ସାବଧାନ ! ହ୍ୱାଟସଆପରେ ଏଣିକି ଡିଲେଟ କରିହେବ ନାହିଁ ପଠାଯାଇଥିବା ମେସେଜ । ଖୁବଶୀଘ୍ର ହେବାକୁ ଯାଉଛି ପୂର୍ବ ନିୟମର ପରିବର୍ତନ

43

କନକ ବ୍ୟୁରୋ : ଆଜିକାଲି ଦୁନିଆରେ ଲୋକମାନେ ବହୁଳ ଭାବରେ ହ୍ୱାଟସଆପ ବ୍ୟବହାର କରୁଛନ୍ତି । ନିଜର ମନ ପସନ୍ଦର କଥା ହେଉ ବା କାହାରି ସହିତ ବାର୍ତା ଆଳାପ ହେଉ ଏପରିକି ଅନେକ ତଥ୍ୟର ଆଦାନପ୍ରଦାନ କରିବା ପାଇଁ ଏହାକୁ ସାରା ପୃଥିବୀର ଲୋକମାନେ ବ୍ୟବହାର କରୁଛନ୍ତି । ତେବେ ଆମେ ମାନେ ଯଦି କୌଣସି ବ୍ୟକ୍ତିଙ୍କୁ ଭୁଲରେ ବା ଅଜାଣତରେ କିଛି ଭୁଲ ମେସେଜ ଦେଇଦେଉ । ତେବେ ତାହାପରେ ସାଙ୍ଗେ ସାଙ୍କେ ତାହାକୁ ଡିଲେଟ ମଧ୍ୟ କରିଥାଉ ।

 

ଏହା ଡିଲେଟ ଏଭରି ୱାନ ମାଧ୍ୟମରେ ହୋଇଥାଏ । ଏହାର ମଧ୍ୟ ଏକ ସମୟସୀମା ରହିଛି । ଯଦି ଆପଣ ମେସେଜ ପଠାଇବାର ୧ ଘଣ୍ଟା ୮ ମିନିଟ ୧୬ ସେକେଣ୍ଡ ହୋଇଥିବା ତେବେ ଆପଣ ତାହାକୁ ଡିଲେଟ କରିପାରିବେ । କିନ୍ତୁ ବର୍ତମାନ ସେହି ନିୟମରେ ଏହି ପରିବର୍ତନ ହୋଇଥିବା ସୂଚନା ମିଳିଛି । ନିୟମ ଅନୁସାରେ ଆପଣ ଯଦି କାହାକୁ ମେସେଜ କରିଥିବେ ତାହାର ପ୍ରତିଉତ୍ତର ପଠାଇଥିବା ବ୍ୟକ୍ତିଙ୍କୁ ୧୩ ଘଣ୍ଟା ୮ ମିନିଟ ୧୬ ସେକେଣ୍ଡ ପର୍ଯ୍ୟନ୍ତ ମିଳିନଥାଏ । ତେବେ ଏବେ ଏଣିକି ପଠାଇଥିବା ମେସେଜ ଆଉ ଡିଲେଟ କରିହେବ ନାହିଁ । ଉଦାହରଣ ଆପଣ ଜଣଙ୍କୁ କିଛି ମ୍ୟାସେଜ କଲେ ସେହି ସମୟରେ ଆପଣ ପଠାଇଥିବା ବ୍ୟକ୍ତିଙ୍କ ମୋବାଇଲ ବନ୍ଦ ରହିଛି । ଆଉ ପରେ ଏହାକୁ ଆପଣ ଡିଲେଟ କରୁଛନ୍ତି ତେବେ ତାହା ଆଉ ଡିଲେଟ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି ।

 

ତେବେ କମ୍ପାନୀ ପକ୍ଷରୁ ସେହିମାନଙ୍କ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ଯେଉଁମାନେ ଅନେକ ସମୟରେ ଜଣେ ବ୍ୟକ୍ତିଙ୍କୁ ଜାଣତରେ ମେସେଜ କରନ୍ତି ଓ ପରେ ପୁଣି ତାହାକୁ ଡିଲେଟ କରନ୍ତି । ଅନେକ ସମୟରେ ଦେଖାଯାଇଛି ଯେ, ଯଦି କୌଣସି ବ୍ୟକ୍ତି କାହାର ବି ମୋବାଇଲ ନଂ ପାଉଛନ୍ତି ଓ ସେହି ନଂ ସମ୍ପୃକ୍ତ ବ୍ୟକ୍ତିଙ୍କର ହ୍ୱାଟସଆପ ରହିଛି । ତେବେ ବାରମ୍ବାର ତାଙ୍କୁ ମ୍ୟାସେଜ କରିବା ସହ ହଇରାଣ କରନ୍ତି । ଯାହା ପାଇଁ ସେ ନିଜର ବ୍ୟସ୍ତବହୁଳ ସମୟରେ ବିରକ୍ତ ହେବା ସହ ପୋଲିସର ସାହାଯ୍ୟ ମଧ୍ୟ ନିଅନ୍ତି । ତେଣୁ ବର୍ତମାନ ସମୟରେ ଏପରି ଅପରାଧକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି ।