ହ୍ୱାଟସଆପରେ ଚାଲିଥିଲା ହିନ୍ଦୁସ୍ତାନ-ପାକିସ୍ତାନ ଯୁଦ୍ଧ, ଗ୍ରୁପ୍ ଆଡମିନ୍ ହେଲେ ଗିରଫ 

ଦେଶ ବିରୋଧୀ ଓ ଆପତ୍ତିଜନକ ପୋଷ୍ଟ କରିବା ମାମଲାରେ ହ୍ୱାଟସଆପ୍ ଗ୍ରୁପ୍ ଆଡମିନ୍ ଗିରଫ

217

ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ହ୍ୱାଟସଆପ୍ ଗ୍ରୁପ୍ ଆଡମିନଙ୍କୁ ଗିରଫ କରାଯାଇଛି । ଜୋଶ୍   ନାମରେ ଚାଲୁଥିବା ହ୍ୱାଟସଆପ୍ ଗ୍ରୁପରେ ଦେଶ ବିରୋଧୀ ଓ ଆପତ୍ତିଜନକ ପୋଷ୍ଟ କରିବା ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଗ୍ରୁପରେ ହିନ୍ଦୁସ୍ତାନ ଓ ପାକିସ୍ତାନ ସହିତ ସମ୍ପର୍କିତ କମେଣ୍ଟ, ଫଟୋ ଓ ଭିଡିଓ ଚୌଗାମା କ୍ଷେତ୍ରରେ ଚାଂଚଲ୍ୟ ସୃଷ୍ଟି କରିଥିଲା । ସେଇଠି ଗ୍ରୁପ୍ ଆଡମିନ୍ ନଇମ୍ କହିଛନ୍ତି କି, ଏକ ଲିଙ୍କ ମାଧ୍ୟମରେ ତାଙ୍କୁ ଏଥିରେ ଯୋଡା ଯାଇଥିଲା । ତାଙ୍କୁ ୧୦-୧୫ ମିନିଟ୍ ପୂର୍ବରୁ ହିଁ ଆଡମିନ୍ କରାଯାଇଥିଲା ।

ନଇମ୍ କହିଲେ କି, ଏହି ଗ୍ରୁପରେ ୧୦୦ରୁ ୧୫୦ ଲୋକ ଥିଲେ । ସେ ଏହି ଗ୍ରୁପ୍ ର ଅନ୍ୟ ଆଡମିନଙ୍କୁ ଜାଣି ନାହାଁନ୍ତି । ଗ୍ରୁପରେ ପୋଷ୍ଟ ହେଉଥିବା ମେସେଜକୁ ସେ ଦେଖିନଥିଲେ । ହିନ୍ଦୁ ଜାଗରଣ ମଂଚର ଜିଲ୍ଲା ଉପାଧ୍ୟକ୍ଷ ଦୀପକ ବାମନୌଲି ଦୋଘଟ ଥାନାରେ ଏହି ଗ୍ରୁପ ବିରୁଦ୍ଧରେ ମାମଲା ରୁଜୁ କରାଇଥିଲେ । ଯାହା ପରେ ପୁଲିସ୍ ପଚରାଉଚୁରାରେ ପଲଡା ଗାଁ ନିବାସୀ ନଇମ୍ ଗ୍ରୁପ୍ ଆଡମିନ୍ ବାହାରିଲେ, ଯିଏ ଜନସେବା କେନ୍ଦ୍ର ଚଲାନ୍ତି । ଏହି ମାମଲାରେ ପୁଲିସ୍ ଆରୋପୀ ନଇମ ବିରୁଦ୍ଧରେ, ଧାରା ୨୯୨, ରାଷ୍ଟ୍ର ଗୌରବ ଅପମାନ ଅଧିନିୟମ ୧୯୭୧ର ଧାରା ୨ ଓ ଆଇଟି ଆକ୍ଟ ୨୦୦୮ର ଧାରା ୬୬ ଅଧିନରେ ମାମଲା ରୁଜୁ କରିଛି । ଯାଂଚ ପାଇଁ ତାଙ୍କର ମୋବାଇଲ ବି ଜବତ କରାଯାଇଛି ।