ୱାଟସଆପ୍ ସିଇଓ ଜାନ୍ କୋମ ନିଜ ପଦବୀରୁ ଦେଲେ ଇସ୍ତଫା ! ୱାଟସଆପ୍ ଡାଟା ଲିକକୁ ନେଇ ଇସ୍ତଫା ଦେଇଥିବା କଥା ଶୁଣିବାକୁ ମିଳୁଛି ।

37

ସୋସିଆଲ୍ ମିଡିଆ ସାଇଟ୍ ୱାଟସଆପ୍ ସିଇଓ ଜାନ୍ କୋମ୍ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ତଥ୍ୟ କୋମ୍ ନିଜ ଫେସବୁକ୍ ସାଇଟରେ ପୋଷ୍ଟ୍ କରି ଜଣାଇଛନ୍ତି । ୱାଟସଆପ୍ ସିଇଓ ପଦ ସହ କୋମ୍ ଫେସବୁକକୁ ମଧ୍ୟ ବାଏ ବାଏ କହିଛନ୍ତି । ଅନ୍ୟପକ୍ଷରେ କୋମଙ୍କ ଏଭଳି ପୋଷ୍ଟରେ ଫେସବୁକ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, “କୋମଙ୍କ ଅନୁପସ୍ଥିତତାକୁ ମୁଁ ମନେ ପକାଇବି ।

ଜାନ୍ କୋମ୍ ନିଜ ଫେସବୁକ୍ ସାଇଟରେ ଲେଖିଥିଲେ, “ପ୍ରାୟ ୧୦ ବର୍ଷ ପୂର୍ବେ ବ୍ରାୟନ୍ ଆକ୍ଟନ ଏବଂ ମୁଁ ମିଶି ୱାଟସଆପକୁ ଆରମ୍ଭ କରିଥିଲୁ । ଏହି ପଥରେ କେତେକ ଭଲଲୋକ ମଧ୍ୟ ଆମର ସାଥ୍ ଦେଇଥିଲେ । କିନ୍ତୁ ଏବେ ସମୟ ଆସିଛି ଆଗକୁ ବଢିବାର । ମୁଁ ଏହି ସମୟରେ କମ୍ପାନୀରୁ ଇସ୍ତଫା ଦେଉଛି ଯେଉଁ ସମୟରେ ଲୋକ ମୋ କଳ୍ପନାରୁ ଅଧିକ ୱାଟସଆପକୁ ବ୍ୟବହାର କରୁଛନ୍ତି । ଆଜିର ସମୟରେ ୱାଟସଆପ୍ ଟିମ୍ ପୂର୍ବରୁ ଅଧିକ ସକ୍ରିୟ ହୋଇଛି । ମୁଁ ଏବେ ଟେକ୍ନୋଲୋଜୀ ଦୁନିଆରୁ କିଛି ସମୟ ପାଇଁ ବିରତୀ ନେବାକୁ ଯାଉଛି । ଏହି ମାର୍ଗକୁ ଆଗକୁ ନେଇଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।”
ଅନ୍ୟ ରିପୋର୍ଟ ଅନୁସାରେ ଫେସବୁକ୍ ଭଳି ୱାଟସଆପର ଡାଟା ଲିକକୁ ନେଇ କୋମ୍ ଇସ୍ତଫା ଦେଇଥିବା କଥା କୁହାଯାଉଛି । କୋମ୍ ସବୁବେଳେ ନିଜ ୟୁଜର୍ସଙ୍କ ଡାଟା ସେଭର ଧ୍ୟାନ ରଖନ୍ତି । ନିକଟରେ ଉଭୟ ଫେସବୁକ୍ ଏବଂ ୱାଟସଆପର ଡାଟା ଲିକ୍ ଯୋଗୁଁ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆସିଥିଲା ।