ଆହୁରି ଦୁଇଟି ନୂଆ ଫିଚର ଲଞ୍ଚ କରିବ ହ୍ୱାଟସଆପ ! ଭିଡ଼ିଓ କଲ ହେବ ଅହୁରି ମଜାଦାର

61

ଏବେ ଯୋଗାଯୋଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ୱାଟସଆପ । ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ହ୍ୱାଟସଆପ ପ୍ରତିଦିନ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଏହି ନୂଆ ଫିଚର ଲୋକଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇପାରୁଛି ।

images (2)ଭିଡିଓ ଫିଚର : ୟୁଜର୍ସଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଭିଡିଓ ଟୁ ଭଏସ କଲ ସ୍ୱିଚ ନାମକ ଏକ ନୂଆ ଫିଚର ପରୀକ୍ଷାମୂଳକ ଭାବେ ବ୍ୟବହାର କରୁଛି । ଏହି ଫିଚରକୁ ପ୍ରଥମ ଥର ପାଇଁ ଜୁଲାଇ ମାସରେ ଆରମ୍ଭ କରାଯାଇଥିଲା । ଏହି ନୂଆ ଫିଚର ମାଧ୍ୟମରେ ବ୍ୟବହାରକାରୀ ଭଏସ କଲ ମଝିରେ ଚାହିଁଲେ ଭିଡ଼ିଓ କଲ କରି ପାରିବେ । ଏଥିପାଇଁ ଆପଣଙ୍କୁ କଲ କାଟିବାକୁ ପଡିବନି । ଏପରିକି ଭିଡ଼ିଓ କଲ ମଝିରେ ଭଏସ କଲକୁ ପରିବର୍ତ୍ତିତ କରାଯାଇ ପାରିବ । ତେବେ ଏଥିପାଇଁ ଯେଉଁ ୟୁର୍ଜସଙ୍କ ସହ କଥା ହେଉଛନ୍ତି ତାଙ୍କର ଅନୁମତି ଆବଶ୍ୟକ ।

ମେସେଜ ରେକଡିଙ୍ଗ : କଲ ସ୍ୱାପିଂ ଭଳି ଭଏସ ମେସେଜ ରେକଡିଙ୍ଗର ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ହ୍ୱାଟସଆପ । ପୂର୍ବରୁ ହ୍ୱାଟସଆପରେ ଭଏସ ମେସେଜ ରେକଡିଙ୍ଗ କରିବା ବେଳେ ସ୍କ୍ରିନରେ ଥିବା ରେକଡିଙ୍ଗ ଅପ୍ସନକୁ ଅନ କରି ରଖିବା ସହ ଭଏସରେ କିଛି ମେସେଜ ଦେଇ ଏହାକୁ ଅନ୍ୟପାଖକୁ ପଠାଯାଉଥିଲା । କିନ୍ତୁ ନୂଆ ଫିଚର ଅନୁଯାୟୀ, ଭଏସ ରେକଡିଙ୍ଗ ଅପ୍ସନକୁ ଅନ କରି ଏହାକୁ ଲକ କରି ପାରିବେ । ଭଏସ କମାଣ୍ଡ ଦେଇ ସାରିବା ପରେ ଏହାକୁ ୟୁଜରଙ୍କ ପାଖକୁ ପଠାଇ ପାରିବେ ।ଏଥିପାଇଁ ମେସେଜ ରେକଡିଙ୍ଗ ଅପ୍ସନକୁ ପୂର୍ବଭଳି ପ୍ରେସ କରି ଧରି ରଖିବାକୁ ପଡିବନି ।