ବନ୍ଦ ହୋଇପାରେ ହ୍ୱାଟସଆପର ଏହି ସବୁ ଫିଚର୍ସ ! ସରକାର ଦେଲେ ନିର୍ଦ୍ଦେଶ ।

41

ହ୍ୱାଟସଆପ ମେସେଜିଂ ଆପ ନିଜର ଇଂଟରସଟିଂ ଫିଚର୍ସ କାରଣରୁ ପୁରା ଦୁନିଆରେ ଲୋକପ୍ରିୟ ହୋଇପାରିଛି । ଏହି ଫିଚର ଆସିବା ପରେ ହ୍ୱାଟସଆପ ବ୍ୟବହାରକାରୀମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି । କିନ୍ତୁ ଏହି ଲୋକପ୍ରିୟ ହାସଲ କରିଥିବା ଫିଚର୍ସ ଉପରେ ସରକାର ଏବେ ରୋକ ଲଗାଇବାକୁ ଯାଉଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ହ୍ୱାଟସଆପର କଲିଂ ଫିଚରକୁ ବନ୍ଦ କରିପାରନ୍ତି । ଏହାର କାରଣ ହେଉଛି ଭାରତ ସୀମା ବାହାରେ ଥିବା ଆତଙ୍କବାଦୀ ଏବଂ ତାଙ୍କର ସହଯୋଗୀଙ୍କ ମଧ୍ୟରେ ହେଉଥିବା କଥାବର୍ତ୍ତାକୁ ବନ୍ଦ କରିବା । ମିଳିଥିବା ଖବର ଅନୁସାରେ, ଭାରତୀୟ ସରକାର ଆଉଟଲାଇନ ରଣନୀତି ମାଧ୍ୟମରେ କାମ କରୁଛନ୍ତି । ଯାହାଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକରେ ହ୍ୱାଟସଆପ କଲିଂକୁ ବନ୍ଦ କରାଯାଇ ପାରିବ । ୨୦୧୬ ମସିହାରେ ପ୍ରଥମ ଥର ଭାରତୀୟ ସେନା ଆତଙ୍କବାଦୀଙ୍କର ଗତିବିଧି ଉପରେ ନଜର ରଖି ହ୍ୱାଟସଆପ ଅପବ୍ୟବହାର ବିଷୟରେ ଜାଣିପାରିଥିଲା ।

କେବଳ ସେତିକି ନୁହେଁ ଭାରତୀୟ ସେନା ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଆତଙ୍କବାଦୀ ମାନେ ହ୍ୱାଟସଆପ ଚାଟିଂ ଜରିଆରେ ପରସ୍ପର ମଧ୍ୟରେ କଥାବର୍ତ୍ତା ହୋଇ ଭାରତ ସୀମା ଆଖପାଖରେ ଥିବା ଡାଇରେକ୍ସନକୁ ମଧ୍ୟ ଗାଇଡ କରୁଛନ୍ତି । ଯାହାକି ଭାରତ ସମେତ ଅନ୍ୟ କେତେକ ଦେଶ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ ପାଲଟିଛି । ଭାରତୀୟ ଗୃହ ମନ୍ତ୍ରଣାଳୟ ଏହି ବିପଦକୁ ଦୂର କରିବା ପାଇଁ ଏକ ସଭାର ଆୟୋଜନ କରିଥିଲେ । ଯେଉଁଥିରେ ଜାମ୍ମୁକାଶ୍ମୀର ପୋଲିସର କିଛି ସୁରକ୍ଷା ଏଜେନ୍ସିଙ୍କ ସମେତ ଇଲେକ୍ଟ୍ରୋନିକ୍ସ , ସୂଚନା ପଦ୍ୟୋଗୀ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗର କେତେ ଜଣ ଅଧିକାରୀ ଯୋଗ ଦେଇଥିଲେ ।