କୋଭିଡ-୧୯ କ’ଣ ଏବଂ କେମିତି ଜାଣିବେ ଏହାର ସଂକ୍ରମଣର ଲକ୍ଷଣ ?

3,799

କନକ ବ୍ୟୁରୋ: ଏହା କରୋନା ଭୂତାଣୁ ପରିବାରର ଏକ ସଦସ୍ୟ । ଯାହା ପୂର୍ବରୁ କେବେ ସାମ୍ନାକୁ ଆସିନଥିଲା । ଅନ୍ୟ କରୋନା ଭୂତାଣୁ ଭଳି ଏହା ପ୍ରାଣୀଙ୍କ ଠାରୁ ମଣିଷ ଦେହକୁ ସଂକ୍ରମିତ ହୋଇଥିବା ଦାବି ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ମହାମାରୀ ଘୋଷଣା କରିସାରିଛି ।

ନଭେଲ କରୋନା ସଂକ୍ରମଣର ଲକ୍ଷଣ କ’ଣ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ କରୋନା ଲକ୍ଷଣ ଗୁଡିକ ହେଉଛି – ଜ୍ୱର, ଥକ୍କା, ଶୁଖିଲା କାଶ । କିଛି ରୋଗୀଙ୍କୁ ନାକରୁ ପାଣି ବାହାରିବା, ଜଗଳାରେ ଦରଜ, ବନ୍ଦ ନାକ ସହ ଦେହ ଘୋଳା ବିନ୍ଧା କରିଥାଏ । କିଛି ରୋଗୀ କରୋନା ସଂକ୍ରମଣ ପରେ ସ୍ୱାଦ ଓ ଗନ୍ଧ ବାରିନପାରିବା ବି ସୂଚନା ଦେଇଛନ୍ତି ।

ଡବ୍ଲୁଏଚଓ ଅନୁସାରେ ପ୍ରତି ୬ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥାଏ । ବୟସ୍କ ବ୍ୟକ୍ତି, ଉଚ୍ଚରକ୍ତଚାପ, ଫୁସଫୁସରେ ସମସ୍ୟା ଥିଲେ କିମ୍ବା ମଧୁମେହ, ପୁରୁଣା ଶ୍ୱାସ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ କୋଭିଡ-୧୯ ସଂକ୍ରମଣ ଘାତକ ସାବ୍ୟସ୍ତ ହେବା ସମ୍ଭାବନା ଅଧିକ । ସେହିପରି ବ୍ରିଟେନର ନେସଲାନ ହେଲଥ ସାର୍ଭିସ ବା ଏନଏଚଏସ ମଧ୍ୟ କରୋନାର ଲକ୍ଷଣ ନେଇ ସୂଚନା ଦେଇଛି ।
. ଦେହରେ ଉଚ୍ଚତାପମାତ୍ର – ଛାତି ଓ ପିଠିରେ ସ୍ପର୍ଶ କଲେ ଗରମ ଲାଗିବା
. ନିରବଚ୍ଛିନ୍ନ  କାଶ ଆରମ୍ଭ ହେଲେ ବା ବାରମ୍ବାର କାଶ ହେବା

କରୋନା ଭାଇରଲ ନିମୋନିଆ ହୋଇଥିବାରୁ ଆଂଟିବାୟୋଟିକ ଖାଇଲେ କୌଣସି ଲାଭ ମିଳିନଥାଏ । ଏହାର କୌଣସି ଔଷଧ ବାହାରିନଥିବାରୁ ସାରା ବିଶ୍ୱ ଏବେ ରୋଗୀ ଶରୀରର ପ୍ରତିରୋଧକ ବଢାଇବା ଚିକିତ୍ସା କରୁଛନ୍ତି ।

ଥଣ୍ଡା ଜ୍ୱର ହେଲେ ଡାକ୍ତରଙ୍କ ପାଖକୁ ଯିବା ଉଚିତ କି ?

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ସଂସ୍ଥା ଅନୁସାରେ ଆପଣଙ୍କୁ ଜ୍ୱର ଓ କାଶ ହେଉଥିଲେ ତୁରନ୍ତ ଡାକ୍ତର ପାଖକୁ ନ ଯାଇ ଅତି କମରେ ଏକ ସପ୍ତାହେ ଘରେ ରହିବା ଉଚିତ । ଆପଣଙ୍କ ପରିବାର ଲୋକେ ଆପଣଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନେ ମଧ୍ୟ ୧୪ ଦିନ ଯାଏଁ ଘରେ ରହିବା ଉଚିତ୍ । ଯାହା ଦ୍ୱାରା ଭୂତାଣୁ ସଂକ୍ରମଣ ବ୍ୟାପି ପାରିବ ନାହିଁ । ଏବେ ବିଶ୍ୱର ଅଧିଂକାଶ ଦେଶ କରୋନା ସଂକ୍ରମଣ ରୋକିବାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଓ ତାଲାବନ୍ଦ ଘୋଷଣା କରିଛନ୍ତି ।

ବିଶ୍ୱରେ କେତେ ସଂକ୍ରମିତ ହୋଇଛନ୍ତି ?
ବିଶ୍ୱର ୧୮୯ ଦେଶକୁ କରୋନା ଭୂତାଣୁ ବ୍ୟାପିଥିବା ବେଳେ ବର୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ସେହିପରି ବିଶ୍ୱସ୍ତରରେ କରୋନା ୨୮ ହଜାର ଲୋକଙ୍କ ଜୀବନ ନେଇସାରିଲାଣି ।