ୟୁଜରଙ୍କୁ ହ୍ୱାଟସଆପର ଉପହାର ! ଏବେ ୭ ମିନିଟ୍ ନୁହେଁ ୬୮ ମିନିଟ୍ ୧୬ ସେକେଣ୍ଡ ପର୍ଯ୍ୟନ୍ତ ଡିଲିଟ୍ କରିପାରିବେ ମେସେଜ୍

47

ହ୍ୱାଟସଆପ କିଛି ଦିନ ପୂର୍ବରୁ ‘ଡିଲିଟ୍ ଫର ଏଭ୍ରିୱାନ୍’ ଫିଚର ଉପସ୍ଥାପନ କରିଥିଲା । ଏଥିରେ ଗ୍ରାହକ ନିଜେ ପଠାଇଥିବା ମେସେଜକୁ ନିଶ୍ଚିତ ସମୟ ସୀମା ଭିତରେ ଡିଲିଟ୍ କରିବାର ଅପ୍ସନ ଆସିଥିଲା । ଏବେ ପର୍ଯ୍ୟନ୍ତ ମେସେଜ ପଠାଇବାର ୪୨୦ ସେକେଣ୍ଡ ମଧ୍ୟରେ ମେସେଜ୍ ଡିଲିଟ୍ କରାଯାଇପାରିବ । କିନ୍ତୁ ହ୍ୱାଟସଆପ୍ ଏବେ ଏହି ସମୟସୀମା ବଢ଼ାଇ ଦେଇଛି । ଏବେ ୟୁଜର ୪୨୦ ସେକେଣ୍ଡ ପରିବର୍ତ୍ତେ ୪୦୯୭ ସେକେଣ୍ଡ ପର୍ଯ୍ୟନ୍ତ ନିଜର ପଠାଇଥିବା ମେସେଜ ଡିଲିଟ୍ କରିପାରିବେ ।

ଏବେ ଗ୍ରାହକ ମେସେଜ ପଠାଇବାର ୬୮ ମିନିଟ୍ ୧୬ ସେକେଣ୍ଡ ପରେ ମଧ୍ୟ ମେସେଜକୁ ଡିଲିଟ୍ କରିପାରିବେ । ଏହା ଭିଟା ଅପଡ଼େଟ୍ ଅଟେ ଆଉ ଏବେ କେବଳ ୨.୧୮.୬୯ ଭର୍ସନରେ ଉପଲବ୍ଧ ରହିଛି । ହ୍ୱାଟସଆପର ଏହି ଡିଲିଟ୍ ଫର ଏଭ୍ରିୱାନ୍ ଫିଚର ଖୁବ ଶୀଘ୍ର ଆଉଓଏସ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ତେବେ ଅପଡ଼େଟ୍ କରିବା ପାଇଁ କ’ଣ କରିବେ ଜାଣନ୍ତୁ ?

– ସର୍ବପ୍ରଥମେ ହ୍ୱାଟସଆପକୁ ଅପଡ଼େଟ୍ କରନ୍ତୁ । ଆଉ ତା’ପରେ କଂଟାକ୍ଟ ଓପନ୍ କରି କିଛି ବି ମେସଜ୍ ଟାଇପ୍ କରନ୍ତୁ ।

– ଏବେ ସେହ ମସେଜକୁ ଡିଲଇଟ୍ କରିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେଥିରେ ଟାବ୍ କରନ୍ତୁ । ଏପରି କରିବା ଦ୍ୱାରା ଉପର ଏକ ଅପ୍ସନ ଦେଖାଯିବ ।

– ଆଉ ଏବେ ଉପରେ ଡିଲିଟରେ ଟାବ୍ କରନ୍ତୁ । ଆପଣଙ୍କୁ ସାମ୍ନାରେ ୩ଟି ଅପ୍ସନ ମିଳିବ । ଏଥିରେ ତଳେ ଦିଆଯାଇଥିବା ଡିଲିଟ୍ ଫର୍ ଏଭ୍ରିୱାନ୍ରେ ଟାବ୍ କରନ୍ତୁ । ଆଉ ଏବେ ଡିଲିଟ୍ ହୋଇଯିବ ଆପଣ ପଠାଇଥିବା ମେସେଜ୍ ।