାଇ ପାରିବ ।

ରିପୋର୍ଟ ଅନୁସାରେ ଅପଡ଼େଟ୍ ପରେ ଆଇଓଏସ୍ ଗ୍ରାହକଙ୍କ ୧୨୮ ଏମବି ପର୍ଯ୍ୟନ୍ତ ଫାଇଲ ସେଣ୍ଡ କରିପାରିବ । ଏହାସହ ଆଣ୍ଡ୍ରଏଡ଼ ପାଇଁ ୧୦୦ ଏମବି ପର୍ଯ୍ୟନ୍ତ ସୀମା ରହିଛି । ହ୍ୱାଟ୍ସଆପ ୱେବରେ କେବଳ ୬୪ ଏମବି ପର୍ଯ୍ୟନ୍ତ ଫାଇଲ ପଠାଯାଇପାରିବ ।

ନୂଆ ଅପଡ଼େଟ୍ ପରେ ଏବେ ଆପଣ ହ୍ୱାଟ୍ସଆପ ଜରିଆରେ ଆପ ମଧ୍ୟ ପଠାଇପାରିବେ । କାରଣ ନୂଆ ଅପଡ଼େଟ ଦ୍ୱାରା ଏପିକେ ଫାଇଲ ମଧ୍ୟ ପଠାଇବା ସହଜ ହୋଇଗଲା । ଏହି ଅପଡ଼େଟରେ ଏକ ଅନ୍ୟ ଫିଚର ମଧ୍ୟ ଯୋଡ଼ା ଯାଇଛି । ଏହି ଫିଚର ଅନୁସାରେ କ୍ୟାମେରା ସ୍କ୍ରିନରୁ ଆପଣ ସିଧା ସିଧା ଫଟୋ ଓ ଭିଡ଼ିଓ ସିଲେକ୍ସ କରି ପାରିବେ ।

ନିକଟରେ ହ୍ୱାଟ୍ସଆପ ଫଟୋ ସିଲେକ୍ସ କରିବାର ଏକ ନୂଆ ଅପ୍ସନ ଦେଇଛି । ଏହି ଅପ୍ସନ ଅନୁସାରେ ଆପଣ ଫଟୋ ପଠାଇବା ସମୟରେ ସେଥିରେ ଫିଲଟର ମଧ୍ୟ ଲଗାଇ ପାରିବେ । ଏହି ସବୁ ନୂଆ ଫିଚର ପାଇଁ ଆପଣଙ୍କୁ ଆଣ୍ଡ୍ରଏଡ଼ର ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ହ୍ୱାଟ୍ସଆପ ଅପଡ଼େଟ୍ କରିବାକୁପଡ଼ିବ । ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣ ଆପ୍ ଷ୍ଟୋରରୁ ଏହାକୁ ଅପଡ଼େଟ୍ କରିପାରିବେ ।

                ସୌଜନ୍ୟ-ଆଜତକ