ହ୍ୱାଟସଆପରେ ଆସୁଛି ବଡ ପରିବର୍ତ୍ତନ ! ଏବେ ବିନା ଅନୁମତିରେ କାହାକୁ ବି କରିପାରିବେନି ଗ୍ରୁପରେ ଆଡ୍ ।

54

ଯଦି ଆପଣ ଜଣେ ହ୍ୱାଟସଆପ୍ ୟୁଜର ଏବଂ ଆପଣଙ୍କ ବିନା ଅନୁମତିରେ ଯେ କେହିବି ଆପଣଙ୍କୁ ଯଦି କୌଣସି ଗ୍ରୁପରେ ଆଡ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ହ୍ୱାଟସଆପରେ ଆସୁଛି କିଛି ଏଭଳି ପରିବର୍ତ୍ତନ ଯାହାଦ୍ୱାରା ଆପଣ ଆଉ ଏଭଳିି ସମସ୍ୟାର ସମ୍ମୁଖିନ ହେବେନାହିଁ । । ଖୁବଶୀଘ୍ର ହ୍ୱାଟସଆପରେ ଏଭଳି ଏକ ଫିଚର ଆସିବାକୁ ଯାଉଛି ଯେଉଁଥିରେ ଆପଣଙ୍କ ଅନୁମତି ବିନା କେହି ମଧ୍ୟ ଆପଣଙ୍କୁ କୌଣସି ଗ୍ରୁପରେ ଆଡ୍ କରିପାରିବେ ନାହିଁ ।

ଅସଲ କଥା ହେଉଛି ଜଣେ ଟ୍ୱିଟର ୟୁଜର ହ୍ୱାଟସଆପରେ ନୋ ୱାନ୍ ନାମକ ଫିଚର ଆଣିବାକୁ କମ୍ପାନୀକୁ ଦେଇଛନ୍ତି । ୟୁଜର ଜଣକ ହ୍ୱାଟସଆପର ଲଗାତାର ଡାଟା ଟ୍ରାକ୍ କରିବା ଏବଂ ବିଟା ଅପଡେଟକାରୀ @WABetaInfo   କୁ ମଧ୍ୟ ଟାଗ୍ କରି କହିଛନ୍ତି ଏ ବିଷୟରେ କହିଛନ୍ତି । ତେବେ ଏ ନେଇ ହ୍ୱାଟସଆପ୍ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିନଥିବା ବେଳେ ଖୁବଶୀଘ୍ର ଏଭଳି ଏକ ଫିଚର ଅପଡେଟ୍ କରିବା ପାଇଁ ଅନ୍ୟ ୟୁଜର୍ସଙ୍କ ତରଫରୁ ହ୍ୱାଟସଆପକୁ କୁହାଯାଉଛି ।