ମହଙ୍ଗା ପଡିପାରେ ହ୍ୱାଟସଆପ୍ ରେ ଏଭଳି ଭିଡିଓ ସେୟାର କରିବା ! ସବୁ ଦିନ ପାଇଁ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ୍ ।

271

ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟସଆପ୍ ସଦା ବ୍ୟବହାରକାରୀଙ୍କ ବିଶ୍ୱସନୀୟତା ଏବଂ ନୈତିକତା ଉପରେ ଧ୍ୟାନ ଦେଇଥାଏ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ମେସଜିଂ ଆପରେ ଶିଶୁ ପନୋଗ୍ରାଫିର କୌଣସି ସ୍ଥାନ ନାହିଁ। ଏହାକୁ ରୋକିବା ପାଇଁ କମ୍ପାନି ପକ୍ଷରୁ ଏକ ଅଭିନବ ଉପାୟ ଚିନ୍ତା କରାଯାଇଛି। ହ୍ଵାଟସଆପରେ ଶିଶୁ ପନୋଗ୍ରାଫିକୁ ପ୍ରୋତ୍ସାହିତ କରିବା ପରି ଭିଡିଓ ପଠାପଠି କଲେ ଗ୍ରାହକଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇପାରେ ବୋଲି କମ୍ପାନି ପକ୍ଷରୁ ଚେତାବନୀ ଦିଆଯାଇଛି।

ହ୍ଵାଟସଆପ୍ ପକ୍ଷରୁ ଶିଶୁ ପନୋଗ୍ରାଫର ଘୋର ନିନ୍ଦା କରାଯାଇ କୁହାଯାଇଛି ଯେ ଏପରି ଭିଡିଓ ପ୍ରେରଣ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଞ୍ଚ୍ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ। ତେବେ କମ୍ପାନି ପକ୍ଷରୁ ଆହୁରି ବି ସ୍ପଷ୍ଟ କରାଯାଇଛି ଯେ ‘କିଏ କାହାକୁ କେଉଁ ମେସେଜ୍ ପଠାଉଛି ତାହା ଆମେ ଦେଖିପାରିବୁ ନାହିଁ। କେବଳ ବ୍ୟବହାରକାରୀଙ୍କ ଅଭିଯୋଗକୁ ଭିତ୍ତି କରି ହିଁ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ।’
ଶିଶୁ ପନୋଗ୍ରାଫି ବନ୍ଦ କରିବା ନେଇ ଗୁରୁବାର କୋର୍ଟଙ୍କ ପକ୍ଷରୁ ଗୁଗୁଲ୍ ଓ ମାଇକ୍ରୋସଫ୍ଟ ପରି ବଡ଼ ବଡ଼ ଇଣ୍ଟରନେଟ୍ କମ୍ପାନିଙ୍କୁ ନିର୍ଦ୍ଦେଶ ହେବା ପରେ ହ୍ଵାଟସଆପ୍ ଏପରି ଘୋଷଣା କରିଛି।