ଖୁବଶୀଘ୍ର ହ୍ୱାଟସଆପରେ ଆସିବ ଜିମେଲ ଭଳି ଫିଚର ! ଜାଣନ୍ତୁ ନୂଆ ଫିଚରରେ କଣ ଫାଇଦା ପାଇବେ ୟୁଜର୍ସ

42

ହ୍ୱାଟସଆପ ପ୍ରତିମାସରେ ବ୍ୟବହାରକାରୀଙ୍କ ପାଇଁ କିଛି ନା କିଛି ନୂଆ ଫିଚର ସାମ୍ନାକୁ ଆଣୁଛି । ପୁଣିଥରେ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ୱାଟସଆପ । ଯାହାଦ୍ୱାରା ଅଜଣା ବ୍ୟକ୍ତିଙ୍କ ନିକଟରୁ ଆସୁଥିବା ମେସେଜକୁ ୟୁଜର୍ସ ଚାହିଁଲେ ସ୍ପାମ କରିପାରିବେ । ହ୍ୱାଟସଆପର ଏଭଳି ପରିବର୍ତ୍ତନ ନେଇ WaBetaInfo ଟ୍ୱିଟର ପେଜରେ ପ୍ରକାଶ ପାଇଛି । ଏଭଳି ଫିଚର ଜିମେଲରେ ମଧ୍ୟ ରହିଛି ।

maxresdefaultWaBetaInfo ଅନୁଯାୟୀ, ହ୍ୱାଟସଆପର ଏହି ନୂଆ ଫିଚର ଦ୍ୱାରା ଅଜଣା ବ୍ୟକ୍ତି ବା ନମ୍ବରରୁ ଆସୁଥିବା ମେସେଜକୁ ଚାହିଁଲେ ୟୁଜର୍ସ ସ୍ପାମ ମାର୍କ କରିପାରିବେ । ଏହି ନୂଆ ଫିଚର ହ୍ୱାଟସଆପର ଅପଡେଟ ଭର୍ସନରେ ଆସିବ । ଏପରିକି ୟୁଜର୍ସ ଚାହିଁଲେ ଏଭଳି ଅଜଣା ବ୍ୟକ୍ତିଙ୍କୁ ବ୍ଲକ ମଧ୍ୟ କରିପାରିବେ । ଏହି ନୂଆ ଫିଚର ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ଫୋନ ପାଇଁ ବିକଶିତ କରାଯାଉଛି ।

ଲଗାତାର କିଛି ଦିନ ଧରି ହ୍ୱାଟସଆପ ‘ରିପ୍ଲାଇ ପ୍ରାଇଭେଟ’ ଭଳି ନୂଆ ଫିଚର ଉପରେ ପରୀକ୍ଷଣ ଚଲାଇଛି । ଏହି ଫିଚର ଦ୍ୱାରା ୟୁଜର୍ସ କୌଣସି ଗୁପ ଚାଟରେ ମଧ୍ୟ ବ୍ୟକ୍ତିଗତ ଭାବେ ଅନ୍ୟକୁ ମେସେଜ ପଠାଇପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଯଦି ଆପଣ ବ୍ୟବହାର କରୁଥିବେ ତେବେ ୟୁଜର୍ସଙ୍କ ପାଇଁ ଫେସବୁକ ଏକ ନୂଆ ଫିଚର ଆଣିବାକୁ ଯାଉଛି ।ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏହି ଫିଚର ବେଶ ଆକର୍ଷିତ କରିବ । ରିପୋର୍ଟ ଅନୁଯାୟୀ, ଫେସବୁକ ଆଣୁଥିବା ଏହି ନୂଆ ଫିଚର ଦ୍ୱାରା ଇନଷ୍ଟାଗ୍ରାମ ଷ୍ଟୋରୀକୁ ସିଧାସଳଖ ହ୍ୱାଟସଆପ ଷ୍ଟାଟସରେ ସେୟାର କରାଯାଇ ପାରିବ । ଯାହାଦ୍ୱାରା ଉଭୟ ଇନଷ୍ଟାଗ୍ରାମ ଓ ହ୍ୱାଟସଆପରେ ଷ୍ଟୋରୀ ପୋଷ୍ଟ କରୁଥିବା ୟୁଜର୍ସ ଏକା ସାଙ୍ଗରେ ଉଭୟ ଆପରେ ଷ୍ଟୋରୀ ପୋଷ୍ଟ କରିବା ପାଇଁ ଆଉ ଅଧିକ ସମୟ ନଷ୍ଟ କରିବେ ନାହିଁ ।