କ’ଣ ଗୋଟିଏ ହ୍ୱାଟସଆପ୍ ମେସେଜ୍ ଆପଣଙ୍କ ଫୋନକୁ ଠପ୍ କରିଦେବ ? ପିଲାଳିଆମି ଛାଡି ସତର୍କ ରୁହନ୍ତୁ ନହେଲେ ଜଲଦି ଖରାପ ହେବ ଆପଣଙ୍କ ଫୋନ୍ ।

59

କିଛି ଲୋକ ହ୍ୱାଟସଆପ୍ ମେସେଜରେ ଭଳି କି ଭଳି ଜୋକସ୍ ସେଣ୍ଡ୍ କରିଥାନ୍ତି । ଏଭଳି ମେସେଜ୍ ଆପଣଙ୍କ ପାଖକୁ ମଧ୍ୟ ଆସୁଥିବ ଯେ ଏହି ବଲକୁ ଟଚ୍ କରନ୍ତୁ ନାହିଁ ଆପଣଙ୍କ ଫୋନ୍ କିଛିି ସମୟ ପାଇଁ ହ୍ୟାଙ୍ଗ୍ ହୋଇଯିବ । ତେବେ ଏହି କଥାକୁ ଆପଣ ମଜା ଭାବି ଉକ୍ତ ସ୍ଥାନକୁ ଛୁଇଁଥାନ୍ତି ଯାହାଦ୍ୱାରା ଫୋନ୍ ହ୍ୟାଙ୍ଗ୍ ମଧ୍ୟ ହୋଇଥାଏ । ତେବେ ଏଭଳି ମେସେଜକୁ ମଜାରେ ନିଅନ୍ତୁ ନାହିଁ ଏହା ସତକୁ ସତ ଆପଣଙ୍କ ଫୋନକୁ ହ୍ୟାଙ୍ଗ୍ କରିଥାଏ ।

 

ଏଭଳି ଏକ ମେସେଜ୍ ହ୍ୱାଟସଆପରେ ଭାଇରାଲ୍ ହେଉଛି ଯେଉଁଥିରେ ଡୋଣ୍ଟ ଟଚ୍ ଦ ବଲ୍ ଲେଖା ହୋଇଛି । ଲୋକ ଏହାକୁ ମଜା ଭାବି ଛୁଇଁଲେ କିନ୍ତୁ କିଛି ଲୋକଙ୍କ କହିବାନୁସାରେ ଫୋନରେ ଆସିଥିବା ଏହି ମେସେଜକୁ ଛୁଇଁବା ତାଙ୍କୁ ମହଙ୍ଗା ପଡିଲା । ତାଙ୍କ ଫୋନ୍ ହ୍ୟାଙ୍ଗ ହୋଇ ଖରାପ ହୋଇଗଲା । ତେବେ ଏହାର ଯେତେବେଳେ ଜାଞ୍ଚ୍ କରାଗଲା ଜଣାପଡିଲା ଏହା କେବଳ ଗୋଟିଏ ମେସେଜ୍ ନୁହେଁ ଇଣ୍ଟରନେଟରେ ଏଭଳି କେତେ ମେସେଜ୍ ରହିଛି ଯାହା ମହଙ୍ଗାରୁ ମହଙ୍ଗା ଫୋନକୁ ହ୍ୟାଙ୍ଗ୍ ବା ଠପ୍ କରିଦିଏ ।

 

ଏହି ମେସେଜକୁ ପ୍ରସ୍ତୁତି ପାଇଁ ଏକ ଖାସ୍ ସଫ୍ଟୱେର ବ୍ୟବହାର ହୁଏ । ଏହା ଲକ୍ଷ ,କୋଟି ସିମ୍ବଲ ଏବଂ ସଂଖ୍ୟା ଥିବା ସଫ୍ଟୱେରକୁ ଏକ ମେସେଜ୍ ରୁପରେ ପରିଣତ କରିଦିଏ । ଯାହା ଆପଣଭ୍କ ଫୋନକୁ ସହଜରେ ହ୍ୟାଙ୍ଗ କରିଥାଏ । ଯାହା ଫଳରେ ଆପଣଙ୍କ ଫୋନରୁ ମୂଲ୍ୟବାନ ଡାଟା,ଫଟୋ,ଭିଡିଓ ସବୁ ଗାଏବ ହୋଇଯାଏ । ହ୍ୱାଟସଆପ୍ ଭଳି ଆପ୍ ଏତେ ବଡ ମେସେଜକୁ ହ୍ୟାଣ୍ଡେଲ କରିପାରେ ନାହିଁ ଏବଂ ଫୋନ୍ ହ୍ୟାଙ୍ଗ୍ ହୋଇଯାଏ । କିନ୍ତୁ ଏଭଳି ମେସେଜକୁ ଫେନ୍ରୁ ଡିଲିଟ୍ କରିବା କ୍ଷଣି ସେ ପୂର୍ବ ଭଳି କାମ କରିଥାଏ ।