ସାବଧାନ ! ଫୋନକୁ ଆସୁଛି କି WhatsApp Gold ଇନଷ୍ଟୋଲ କରିବାର ମେସେଜ୍, ଜାଣନ୍ତୁ ସତ୍ୟତା . . .

132

ପୂର୍ବରୁ ହ୍ଵାଟସଆପକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହ୍ଵାଟ୍‌ସଆପ୍‌ ମାଧ୍ୟମରେ ମିଛ ବାର୍ତ୍ତା ପଠାଇ କିଛି ଲୋକ ହିଂସାତ୍ମକ କାମ କରାଉଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହା ପରେ ହ୍ଵାଟସଆପ୍‌ ପକ୍ଷରୁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଆସୁଥିବା ଏଭଳି ମେସେଜକୁ ପ୍ରସାର ନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

whatsaap

ଏବେ ପୁଣି ହ୍ଵାଟ୍‌ସଆପ୍‌ ଗୋଲ୍‌ଡ଼କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟରରେ ଜଣେ ବ୍ୟବହାରକାରୀ ଅନେକ ହ୍ଵାଟସଆପ୍‌ ବ୍ୟବହାରକାରୀଙ୍କୁ ହାଟସଆପ୍‌ ଅପଡ଼େଟ୍‌ କରିବା ପାଇଁ ନକଲି ଭିଡିଓ ମେସେଜ ଆସୁଥିବା ବେଳେ ଏହାକୁ ଡାଉନ୍‌ଲୋଡ୍‌ କରିବା ପରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟା ଚୋରି କରୁଥିବା ନେଇ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏହି ଖବର ପ୍ରସାର ହେବା ପରେ ଫ୍ୟାକ୍ଟ ଚେକିଂ  ୱେବସାଇଟ୍‌ ସ୍ନୋପ୍‌ସ ଭିଡିଓକୁ ନେଇ ତଦନ୍ତ କରିଥିଲା ।

ଯାହା ପରେ ଭାଇରାଲ ହେଉଥିବା ମେସେଜଟି ମିଛ ବେଲି ଜଣା ପଡ଼ିଥିଲା । ଏହା ସହ ଏଭଳି ମେସେଜ୍‌ କୌଣସି ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ପାଇ ନଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା । ତେବେ ଖବରଟି ମିଛ ହୋଇଥିଲେ ମଧ୍ୟ ହ୍ଵାଟସଆପ୍‌ ବ୍ୟବହାରକାରୀଙ୍କୁ ସତର୍କ ରହିବା ସହ ଯଦି ଏଭଳି ମେସେଜ୍‌ ଆସେ ତେବେ ତାକୁ ଅଣଦେଖା କରିବା ପାଇଁ ସୂଚନା ଦିଆ ଯାଇଛି ।

Comments are closed.