ହୁସିଆର ! ବିପଦରେ ଅଛି ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟ,ଆଧୁନିକ ଟେକନିକରେ ହ୍ୟାକର ଜାଣିପାରୁଛନ୍ତି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ,ଜାଣନ୍ତୁ କିପରି ଏଥିରୁ ବଂଚିବେ ।

44

ଫେସବୁକ୍ ଭଳି ସୋସିଆଲ୍ ପ୍ଲାଟଫର୍ମରେ ଲୋକପ୍ରିୟ ପାଲଟିଥିବା ହ୍ୱାଟସଆପ୍ ପ୍ରଥମରୁ ହିଁ ଫେକ୍ ନ୍ୟୁଜକୁ ନେଇ ବିଭିନ୍ନ ସମସ୍ୟାରେ ଫସିଛି । ଏହି ଫେକ୍ ନ୍ୟୁଜ ଉପରେ ରୋକ ଲଗାଇବା ପାଇଁ ହ୍ୱାଟସଆପ୍ ବିଭିନ୍ନ ଫିଚର୍ସ ବି ଜାରି କରିଥିଲେ । ତେବେ ଏ ଭିତରେ ହ୍ୱାଟସଆପକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଇସରାଏଲ୍ ନ୍ୟାସନାଲ୍ ସିକ୍ୟୁରିଟୀ ଅଥୋରିଟି ହ୍ୱାଟସଆପ୍ ର ସୁରକ୍ଷାକୁ ନେଇ ମଧ୍ୟ ଆଲର୍ଟ କରାଯାଇଛି ।

ଅଥୋରିଟି ତରଫରୁ ଏହି ଆଲର୍ଟ ଏକ ରିପୋର୍ଟ ଅନୁଯାୟୀ ଜାରି କରାଯାଇଛି ଯେ ନୂଆ ତରିକାରେ ହ୍ୱାଟସଆପ୍ ଆକାଉଣ୍ଟ କୁ ହ୍ୟାକ୍ କରାଯାଉଛି । ଜେଡିନେଟ୍ ର ରିପୋର୍ଟ ମୁତାବକ ଏକ ମୋବାଇଲ୍ ସେବା ପ୍ରଦାତା ବ୍ୟବହାର କରି ହ୍ୱାଟସଆପ୍ କୁ ହ୍ୟାକ୍ କରାଯାଇପାରିବ । ରିପୋର୍ଟ ଏହା ମଧ୍ୟ କୁହାଯାଇଛି ଯେ ଭଏସ୍ ମେଲ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ହ୍ୱାଟସଆପ୍ ଆକାଉଣ୍ଟ କୁ ହିଁ ହ୍ୟାକ୍ କରାଯିବ । ରିପୋର୍ଟରେ ଲୋକଙ୍କୁ ଚେତେଇ ଦେବାକୁ ଯାଇ କୁହାଯାଇଛି ଯେ ଯେଉଁ ଲୋକଙ୍କ ପାସୱାର୍ଡ ୧୨୩୪ କିମ୍ବା ୦୦୦୦ ଅଛି ସେମାନେ ନିଜ ପାସୱାର୍ଡକୁ ତୁରନ୍ତ ବଦଳାନ୍ତୁ । ତେବେ ଆମେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଭଏସ୍ ମେଲ୍ ଜରିଆରେ ୟୁଜର୍ସଙ୍କୁ ଭଏସ୍ ମେସେଜ୍ ପଠାଯାଉଛି ।

ହ୍ୟାକ୍ କରିବାର ତରିକା କ’ଣ ?

ଯେତେବେଳେ ଆପଣ ହ୍ୱାଟସଆପ୍ ଇନଷ୍ଟଲ୍ କରନ୍ତି ତେବେ କମ୍ପାନୀ ଭେରିଫିକେସନ୍ ପାଇଁ ମେସେଜ୍ ଜରିଆରେ ଏକ କୋଡ୍ ପଠାଇଥାନ୍ତି । କିନ୍ତୁ ହ୍ୟାକର୍ସଙ୍କ କହିବାନୁସାରେ ଏହି ହ୍ୱାଟସଆପ୍ ଆକାଉଣ୍ଟ ୟୁଜର୍ସଙ୍କ ପାଖରେ ନଥାଏ,ତେଣୁ ଭେରିଫିକେସନ୍ ମେସେଜକୁ ରୋକା ଯାଇପାରିବ ଏବଂ ଏହି ଉପାୟରେ ଅନ୍ୟ ଫୋନରେ ମଧ୍ୟ ଆପଣଙ୍କ ହ୍ୱାଟସଆପ୍ ନମ୍ବର ଚାଲିପାରିବ ।

ସେହିଭଳି ମେସେଜ୍ ହ୍ୱାଟସଆପ୍ ଭଏସ୍ ଅଥୋଣ୍ଟିକେସନ୍ ରେ କଲ୍ କରିଥାଏ । ସେଥିପାଇଁ ହ୍ୱାଟସଆପ୍ ମୋବାଇଲ୍ ନମ୍ବରରେ କଲ୍ କରାଯାଏ ଏବଂ ୱାନ୍ ଟାଇମ୍ ହ୍ୱାଟସଆପ୍ ପାସୱାର୍ଡ ପ୍ରସ୍ତୁତ କରାଯାଏ । ଏଭଳି ସ୍ଥିତିରେ ୟୁଜର୍ ଯଦି ୟୁଜର୍ ଫୋନର ଜବାବ ଦେଇନଥାଏ ତେବେ କୋଡ୍ ଭଏସମେଲ୍ ଆକାଉଣ୍ଟ ରେ ଚାଲିଯାଏ ଏବଂ ଏହି ଭଏସମେଲର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ହ୍ୱାଟସଆପ୍ ହ୍ୟାକ୍ କରିପାରନ୍ତି । ଏହାର କାରଣ ଅଧିକ ଲୋକଙ୍କ ଫୋନର ଭଏସମେଲ୍ ଆକାଉଣ୍ଟ ର ପିନ୍ ୦୦୦୦ ବା ୧୨୩୪ ରହିଥାଏ ।

ବଂଚିବାର ତରିକା କ’ଣ ?

ଆପଣ ନିଜ ଭଏସମେଲ୍ ପାସୱାର୍ଡକୁ ଚେଞ୍ଜ କରି ହ୍ୟାକିଙ୍ଗ୍ ରୁ ବଞ୍ôଚପାରିବେ । ଏହି ପ୍ରକ୍ରିୟାରେ କେବଳ ହ୍ୱାଟସଆପ୍ ନୁହଁ ଅନ୍ୟ ସୋସିଆଲ୍ ମିଡିଆ ଆପ୍ ବି ହ୍ୟାକ୍ ହେବାର ସମ୍ଭାବନା ଅଛି । ଏମିତିକି ଗୁଗୁଲ,ଟ୍ୱିଟର,ଫେସବୁକ୍ ଏବଂ ଜିମେଲ୍ ମଧ୍ୟ ହ୍ୟାକ୍ କରାଯାଇପାରିବ ।