ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର : ଶୁଭାରମ୍ଭ ହେଲା ଗ୍ରୁପ ଭିଡିଓ କଲିଂ, ଏମିତି କରନ୍ତୁ ବ୍ୟବହାର

124

ଫେସବୁକର ଇଂଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟ୍ସଆପରେ ପୂର୍ବରୁ ଅଡିଓ କଲିଂ ଓ ଭିଡିଓ କଲିଂ ର ଆରମ୍ଭ କରିଥିଲା । ଏବେ ଗ୍ରୁପ ଭିଡିଓ କଲିଂ ର ଆରମ୍ଭ ହୋଇସାରିଛି । ଡେଭଲପର କନଫ୍ରେନ୍ସ ଏଫ-୮ ରେ କମ୍ପାନୀ ଏହି ବିଷୟରେ ଘୋଷଣା କରିଥିଲା । ଗ୍ରୁପ କଲିଂ କେବଳ ଭିଡିଓ ପାଇଁ ହିଁ ନୁହେଁ, ବରଂ ଅଡିଓ ପାଇଁ ମଧ୍ୟ ।

ହ୍ୱାଟ୍ସଆପ ମୁତାବକ, ଭିଡିଓ କଲିଂର ଏହି ଫିଚରକୁ ଲାଇଭ କରିଦିଆଯାଇଛି । ଆଜିଠାରୁ ଏହି ସୁବିଧା ସାରା ଦୁନିଆରେ ଆଇଓଏସ ଏବଂ ଆଣ୍ଡ୍ରଏଡ ୟୁଜର୍ସମାନଙ୍କୁ ମିଳିିବ । ହ୍ୱାଟ୍ସଆପ ଗ୍ରୁପ କଲିଂରେ ଏକ କାଳୀନ ଚାରିଜଣ ୟୁଜର୍ସ ଭିଡିଓ ଚାଟ କରିପାରିବେ । କମ୍ପାନି ଏହା ମଧ୍ୟ କହିଛି କି, ଏହି ଫିଚରକୁ ଏପରି ଭାବେ ଡିଜାଇନ କରାଯାଇଛି କି ଏଥିରେ ଭିଡିଓ କଲିଂ କରିବା ପାଇଁ ହାଇ ସ୍ପିଡ ଇଣ୍ଟରନେଟର ଆବଶ୍ୟକତା ପଡିବ ନାହିଁ । ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ ରହିବ, ଯେମିତି ହ୍ୱାଟସଆପର ମେସେଜ୍ ହୋଇଥାଏ ।

ହ୍ୱାଟ୍ସଆପରେ ଭିଡିଓ କଲିଂ କରିବାକୁ ହେଲେ ୟୁଜରକୁ ସର୍ବପ୍ରଥମେ ଜଣଙ୍କୁ କଲ୍ କରିବାକୁ ପଡିବ । ତା’ପରେ ଆପଣ ଅନ୍ୟ ଦୁଇ ଜଣଙ୍କୁ ଆଡ୍ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଫେସବୁକର କମ୍ପାନୀ ଇଂଷ୍ଟାଗ୍ରାମ ଏବେ ଭିଡିଓ କଲିଂର ଫିଚର ନିକଟରେ ଉପଲବ୍ଧ କରାଇଛି । ଫେସବୁକ, ମେସେଞ୍ଜର, ହ୍ରାଟ୍ସଆପ ଏବଂ ଇଷ୍ଟାଗ୍ରାମ ଭଳି ସମସ୍ତ ଫେସବୁକ୍ ପ୍ଲାଟଫର୍ମରେ ଏବେ ଭିଡିଓ କଲିଂ ର ଆରମ୍ଭ ହୋଇସାରିଛି । ଯଦି ଆପଣଙ୍କ ହ୍ୱାଟସଆପରେ ଏହି ଫିଚର ନାହିଁ, ତେବେ ଆପଣ ଆପ ଷ୍ଟୋର କିମ୍ବା ପ୍ଲେ ଷ୍ଟୋରରୁ ଆପ ଅପଡେଟ୍ କରିପାରିବେ ।