ହ୍ମାଟସଆପ ଗ୍ରୁପ ଆଡ଼ମିନଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ! କମ୍ପାନୀ ଉପସ୍ଥାପନ କଲା ନୂଆ ଫିଚର

35

ହ୍ୱାଟସଆପ ଏବେ ନିଜ ଗ୍ରାହକଙ୍କ ପାଇଁ ନୂଆ ଫିଚର ଉପସ୍ଥାପନ କରନ୍ତି । ଏବେ ଏହି ଫିଚର ଅନୁସାରେ ହ୍ୱାଟସଆପ ଗ୍ରୁପ ଆଡ଼ମିନଙ୍କୁ ଅଧିକ ପାୱାର ଦିଆଯାଇଛି । ଏହି ଫିଚରର ନାମ ହେଲା ରେଷ୍ଟ୍ରିକ୍ଟ ଗ୍ରୁପ୍ । ନୂତନ ଫିଚର ଅନୁସାରେ ଅନ୍ୟ ମେମ୍ବେରକୁ ଆଡ଼ମିନ କୌଣସି ବି କାମ ପାଇଁ ରୋକିପାରିବ । ଅନ୍ୟ ୟୁଜରମାନେ ଟେକ୍ସଟ, ଫଟୋ, ଭିଡ଼ିଓ କିମ୍ବା ମେସେଜ ପଠାଇବା ପାଇଁ ରୋକିପାରିବେ ଆଡ଼ମିନ୍ । ଏହାର ଅର୍ଥ ଗ୍ରୁପ ଆଡ଼ମିନ୍ କୌଣସି ବି ମେମ୍ବରକୁ ବ୍ଲକ କରିପାରିବେ । ଏହି ଫିଚରକୁ ଆକ୍ଟିଭ କରିବା ପାଇଁ ହ୍ୱାଟସଆପ୍ ଅପଡ଼େଟ୍ କରିବା ପାଇଁ ପଡ଼ିବ । ଏହି ଫିଚରକୁ ପରୀକ୍ଷା କରିଥିବା ସାଇଟ୍ କହିଛି, ହ୍ମାଟସଆପର ୨.୧୮.୧୩୨ ଆଣ୍ଡଏଡ଼୍ ଭର୍ସନରେ ଅପଡ଼େଟ୍ କରିବା ପାଇଁ ପଡ଼ିବ ।

ରେଷ୍ଟ୍ରିକ୍ଟେଡ଼୍ ଗ୍ରୁପ ଫିଚର ବ୍ୟବହାର କରିବା ପାଇଁ ଗ୍ରୁପ ଆଡ଼ମିନଙ୍କୁ ନିଜର ହ୍ୱାଟସଆପକୁ ଯିବାକୁ ପଡ଼ିବ । ଏହାପରେ ଗ୍ରୁପରେ ଗ୍ରୁପ ଇନଫୋ ଯିବାକୁ ପଡ଼ିବ । ଆଉ ତା’ରେ ଗ୍ରୁପ ସେଟିଂକୁ ଯାହାନ୍ତୁ । ସେଠରେ ୟୁଜର ଏକ ବିକଳ୍ପ ଚୟନ କିରପାରିବେ । ଯେଉଁଠି ଗ୍ରୁପର ସବଜେକ୍ଟ, ଆଇକନ ଓ ଡେସକ୍ରିପସନ କିଏ କରିବ, ତାନେଇ ୟୁଜରଙ୍କୁ ୨ ଟି ଅପ୍ସନ ମିଳିବ । ସମସ୍ତ ଗ୍ରାହକ ଓ ଗ୍ରୁପ୍ ଆଡ଼ିମିନ୍ । ସୂଚନାଯୋଗ୍ୟ ଆଣ୍ଡ୍ରଏଡ଼୍ ଓ ୱିଣ୍ଡୋଜ୍ ଫୋନ୍ ପାଇଁ ଫେବୃୟାରୀରେ ଗ୍ରୁପ ଡେସକ୍ରିପସନ ଫିଚର ଆରମ୍ଭ କରାଯାଇଥିଲା । ଏହି ଫିଚର ଆଇଫୋନରେ ମଧ୍ୟ ଉପଲବ୍ଧ । ତେବେ ଏବେ ଆଇଫୋନ୍ ଓ ୱିଣ୍ଡୋଜ ଫୋନ ପ୍ଲାଟଫର୍ମରେ କୌଣସି ବି ୟୁଜରଙ୍କୁ ଆଇକନ୍ ପରିବର୍ତ୍ତନ, ସବଜେକ୍ଟ ଏଡ଼ିଟ୍ କରିବାର କୌଣସି ବିକଳ୍ପ ନାହିଁ ।

ଏହା ବ୍ୟତୀତ ହ୍ୱାଟସଆପରେ ଷ୍ଟିକର ଫିଚର ମଧ୍ୟ ଆସିବାର ଅଛି । ଯେଉଁ ପ୍ରକାର ଫେସବୁକ, ମେସେଞ୍ଜର ଓ ହାଇକ ପରି ଅନ୍ୟ ସୋସିଆଲ ମିଡ଼ିଆ ସାଇଟରେ ଜଣେ ଜଣଙ୍କୁ ଥାର୍ଡ଼ ପାର୍ଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଷ୍ଟିକର ଶେୟାର କରିବାର ସ୍ୱାଧୀନତା ଦିଆଯାଇଛି, ସେହିପରି ହ୍ୱାଟସଆପରେ ମଧ୍ୟ ଏସବୁ ସମ୍ଭବ ହୋଇପାରିବ ।