ହ୍ୱାଟସଆପ ୟୁଜର୍ସ ସାବଧାନ! ଗୋଟିଏ ମିସ କଲରେ ହ୍ୟାକ୍ ହେଉଛି ହ୍ୱାଟସଆପ, ଯେକେହିବି ଦେଖିପାରିବ ଆପଣଙ୍କ ମେସେଜ । ଜାଣନ୍ତୁ କେମିତି ଏହାକୁ ରୋକିବେ?

437

ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ବଡ ଖବର । ହ୍ୱାଟସଆପରେ ଏକ ବଡଧରଣର ଗଡବଡ ସାମ୍ନାକୁ ଆସିଛି । ଯେଉଁଥିରେ ୟୁର୍ଜସଙ୍କ ମେସେଜ ଅନ୍ୟଜଣେ ବେଶ ସହଜରେ ପଢିପାରୁଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ମିସ୍ କଲ ଜରିଆରେ ୟୁଜର୍ସଙ୍କ ମୋବାଇଲକୁ ହ୍ୟାକ୍ କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କ ମାତ୍ର ଗୋଟିଏ ମିସ୍ କଲ କରାଯାଇ ଫୋନର କ୍ୟାମେରା ଓ ମାଇକ ହ୍ୟାକ୍ କରାଯାଇପାରୁଛି । ଏହାଛଡା ଇମେଲ ଠାରୁ ଆରମ୍ଭ କରି ମେସେଜ ଓ ଲୋକସନକୁ ମଧ୍ୟ ବେଶ ଆରାମରେ ହ୍ୟାକ୍ କରାଯାଉଛି ।

ହ୍ୱାଟସଆପ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇଥିବା ବେଳେ ୟୁଜର୍ସ ମାନଙ୍କୁ ହ୍ୱାଟସଆପକୁ ଅପଡେଟ କରିବାକୁ କୁହାଯାଉଛି । ଯାହାଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ । ଗତ ମାସରେ ହ୍ୱାଟସଆପରେ ଏହି ସମସ୍ୟା ହେଉଥିବା ଜଣାପଡିଥିଲା । ଏହାର ସମାଧାନ କରିବା ସହ କମ୍ପାନି ୟୁଜର୍ସଙ୍କୁ ହ୍ୱାଟସଆପର ଲାଟେଷ୍ଟ ଭର୍ସନ ଡାଉନଲୋଡ କରିବାକୁ ଅପିଲ କରୁଛି । ଏପରିକି ୟୁଜର୍ସଙ୍କୁ ନିଜର ସ୍ମାର୍ଟଫୋନ ଓ ଓଏସ ସଫ୍ଟୱେୟାର ଅପଟେଡ କରିବା ଆବଶ୍ୟକ ।

ହ୍ୱାଟସଆପ ପକ୍ଷରୁ କୁହାଯାଇଛି ଯେ, ଏଭଳି ସ୍ପାଇୱେୟରକୁ ଇସ୍ରାଏଲର ସିକ୍ରେଟିଭ ଏନଏସଓ ଗ୍ରୁପ ଡେଭଲପ କରିଛି । ଯାହାକୁ ମିସ କଲ ମାଧ୍ୟମରେ ୟୁଜର୍ସଙ୍କ ଫୋନରେ ଛାଡି ଦିଆଯାଇପାରିବ । ଏହି ଗ୍ରୁପ ଇସ୍ରାଏଲ ସରକାର ପାଇଁ କାମ କରନ୍ତି ଭିନ୍ନ ଭିନ୍ନ ଉପାୟରେ ତଥ୍ୟ ସଂଗ୍ରହ ପାଇଁ ପ୍ରୋଗ୍ରାମ ଡେଭଲପ କରନ୍ତି । ତେବେ ଏଭଳି ଅଭିଯୋଗକୁ ଏନଏସଓ ଖଣ୍ଡନ କରିବା ସହ କହିଛି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ ପାଇଁ ଏନଏସଓ ଏଭଳି ସାଇବର ଆଟାକ କରେ ନାହିଁ କିମ୍ବା ଏହାକୁ ସମର୍ଥନ ମଧ୍ୟ କରେନାହିଁ ।