ହ୍ୱାଟସଆପର ନୂଆ ଫିଚର ! ଜାଣନ୍ତୁ କିଭଳି ରହିବେ ଫାଇଦାରେ

28

ନୂଆ ଫିଚର ଟେଷ୍ଟ କରୁଛି ହ୍ୱାଟ୍ସଆପ । ଯାହାଫଳରେ ଏହାର ବ୍ୟବହାରକାରୀ ନିଜ ପସନ୍ଦର ଚାଟକୁ ସବୁଠାରୁ ଉପରେ ରଖିପାରିବେ । ଆଣ୍ଡ୍ରଏଡ୍ ପାଇଁ ଏବେ ଏହି ଫିଚରକୁ ପରୀକ୍ଷା କରାଯାଉଛି । କୁହାଯାଉଛି, ଆଗାମୀ ଦିନରେ ଅନ୍ୟ ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହେବ ।

ସୂଚନା ଅନୁସାରେ ନିଜ ଚାଟକୁ ଆପଣ ପିନ୍ ଟୁ ଟପ୍ କରିପାରିବେ । ଯାହା ଫଳରେ ଆପଣଙ୍କ ଜରୁରୀ ଚାଟ୍ ତଳେ ରହିବନି କିମ୍ବା ଆପଣଙ୍କୁ ଆଉ ଖୋଜିବାକୁ ପଡିବନି । ଖାଲି ବ୍ୟକ୍ତିଗତ ଚାଟ୍ ନୁହେଁ ବରଂ ଆପଣ ଚାହିଁଲେ ଗ୍ରୁପ୍ ଚାଟକୁ ମଧ୍ୟ ପିନ୍ ଟୁ ଟପ୍ କରିପାରିବେ । ଆଉ ଆପଣ ଯେତେବେଳେ ଚାହିଁବେ ଚାଟକୁ ଅନପିନ୍ କରିପାରିବେ ।