ହ୍ୱାଟସଆପର ନବକଳେବର । ୨୦୧୭ରେ ନିଜ ଗ୍ରାହକଙ୍କୁ ଭେଟି ଦେଇଥିଲା ଏହି ୯ଟି ବଡ ଫିଚର୍ସ ।

38

ଆଜିକାଲି ପ୍ରାୟ ଅନେକ ଲୋକ ହ୍ୱାଚସଅପର ବ୍ୟବହାର କରୁଛନ୍ତି । ବିଭିନ୍ନ ଅଫିସ ଠାରୁ ଆରମ୍ଭ କରି ଘରେ ଘରେ ଏହାର ବହୁଳ ବ୍ୟବହାର କରାଯାଉଛି । ଏବେ ଏହାକୁ ୧.୨ ବିଲିୟନ୍ ଲୋକ ବ୍ୟବହାର କରୁଛନ୍ତି। ତେବେ ଏହାର ସବୁଠୁ ଖାସ୍ କଥା ହେଉଛି ଏହା ଯେ, ଏହି ଆପକୁ ଲୋକପ୍ରିୟ କରିବା ପାଇଁ ହ୍ଵାଟସଆପ ଏଥରେ ନୂଆ ନୂଆ ଫିଚର୍ସ ଯୋଡ଼ୁଛି। ୨୦୧୭ରେ ହ୍ଵାଟସଆପ ଅନେକ ନୂତନ ଫିଚର୍ସର ଲଞ୍ଚ କରିଥିବାବେଳେ ଆଜି ଆମେ ଆପଣଙ୍କୁ ଏପରି ୯ଟି ଫିଚର୍ସ ବିଷୟରେ ସୂଚିତ କରିବୁ, ଯାହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ।

ସବୁ ଫାଇଲକୁ ଟ୍ରାନସଫର କରିବାର ଫିଚର୍ସ

ଏହାଦ୍ୱାରା ଗ୍ରାହକ ଏମପ-୩ ଗୀତ, ପିଡିଏଫ ଆଦି ଡାଟାକୁ ସେୟାର କରିପାରୁଛନ୍ତି ।

ଫଣ୍ଟ ବଦଲାଇବାର ଫିଚର୍ସ

୨୦୧୭ରେ ଏହି ଫିଚର୍ସର ଲଂଚ ହୋଇଥିଲା । ଫଳରେ ଉପଭୋକ୍ତା ନିଜ ଇଚ୍ଛାମୁତାବକ ହ୍ୱାଟସଅପରେ ଫଂଣ୍ଟକୁ ବୋଲଡ ବା ଇଟାଲିକ କରିପାରୁଛନ୍ତି ।

ଟୁ-ଷ୍ଟେପ ଭେରିଫିକେସ

ହ୍ୱାଟସଅପକୁ ସୁରକ୍ଷା ଦେବାରେ ସହାୟକ ହୋଇଛି ଏହି ଫିଚର୍ସ ।

ସମସସ୍ତଙ୍କ ପାଇଁ ଡିଲିଟ କରିବାର ସୁବିଧା ଫିଚର୍ସ

ଏହା ଦ୍ୱାରା ବ୍ୟବହାରୀ କାରୀ ପଠାଇଥିବା ଭୁଲ ମେସେଜକୁ ଡିଲିଟି ଫର ଏଭ୍ରିୱାନ ସହାୟତା ନେଇ ମେସେଜ ଡିଲିଟ କରିପାରିବେ ।

ଲାଇଭ ଲୋକେସନ ସେୟାରିଙ୍ଗ ଫିଚର୍ସ

ଜାନୁୟାରୀ ୨୦୧୭ରେ ଏହି ଫିଚର୍ସର ଲଂଚ ହୋଇଥିଲା । ଏହା ଦ୍ୱାରା ଉପଭୋକ୍ତା ଅନ୍ୟମାନଙ୍କ ସହ ନିଜର ଲୋକେସନକୁ ସେୟାର କରିପାରୁଛନ୍ତି ।

ଫଟୋ ସେୟାରିଂ ଲିମଟ ବୃଦ୍ଧି ଫିଚର୍ସ

ଜାନୁୟାରୀରେ ଏକାଥରେ ୩୦ଟି ଫଟୋକୁ ପଠାଇବାରେ ଫିଚର୍ସ ଲଂଚ ହୋଇଥିଲା ।

ଷ୍ଟାଟସରେ ଭିଡିଓ, ଫଟୋ ଏବଂ ଜିଆଇଏଫ ଦେବାର ଫିଚର୍ସ

ଏହି ଫିଚର୍ସ ଫେବୃୟାରୀରେ ଲଂଚ ହୋଇଥିଲା ।

ଭଏସ ମେସଜକୁ ଡିଲିଟି କରିବା

୨୦୧୭ଅପ୍ରେଲରେ ଏହି ଫିଚର୍ସ ଲଂଚ ହୋଇଥିଲା । ଫଳରେ ଗ୍ରାହକ ପଠାଇଥିବା ଭୁଲ ଭଏସ ରେକର୍ଡ ମେସଜକୁ ଡିଲିଟ କରିପାରିବେ ।

ମେ ମାସରେ ଲଂଚ ହୋଇଥିଲା ପିନଡ ଚାଟ ଫିଚର୍ସ

ଉପଭୋକ୍ତାଙ୍କୁ ଭଲ ଲାଗୁଥିବା ତିନୋଟି ଚାଟକୁ ପିନଡ କରିପାରୁଥିଲେ ।