ଆସିଲା ହ୍ୱାଟ୍ସଆପର ନୂଆ ଫିଚର :  କଲ୍ ନକାଟିବି ଭଏସ୍ କଲରୁ କରିପାରିବେ ଭିଡିଓ କଲିଂ 

54

ହ୍ୱାଟ୍ସଆପ୍ ନିଜର ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ  ଏକ ନୂଆ ଫିଚର ଲଂଚ କରିଛି । ହ୍ୱାଟ୍ସଆପ୍ ର ଏହି ନୂଆ ଫିଚର ଜରିଆରେ ଭଏସ୍ କଲ୍ ରୁ ସହଜରେ ଭିଡିଓ କଲକୁ ଯାଇପାରିବେ ।  ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ର ନୂଆ ଅପଡେଟରେ ୟୁଜର ଭଏସ୍ କଲ୍ ସମୟରେ ଏହାକୁ ଭିଡିଓ କଲ୍ ରେ ବଦଳେଇପାରିବେ । ହ୍ୱାଟ୍ସଆପ୍  ବିଟା ଅପଡେଟ୍ ଜାରି କରିଛି । ଯେଉଁଥିରେ  ନୂଆ ଭିଡିଓ କଲ୍ ସ୍ୱିଟ୍ ବଟନ ସୁବିଧା ଦିଆଯାଇଛି ।  ଏହି ବଟନର ବ୍ୟବହାର ହ୍ୱାଟ୍ସଆପର ଭଏସ୍ କଲ୍ କରିବାବେଳେ ହୋଇପାରିବ । ଏହି ବଟନରେ ଟ୍ୟାପ୍ କରିବା ଦ୍ୱାରା ଯେଉଁ ବ୍ୟକ୍ତିଙ୍କ ସହ ଭଏସ୍ କଲ୍ ରେ କଥାବାର୍ତ୍ତା ହେଉଥିବ , ତାଙ୍କ ପାଖକୁ ଏକ ରିକ୍ୟୁଷ୍ଟ ଯିବ । ଯେଉଁଥିରେ ପଚରା ଯିବ କି ସେ ଭଏସ୍ ରୁ ଭିଡିଓ କଲ୍ ରେ ସ୍ୱିଚ୍ କରିବାକୁ ଚାହୁଁଛନ୍ତି କି ।

ନୂଆ ବର୍ଷରେ ନୂଆ ଫିଚର – ହ୍ୱାଟ୍ସଆପ୍ ଏହି ବର୍ଷ ୟୁଜରଙ୍କ ପାଇଁ  କିଛି ନୂଆ ଫିଚର ଆଣୁଛି । ଆଣ୍ଡ୍ରଏଡ୍ ର ନୂଆ ବିଟା  ଭର୍ସନ ୨.୧୭.୪୪୩ରେ ନୂଆ କଂଟାକ୍ଟ ଟ୍ୟାବ୍, ନ୍ୟୁ ଷ୍ଟିକର ଆଇକନ୍ସ ଓ ଗ୍ରୁପ୍ କଲିଂ  ଭଳି ଫିଚର ରହିବ ।  ଏହି ଫିଚରରେ କଂଟାକ୍ଟ ଟ୍ୟାବ୍  ହଟାଇଦିଆଯିବ ଏବଂ ନୂଆ  ଷ୍ଟିକର ଆଇକନ୍ସ , ଗ୍ରୁପ କଲିଂ ସହ ଅନ୍ୟ ଫିଚର ମଧ୍ୟ ଉପଲବ୍ଧ କରାଯିବ । ଏହାକୁ ହ୍ୱାଟ୍ସଆପ୍  ବିଟା ପ୍ରୋଗ୍ରାମ ଜରିଆରେ ଧିରେ ଧିରେ ରୋଲ୍ ଆଉଟ୍ କରି ୟୁଜରକୁ ଉପଲବ୍ଧ କରାଯିବ ।

ଫେସବୁକ୍ ଭଳି ହ୍ୱାଟ୍ସଆପ୍ ରେ ଷ୍ଟିକର –ହ୍ୱାଟ୍ସଆପ୍ ଫେସବୁକ୍ ଭଳି  ଆପ୍ ରେ ଷ୍ଟିକର ସୁବିଧା ଆଣିବ । ଏହା ବ୍ୟତୀତ ଜିଆଏଫ୍  ବଟନର ନଆ ଲେଆଉଟ୍ ଓ ଗ୍ରୁପ୍ ମ୍ୟାନେଜ୍ କରିବା ପାଇଂ  ନୂଆ ବିକଳ୍ପ ମଧ୍ୟ ଆସିପାରେ । ଗ୍ରୁପ୍ ମ୍ୟାନେଜ୍ କରିବା ପାଇଁ  ଏହି ବିକଳ୍ପ ଅନ୍ତର୍ଗତ ଆଡମିନ୍ ଗ୍ରୁପ୍ ଭିତରୁ କୌଣସି ମେମ୍ବରକୁ  ରୁମୁଭ୍  ବା ଡିମୋଟ୍ କରିପାରିବେ । ଏହାସହ ଲୋକପ୍ରିୟ ଇନଷ୍ଟାଂଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ନିଜର ୨୦୧୮ର ବଡ ଫିଚର ଉପଲବ୍ଧ କରିଛି ।  ଏହାସହ ଲୋକପ୍ରିୟ ମେସେଜିଂ ଆପ୍ ଶୋ ଅଲ୍  କଂଟାକ୍ଟସ୍ ଟ୍ୟାବ୍ କୁ ହଟାଇବାରେ ମଧ୍ୟ ବିଚାର କରୁଛି ।

କଲକୁ ନକାଟି ଭଏସ୍ କଲରୁ ଭିଡିଓ କଲ୍ –ଏହାପୂର୍ବରୁ ୟୁଜରକୁ ଭଏସ୍ କଲ୍ ରୁ ଭିଡିଓ କଲରେ ସ୍ୱିଚ୍  କରିବା ପାଇଁ କଲ୍ କୁ କାଟିବାକୁ ପଡୁଥିଲା ।  ଏବେ ଏହି ଫିଚର  ଆଣ୍ଡ୍ରଏଡ୍ ୬.୦ ଓ ଏହା ଉପର ଭର୍ସନରେ କାମ କରିଥାଏ । ହ୍ୱାଟ୍ସଆପ୍ ନିଜର ପୁରୁଣା ବିଟା ଭର୍ସନରେ ଫେସବୁକ୍ ଷ୍ଟିକର . ଜିଆଇଏଫ୍ ବଟନପାଇଁ ଏକ ନୂଆ ଲେଆଉଟ୍ ଓ ଗ୍ରୁପ୍ ମ୍ୟାନେଜ୍ କରିବା ଭଳି ଫିଚର ପ୍ରଦାନ କରିଥିଲା ।

( ସୌଜନ୍ୟ- ୱାନଇଣ୍ଡିଆ)